fbpx

ବିଜେପି ନେତାଙ୍କ ଝିଅକୁ ଗଣଦୁଷ୍କର୍ମ ପରେ ଆଖି ତାଡି ନେଇଗଲେ ଦୁର୍ବୃତ୍ତ

ରାଞ୍ଚି: ପ୍ରଥମେ ଗଣଦୁଷ୍କର୍ମ ଆଉ ତାପରେ ନୃଶଂସ ଭାବରେ ଆଖି ତାଡି ନେଇଗଲେ ଦୁର୍ବୃତ୍ତ l ଏହିଭଳି ଏକ ଲୋମଟାଙ୍କୁରା ଘଟଣା ଘଟିଛି ଝାଡଖଣ୍ଡର ପାଲାମୁ ଜିଲ୍ଲାରେ l ଏହିଭଳି ଏକ ଘଟଣା ର ଶିକାର ହୋଇଛନ୍ତି ଜଣେ ୧୬ ବର୍ଷର ଝିଅ l କିଛି ଦୃବୁର୍ତ୍ତ ନୃଶଂସର ସମସ୍ତ ସୀମା ଟପି ଯାଇଛନ୍ତି l ଜଣେ ଷୋହଳ ବର୍ଷର ଝିଅ ସହ ଦୃବୁର୍ତ୍ତ ମାନେ ପ୍ରଥମେ ଗଣଦୁଷ୍କର୍ମ କରିବା ସହ ତା ଆଖି ତାଡି ନିର୍ମମ ଭାବେ ହତ୍ୟା କରିଛନ୍ତି l ଏହା ପରେ ମୃତଦେହକୁ ଗଛରେ ଲଟକାଇ ଦେଇ ଚାଲିଯାଇଛନ୍ତି l ତେବେ ପୀଡିତା ଜଣଙ୍କ ପାଲାମୁ ଜିଲ୍ଲାର ବିଜେପି ନେତାଙ୍କ ଝିଅ ହୋଇଥିବା ଜଣାପଡିଛି l ଏହି ଜଘନ୍ୟ ଘଟଣାଟି ଜୁନ ୭ ତାରିଖରେ ଘଟିଥିବା କୁହାଯାଉଛି l

ସୂଚନା ଅନୁଯାୟୀ, ଦୁର୍ବୃତ୍ତ ମାନେ ଗଣଦୁଷ୍କର୍ମ କରିବା ପରେ ଝିଅଟିର ଆଖି ତାଡ଼ି ଦେଇଥିଲେ l ଝିଅଟି ଆତ୍ମହତ୍ୟା କରିଥିବା ଦର୍ଶାଇବା ପାଇଁ ଏକ ଗଛରେ ତାର ମୃତ ଦେହକୁ ଲଟକାଇ ଦେଇଥିଲେ l ଘଟଣା ଦିନ ପୀଡ଼ିତା ସକାଳ ୧o ଟା ସମୟରେ ଘରୁ ବାହାରକୁ ଯାଇଥିଲେ l ହେଲେ ସେ ଘରକୁ ନ ଫେରିବାରୁ ଘର ଲୋକ ତାଙ୍କୁ ଖୋଜିବା ଆରମ୍ଭ କରିଦେଇଥିଲେ l ଏହା ପରେ ଥାନାରେ ଏକ ନିଖୋଜ ମାମଲା ଦାଏର କରିଥିଲେ l ଏହାପରେ ଉକ୍ତ ଅଂଚଳର ଏକ ଜଙ୍ଗଲରେ ଝିଅଟିର ମୃତ ଦେହ ଏକ ଗଛରେ ଓହଳି ଥିବା ଦେଖିବାକୁ ପାଇଥିଲା ପୁଲିସ୍ l ଏହି ମାମଲାରେ ପୋଲିସ ପ୍ରଦୀପ କୁମାର ନାମକ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି l

 

Get real time updates directly on you device, subscribe now.