fbpx

‘ଝିଅମାନଙ୍କୁ ମୋବାଇଲ୍‌ ଫୋନ୍‌ ଦେବା ଦ୍ଵାରା ଦୁଷ୍କର୍ମ ବଢୁଛି ‘

ଅଲିଗଡ଼: ଝିଅମାନଙ୍କୁ ମୋବାଇଲ୍‌ ଫୋନ୍‌ ଦେବା ଅନୁଚିତ । ଝିଅମାନେ ପୁଅମାନଙ୍କ ସହ ଘଣ୍ଟା ଘଣ୍ଟା ଗପୁଛନ୍ତି ଏବଂ ପରେ ସେମାନଙ୍କ ସହ ପଳାଇ ଯାଉଛନ୍ତି । ସେମାନଙ୍କ ଫୋନ୍‌ ମଧ୍ୟ ଯାଞ୍ଚ କରାଯାଉନାହିଁ କି, ପରିବାର ‌ଲୋକେ ଏ ସମ୍ପର୍କରେ ସଚେତନ ରହୁନାହାନ୍ତି । ଆଜି ଏହିଭଳି କିଛି ବୟାନ ଦେଇଛନ୍ତି ଉତ୍ତର ପ୍ରଦେଶ ମହିଳା କମିସନର ଜଣେ ସଦସ୍ୟା କହିଛନ୍ତି । ଉତ୍ତର ପ୍ରଦେଶରେ ଦୁଷ୍କର୍ମ ମାମଲା ବୃଦ୍ଧି ବିଷୟରେ ମତ ଦେବାକୁ ଯାଇ ସଦସ୍ୟା ମୀନା କୁମାରୀ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି ।

ମୀନା କୁମାରୀ ଆଗକୁ କହିଛନ୍ତି ଯେ, ମହିଳାମାନଙ୍କ ପ୍ରତି ଦୁଷ୍କର୍ମ ବଢିବାର କାରଣ ହେଉଛି ସେମାନେ ବ୍ୟବହାର କରୁଥିବା ମୋବାଇଲ ଫୋନ । ସେମାନଙ୍କ ପ୍ରତି ବଢୁଥିବା ଅପରାଧ ସମ୍ବନ୍ଧରେ ସ୍ବୟଂ ସମାଜକୁ ସତର୍କ ହେବାକୁ ପଡ଼ିବ । ମାଆ ମାନଙ୍କର ଗୁରୁ ଦାୟିତ୍ବ ରହିଛି ଯେ ସେମାନେ ସେମାନଙ୍କର ଝିଅମାନଙ୍କ ଉପରେ ଦୃଷ୍ଟି ରଖିବା ଉଚିତ । ଆଜିକାଲି ଝିଅମାନେ ବେପରୁଆ ହେବାର କାରଣ ହେଉଛନ୍ତି ସେମାନଙ୍କର ମାଆ ।

କିନ୍ତୁ, କମିସନ୍‌ର ଉପାଧ୍ୟକ୍ଷା ଅଞ୍ଜୁ ଚୌଧୁରୀ ଏଭଳି ମନ୍ତବ୍ୟରେ ଅସହମତି ପ୍ରକାଶ କରି କହିଥିଲେ ଯେ, ପିଲା ମାନଙ୍କ ଠାରୁ ମୋବାଇଲ୍‌ ଫୋନ୍ ନେଇଗଲେ ବ୍ୟଭିଚାରର ସମାଧାନ ହୋଇଯିବ ନାହିଁ । ବରଂ ଆମେ ଝିଅମାନଙ୍କୁ ଅଜ୍ଞାତ ବ୍ୟକ୍ତିମାନଙ୍କ ସହ ଚାଟିଙ୍ଗ୍‌ ନ କରିବାକୁ କହିବା ସହ ମୋବାଇଲ୍‌ ଫୋନ୍‌ର ନିରାପଦ ବ୍ୟବହାର ବିଷୟରେ ଶିକ୍ଷା ଦେବା ଉଚିତ ।

Get real time updates directly on you device, subscribe now.