fbpx
BJD SKY
BJD SKY

ପାସ୍ ହେବା ପାଇଁ ଆବଶ୍ୟକ ୩୩%, ଆପଣ ଜାଣିଛନ୍ତି କି କିଏ ଆରମ୍ଭ କରିଥିଲା ଏହି ଫର୍ମୁଲା ?

BJD

ଓଡ଼ିଶା ଭାସ୍କର: ନିକଟରେ ବିଭିନ୍ନ ରାଜ୍ୟରେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ବୋର୍ଡ଼ ରେଜଲ୍ଟ ପ୍ରକାଶିତ ହୋଇଛି । ଅଧିକାଂଶ ବେର୍ଡ଼ ତରଫରୁ ପରୀକ୍ଷାରେ ପାସ୍ ହେବା ପାଇଁ ୩୩% ମାର୍କ ଧାର୍ଯ୍ୟ କରାଯାଇଥାଏ । କିନ୍ତୁ ଆପଣ କେବେ ଭାବିଛନ୍ତି ପରୀକ୍ଷାରେ ପାସ୍ ହେବା ପାଇଁ ଏହି ୩୩%ର ଫର୍ମୁଲା କିଏ ନେଇ ଆସିଥିଲା ? ଏହା ପଛରେ ରହିଛି ଏକ ରୋଚକ କାହାଣୀ ।

ଏକଦା ଭାରତକୁ ଇଂରେଜମାନେ ଶାସନ କରୁଥିବା ସମୟର କଥା । ୧୯୫୮ ମସିହାରେ ଭାରତରେ ପ୍ରଥମ ଥର ପାଇଁ ମାଟ୍ରକ୍ ପରୀକ୍ଷା ଆୟୋଜିତ ହୋଇଥିଲା । ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ଇଂରେଜ ଅଧିକାରୀମାନେ ଭାରତୀୟଙ୍କ ପାଇଁ ୩୩% ନିର୍ଦ୍ଧାରିତ କରିଥିଲେ । କିନ୍ତୁ କୌତୁହଳର ବିଷୟ ହେଉଛି ସେହି ସମୟରେ ବ୍ରିଟେନରେ ଉତ୍ତୀର୍ଣ୍ଣ ହେବା ପାଇଁ ସର୍ବନିମ୍ନ ୬୫% ଧାର୍ଯ୍ୟ କରାଯାଇଥିଲା । ତେବେ ବିଶ୍ୱାସ କରାଯାଏ କି ଇଂରେଜ ଅଧିକାରୀଙ୍କ ଧାରଣା ଥିଲା ଯେ ଭାରତୀୟମାନେ ଅଳ୍ପ ବୁଦ୍ଧିମାନ ।

ଅନ୍ୟ ଦେଶରେ ପାସ୍ ହେବା ପାଇଁ କେତେ ପ୍ରତିଶତ ଅଙ୍କ ଧାର୍ଯ୍ୟ କରାଯାଇଛି ?

ସୂଚନାରୁ ପ୍ରକାଶ ଜର୍ମାନ ଗ୍ରେଡିଂ ପ୍ରଣାଳୀ ଗ୍ରେଡ୍ ପଏଣ୍ଟ ଆଭରେଜ୍ (GPA)ଅନୁଯାୟୀ ଅନ୍ୟ ଦେଶରେ ପାସ୍ ସିଷ୍ଟମ୍ ଆଧାରିତ । ୧ରୁ ୬ କିମ୍ବା ୫ ପଏଣ୍ଟ ଗ୍ରେଡିଂ ପଏଣ୍ଟ ପ୍ରଣାଳୀ ପ୍ରଚଳିତ । ଅପରପକ୍ଷରେ ଭାରତୀୟ ପ୍ରଣାଳୀ ଅନୁଯାୟୀ ୧ରୁ ୧.୫(୯୦-୧୦୦%) ବହୁତ ଭଲ ଭାବେ ବିବେଚିତ କରାଯାଇଛି । ସେହିପରି ୪.୧ରୁ ୫(୦-୫୦%) ଗ୍ରେଡିଂ ରହିଛି । ସେହିପରି ଚୀନର ସ୍କୁଲ, କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ୫ କିମ୍ବା ୪ ସ୍କେଲ ପ୍ରଣାଳୀ କାର୍ଯ୍ୟ କରିଥାଏ । ୫ ସ୍କେଲ ଗ୍ରେଡିଂ ପ୍ରଣାଳୀରେ ୦ରୁ ୫୯% ଅଙ୍କ ରଖିଥିବା ଛାତ୍ରଙ୍କୁ F (ଅସଫଳ)ଗ୍ରେଡ୍ ଦିିଆଯାଏ । ସେହିପରି ୪ ସ୍କେଲ ଗ୍ରେଡ଼ିଂ ପ୍ରଣାଳୀରେ ଗ୍ରେଡ୍ D ଫେଲ୍ କୁ ଦର୍ଶାଇଥାଏ ।

Get real time updates directly on you device, subscribe now.