fbpx

ସବୁଦିନ ପାଇଁ ଆଖି ବୁଜିଲେ DSP, SI ଓ Constable: ହରିୟାଣା, ଝାଡ଼ଖଣ୍ଡ ପରେ ଗୁଜରାଟରେ ଜଣେ ପୋଲିସଙ୍କୁ ହତ୍ୟା କଲେ ଅପରାଧୀ

ନୂଆଦିଲ୍ଲୀ: ନିକଟରେ ଖାକି ଉପରେ ଅପରାଧୀଙ୍କର ଜୁଲମ୍ ବଢ଼ିବାରେ ଲାଗିଛି । ଗତକାଲି ହରିୟାଣାର ଜଣେ ଜଣେ ଡିଏସପିଙ୍କୁ ଅପରାଧୀମାନେ ବୀଭତ୍ସ ଭାବେ ହତ୍ୟା କରିଥିଲେ । ଆଜି ଝାଡ଼ଖଣ୍ଡର ଜଣେ ଏସଆଇ ଦୁର୍ବୃତ୍ତଙ୍କ ଦ୍ୱାରା ପ୍ରାଣ ହରାଇଥିଲେ । ତେବେ ଆଜି ଗୁଜରାଟର ଜଣେ ପୋଲିସ କନଷ୍ଟେବଳ ମାଫିଆଙ୍କ ଦ୍ୱାରା ପ୍ରାଣ ହରାଇଥିବା ଜଣାପଡ଼ିଛି ।

ଆଜି ଗୁଜରାଟର ବୋରସାଡରେ ଜଣେ ପୋଲିସ କନଷ୍ଟେବଳଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା । ରାଜସ୍ଥାନର ଏକ ସନ୍ଦିଗ୍ଧ ଟ୍ରକ ତାଙ୍କୁ ମଡ଼ାଇ ଦେଇଥିବା ଜଣାପଡ଼ିଛି । ସେ ଟ୍ରକକୁ ରୋକିବାକୁ ପ୍ରୟାସ କରୁଥିବା ବେଳେ ଡ୍ରାଇଭର ତାଙ୍କ ଉପରେ ଗାଡ଼ି ଚଢ଼ାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ତେବେ କନଷ୍ଟେବଳ କିରଣ ରାଜଙ୍କ ଚିକିତ୍ସା ସମୟରେ ମୃତ୍ୟୁ ଘଟିଥିବା ବେଳେ ଅଭିଯୁକ୍ତ ଡ୍ରାଇଭରକୁ ଚିହ୍ନଟ କରାଯାଇଥିବା ଡିଏସପି କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତକାଲି ହରିୟାଣାର ମେୱାତରେ ଡିଏସପି ସୁରେନ୍ଦ୍ର ସିଂହ ବିଷ୍ଣୋଇଙ୍କୁ ପୂର୍ବାହ୍ନ ୧୧ଟା ସମୟରେ ମାଫିଆମାନେ ଟ୍ରକ ଚଢ଼ାଇ ହତ୍ୟା କରିଥିଲେ । ସେହିପରି ଆଜି ରାଞ୍ଚିରେ ଜଣେ ମହିଳା ଏସଆଇ ସନ୍ଧ୍ୟା ଟୋପ୍ନୋଙ୍କୁ ଚେକିଂ ସମୟରେ ପିକଅପ୍ ଭ୍ୟାନ୍ ଚଢ଼ାଇ ହତ୍ୟା କରାଯାଇଥିଲା । ତେବେ ଅଭିଯୁକ୍ତ ଡ୍ରାଇଭରକୁ ପୋଲିସ ଗିରଫ କରିଥିବା ଏସପି କହିଛନ୍ତି । ମାତ୍ର ଦୁଇଦିନ ମଧ୍ୟରେ ତିନିଜଣ ପୋଲିସଙ୍କ ମୃତ୍ୟୁକୁ ନେଇ ସାରା ଦେଶରେ ଖାକିର ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Get real time updates directly on you device, subscribe now.