fbpx
BJD SKY
BJD SKY

Breaking News; ଆହୁରି ଜାଳିବ ପ୍ରଚଣ୍ଡ ତାତି: ୧୦ଟି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

BJD

ଭୁବନେଶ୍ୱର: ରାଜ୍ୟରେ ପ୍ରବଳ ଗ୍ରୀଷ୍ମଲହରୀ ଜାରି ରହିଛି । ପ୍ରତିଦିନ ଅଧିକାଂଶ ସହରର ତାପମାତ୍ରା ୪୦ ଉପରେ ରହୁଥିବା ବେଳେ ସକାଳ ୯ଟା ପରେ ବାହାରକୁ ବାହାରିବା ଅସମ୍ଭବ ହୋଇ ପଡ଼ଇଛି । ତେବେ ବର୍ତ୍ତମାନ ଏହି ଗୀଷ୍ମପ୍ରବାହ ଆଗକୁ ମଧ୍ୟ ଜାରି ରହିବ ବୋଲି ପାରିପାଗ ବିଭାଗ ସତର୍କ କରାଇଛି । ଭୀଷଣ ଗ୍ରୀଷ୍ମପ୍ରବାହ ନେଇ ୧୦ଟି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଦେଇଛି ପାଣିପାଗ କେନ୍ଦ୍ର । କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ ସମେତ ଅନୁଗୁଳ ଏବଂ କଟକ ଜିଲ୍ଲାକୁ ମଧ୍ୟ ରେଡ ୱାର୍ଣ୍ଣିଂ ଜାରି ହୋଇଛି । ଏହା ବ୍ୟତୀତ ସୁନ୍ଦରଗଡ଼, କେନ୍ଦୁଝର, ଢେଙ୍କାନାଳ ଏବଂ ବୌଦ୍ଧ ଜିଲ୍ଲା ପାଇଁ ମଧ୍ୟ ପାଣିପାଗ ବିଭାଗ ପକ୍ଷରୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି ।

Get real time updates directly on you device, subscribe now.