fbpx

ରାସ୍ତାରେ ଦୁଇ ଯୁବତୀଙ୍କୁ KISS କରୁଥିବାର ଦେଖି ନିଜକୁ ରୋକି ପାରିଲେନି ମହିଳା: କରିଦେଲେ ଏମିତି କାମ

ନୂଆଦିଲ୍ଲୀ: ଭାରତରେ KISS କରିବାକୁ ଏକ ଖରାପ ନଜରରେ ଦେଖାଯାଏ । ଏହାକୁ ପ୍ରାଇଭେଟ ଆକ୍ଟିଭିଟି ଭାବରେ ଗ୍ରହଣ କରାଯାଇଛି । କିନ୍ତୁ ବିଦେଶରେ ଏହା ଏକ ସାଧାରଣ କଥା । ବାହାର ଦେଶରେ ପବ୍ଲିକ ପ୍ଲେସରେ ମଧ୍ୟ କରୁଥିବାର ଅନେକ ଥର ଦେଖାଯାଏ । ଦୁଇ ବନ୍ଧୁ ଏହି କିସ ମାଧ୍ୟମରେ ହିଁ ପରସ୍ପରଙ୍କୁ ୱିସ କରିଥାନ୍ତି । ତେବେ ଏହି କିସକୁ ନେଇ ଏକ ଅଜବ ଘଟଣା ଏବେ ଦେଖିବାକୁ ମିଳିଛି । ରାସ୍ତାରେ ଦୁଇ ଜଣ ମହିଳା କିସ କରୁଥିବାର ଦେଖି ଜଣେ ମହିଳା ନିଜକୁ ରୋକି ପାରିନାହାନ୍ତି । ଉଭୟଙ୍କୁ ଗାଳି କରିବା ସହ ଏହା ସୈତାନର କାମ ବୋଲି କହିଛନ୍ତି ମହିଳା ।

ଏଭଳି ଏକ ଘଟଣା ଘଟିଛି ଇଟାଲୀରେ । ନେପଲ୍ସ ରାସ୍ତାରେ ଦୁଇ ଜଣ ମଡେଲଙ୍କୁ ନେଇ ଏକ ମାଗାଜିନର ଫଟୋଶୁଟ ଚାଲିଥିଲା । ଫଟୋ ପାଇଁ ସେରେନା ଡି ଫେରାରୀ ଏବଂ ବ୍ରିଟନ କାୟଶନ ୱିଲ୍ସନ ପରସ୍ପରଙ୍କୁ ରାସ୍ତାକଡରେ କିସ କରୁଥିଲେ । ଏହି ସମୟରେ ସେଠରେ ଜଣେ ମହିଳା(Nun) ପହଞ୍ଚି ଯାଇଥିଲେ ।

model photoshoot

ଦୁଇଜଣ ଯୁବତୀଙ୍କୁ ଏପରି ଅବସ୍ଥାରେ ଦେଖି ନିଜ ରାଗକୁ ରୋକି ପାରି ନଥିଲେ ମହିଳା । ଉଭୟ ମଡେଲଙ୍କୁ ମହିଳାଜଣକ ଅଲଗା କରି ଦେଇଥିଲେ । ଏବଂ ରାଗରେ ତାଙ୍କୁ ବହୁ କଥା ଶୁଣାଇ ଦେଇଛନ୍ତି । ମହିଳା ଚିତ୍କାର କରି କହିଥିଲେ,”ତୁମେ ଏ କ’ଣ କରୁଛ? ଏହା ସେଇତାନଙ୍କ କାମ । ମହିଳାଙ୍କ ରାଗ ଏବଂ ଏପରି କଥା ଶୁଣି ହସିବାକୁ ଲାଗିଥିଲେ ଉଭୟ ମଡେଲ ।

nun photoshoot

ଇଟାଲୀର ପପୁଲାର ଟିଭି ସିରିଜ Mare Fuori ର ଏହି ଦୁଇ ଷ୍ଟାର ଏଠାରେ Not Yet ମାଗାଜିନର ଶୁଟ କରୁଥିଲେ । କ୍ୟାମେରା କ୍ର୍ୟୁ ଏବଂ ଉଭୟ ମଡେଲଙ୍କୁ ଗାଳି କରିବା ପରେ ମହିଳା ସେଠାରୁ ଚାଲି ଯାଇଥିଲେ । ଏବଂ କହିଥିଲେ- Jesus, Joseph and Mary । ସେରେନା ନିଜ ଇନଷ୍ଟାଗ୍ରାମ ପେଜରେ ଏହି ଘଟଣାର ଏକ ଫଟୋ ସେୟାର କରି ପୋଷ୍ଟ କରିଛନ୍ତି । ସେ କ୍ୟାପ୍ସନରେ ଲେଖିଛନ୍ତି- ଭଗବାନ LGBTଙ୍କୁ ଭଲ ପାଆନ୍ତି ନାହିଁ । ସେପଟେ ବ୍ରିଟନ ମଧ୍ୟ ଏହି ଘଟଣାର ଫଟୋ ନିଜ ଫିଡରେ ସେୟାର କରିଛନ୍ତି ।

Get real time updates directly on you device, subscribe now.