fbpx

ବିଦେଶ ପଠାଇବା ନାଁ’ରେ ଠକେଇ: ୬ ଟ୍ରାଭେଲ ଏଜେଣ୍ଟଙ୍କ ନାଁରେ ମାମଲା 

ନୂଆଦିଲ୍ଲୀ: ପଞ୍ଜାବର ଜଳନ୍ଧରରେ ଏକ ବଡ଼ ଠକେଇ ରାକେଟ ସାମ୍ନାକୁ ଆସିଛି । ସୂଚନା ଅନୁଯାୟୀ ଜିଲ୍ଲାର ୬୬ ଜଣ ଯୁବକଙ୍କୁ ନକଲି ନଥିପତ୍ର ଜରିଆରେ ବିଦେଶ ପଠାଇବାର ବ୍ୟବସ୍ଥା ହୋଇଥିଲା । ଏଥିରେ ୬ଟି ଟ୍ରାଭେଲ ଏଜେଣ୍ଟଙ୍କ ସମ୍ପୃକ୍ତି ରହିଥିବା ଜଣାପଡ଼ିଛି । ସେମାନଙ୍କ ତରଫରୁ ୬୬ ଜଣଙ୍କ ନକଲି ଡକ୍ୟୁମେଣ୍ଟ ଦେଇ ଭିସା ଆବେଦନ କରାଯାଇଥିଲା ।

ଖାଲି ସେତକି ନୁହେଁ କେତେକ ଯୁବକ ନକଲି କାଗଜପତ୍ରରେ ବିଦେଶ ପହଞ୍ଚି ଯାଇଥିଲେ । ଫଳରେ ଠକେଇ ପର୍ଦ୍ଦାଫାସ ହୋଇଥିଲା । ଏହି ଘଟଣାରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ସହ ପୋଲିସ ଡ୍ରିମ ଓଭରସିଜ ସହ ୬ ଟ୍ରାଭେଲ ଏଜେଣ୍ଟଙ୍କ ବିରୋଧରେ ମାମଲା ରୁଜୁ କରିଛି । ଦିଲ୍ଲୀର ଅମରଜିତ ସିଂହ, ମହମ୍ମଦ ଅସୀମ ଏବଂ ଅମରଦୀପ ସିଂହ, ଫଗୱାଡ଼ାର ଅମିତ ମଲ୍ହୋତ୍ରା ଓ ରାଜବିନ୍ଦର ସିଂହ, ଜଳନ୍ଧରର ରାଜ ଡ୍ରିମ ଓଭରସିଜଙ୍କ ନାମରେ ମାମଲା ରୁଜୁ ହୋଇଛି ।

ଏଭଳି ମାମଲା ସାମ୍ନାକୁ ଆସିବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ବର୍ତ୍ତମାନ ପୋଲିସ ଘଟଣାର ଯାଞ୍ଚ କରୁଛି । ତେବେ ଯାଞ୍ଚରୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିବା ନେଇ ଆଶା କରାଯାଉଛି । ବ୍ରିଟିଶ ଏମ୍ବାସୀ ତରଫରୁ ଠକେଇର ପର୍ଦ୍ଦାଫାଶ ହୋଇପାରିଛି ।

Get real time updates directly on you device, subscribe now.