fbpx

ରେଡ୍ ଫ୍ଲାଗ ରୋଗୀଙ୍କୁ ମିଳୁଛି ସ୍ୱତନ୍ତ୍ର ସେବା, ବିଏମସି ରହିଛି ସଜାଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ହୋମ ଆଇସୋଲେସନରେ ଥିବା ବ୍ୟକ୍ତିଙ୍କୁ ରେଡ ଏବଂ ଗ୍ରୀନ ଫ୍ଲାଗରେ ଅନ୍ତର୍ଭୁକ୍ତ କରିବା ଫଳରେ ସେମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ସହାୟକ ହୋଇଛି । ମେ ୧୮ ତାରିଖ ସୁଦ୍ଧା ତିନୋଟି ଜୋନରୁ ଚିହ୍ନଟ ହୋଇଥିବା ୬୪୫ ରେଡ୍ ଫ୍ଲାଗ୍ ରୋଗୀଙ୍କ ଠାରୁ ୧,୮୩୯ କଲ ଆସିଥିଲା । ସେମାନଙ୍କ ମଧ୍ୟରୁ ୧୧୬ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ଅନ୍ୟମାନଙ୍କୁ ରାପିଡ ରେସପନ୍ସ ଟିମ୍(ଆରଆରଟି) ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଘରକୁ ଯାଇ ବିଶେଷ ଯତ୍ନ ନେଉଛନ୍ତି ।

୧୯୨୯ କଲ୍ ସେଣ୍ଟରରୁ ରେଡ୍ ଫ୍ଲାଗ ରୋଗୀଙ୍କୁ କ୍ରମାଗତ ତିନି ଦିନ ଧରି ଯୋଗାଯୋଗ କରାଯାଉଥିବାବେଳେ ଜୋନ୍ ଅନ୍ତର୍ଗତ ଆରଆରଟି ଟିମ୍ ରୋଗୀଙ୍କୁ ନିୟମିତ ଭାବେ ଦେଖାକରି ସ୍ୱାସ୍ଥ୍ୟ ସ୍ଥିତି ଉପରେ ନଜର ରଖିଥାନ୍ତି । କୌଣସି ଲକ୍ଷଣ ନଥିବା ଓ ହୋମ ଆଇସୋଲେସନରେ ଥିବା ରୋଗୀଙ୍କୁ ଗ୍ରୀନ ଫ୍ଲାଗ ବର୍ଗରେ ରଖାଯାଇଛି । ମଧ୍ୟମ ପ୍ରଭାବିତ ହୋଇଥିବା ରୋଗୀଙ୍କୁ ରେଡ୍ ଫ୍ଲାଗ କେସ କୁହାଯାଏ । ରେଡ୍ ଫ୍ଲାଗ୍ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ଜାଣିବା ପାଇଁ ବିଏସି କମିଶନର ସଞ୍ଜୟ କୁମାର ସିଂହ ଯୋଗାଯୋଗ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

୧୯୨୯ କଲ୍ ସେଣ୍ଟରର କାର୍ଯ୍ୟନିର୍ବାହୀମାନେ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ ଅଧିକାରୀଙ୍କ ଦ୍ୱାରା ମେ ୨୯ରେ ପ୍ରଥମେ ୨୨ ଜଣ ରୋଗୀଙ୍କୁ ରେଡ୍ ଫ୍ଲାଗ ରୋଗୀ ଭାବେ ଚିହ୍ନଟ କରିଥିଲେ । ସମ୍ପ୍ରତି କଲ୍ ସେଣ୍ଟର ଦୈନିକ ୧୦୦ରୁ ଅଧିକ ରୋଗୀଙ୍କୁ ଯୋଗାଯୋଗ କରୁଛି । ନିକଟରେ କୋଭିଡ ପଜିଟିଭ ହୋଇଥିବା ସୁଷମା ମହାନ୍ତି କହିଛନ୍ତି ଯେ ଏହି ରେଡ୍ ଫ୍ଲାଗ ଶ୍ରେଣୀ କରାଯିବା ଏକ ଭଲ ପଦକ୍ଷେପ ବୋଲି କହିଛନ୍ତି । ଏହାଦ୍ୱାର ସେ ବେଶ ଉପକୃତ ହୋଇଛନ୍ତି ଏବଂ ଆରଆରଟି ଟିମ ତାଙ୍କୁ ନିୟମିତ ବ୍ୟବଧାନରେ ପରୀକ୍ଷଣ ପାଇଁ ଆସୁଥିଲେ ବୋଲି କହିଛନ୍ତି । ସେହିପରି ସୁଷମାଙ୍କ ସ୍ୱାମୀ କହିଛନ୍ତି ଯେ ମେଡିକାଲ ଟିମର ତତ୍ପରତା ଯୋଗୁଁ ତାଙ୍କ ପତ୍ନୀ ଖୁବଶୀଘ୍ର ସୁସ୍ଥ ହୋଇଛନ୍ତି ।

Get real time updates directly on you device, subscribe now.