fbpx

ହିଜାବ ପରେ ବାଇବେଲକୁ ନେଇ ବିବାଦ: ହାଇସ୍କୁଲରେ ପାଠପଢାକୁ ନେଇ ହିନ୍ଦୁ ସଙ୍ଗଠନର ବିକ୍ଷୋଭ

ନୂଆଦିଲ୍ଳୀ:ପୁଣି ଥରେ ବିବାଦରେ କର୍ଣ୍ଣାଟକ । ହିଜାବ ମାମଲାକୁ ନେଇ ସମଗ୍ର ଦେଶର ଦୃଷ୍ଟି ଆକର୍ଷଣ କରିଥିବା କର୍ଣ୍ଣାଟକ ପୁଣି ଥରେ ବିବାଦ ଘେରରେ । ତେବେ ଏଥର ହିଜାବ ନୁହେଁ ବରଂ ବାଇବେଲକୁ ନେଇ ଦେଖାଦେଇଛି ବିବାଦ । ବିଭିନ୍ନ ଦକ୍ଷିଣପନ୍ଥୀ ସଙ୍ଗଠନ ଗୁଡିକ ପକ୍ଷରୁ ଏହାକୁ ନେଇ ପ୍ରଶ୍ନବାଚୀ ମଧ୍ୟ ଛିଡା କରିଛନ୍ତି ।

କ୍ଲାରେନ୍ସ ହାଇ ସ୍କୁଲରେ ଏମିତି ଏକ ଘଟଣା ଘଟିଛି । ଏହି ସ୍କୁଲରେ ବାଇବେଲ ବ୍ୟବହାର ନେଇ ଅଭିଭାବକଙ୍କ ଠାରୁ କ୍ଲିଅରାନ୍ସ ମଧ୍ୟ ନିଆଯାଉଛି । ଶିଶୁ ବାଇବେଲ ବ୍ୟବହାର କଲେ ବିରୋଧ ନ କରିବା ପାଇଁ ପିତା ମାତାଙ୍କ ନିକଟରୁ ଅଣ୍ଡରଟେକିଂ ନିଆଯାଇଛି । ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ଏହାକୁ ବିଭିନ୍ନ ଦକ୍ଷିଣ ପନ୍ଥୀ ସଙ୍ଗଠନ ପକ୍ଷରୁ ବିରୋଧ କରାଯାଇଛି ।

ଅଣ କ୍ରିଷ୍ଟିଆନ୍ ଛାତ୍ରଛାତ୍ରୀଙ୍କୁ ମଧ୍ୟ ସ୍କୁଲ ବାଇବେଲ ପଢିବାକୁ ବାଧ୍ୟ କରୁଛି ବୋଲି ହିନ୍ଦୁ ଜନ ଜାଗୃତି ସମିତି ମୁଖ୍ୟ ମୋହନ ଗୌଡା ଅଭିଯୋଗ କରିଛନ୍ତି । ଛାତ୍ରଛାତ୍ରୀଙ୍କୁ ବାଇବେଲ୍ ଶିଖା ଯିବାକୁ ପ୍ରୟାସ କରାଯାଉଥିବା ନେଇ ଅଭିଯୋଗ କରାଯାଉଥିଲେ ହେଁ ସ୍କୁଲ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି । ତେବେ ସ୍କୁଲ ପକ୍ଷରୁ ଏହି ଅଭିଯୋଗକୁ ଖଣ୍ଡନ କରାଯାଇଛି । ଏହା ବାଇବେଲ ଶିକ୍ଷା ଦିଏନି ବରଂ ବାଇବେଲ ଆଧାରରେ ଶିକ୍ଷା ଦାନ କରିଥାଏ ବୋଲି କହିଛନ୍ତି ସ୍କୁଲ୍ କର୍ତ୍ତୃପକ୍ଷ । ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କ ପାଇଁ ଘୋଷଣାନାମାରେ ଏହି ଜିନିଷ ଉଲ୍ଲେଖ କରାଯାଇଛି । ନିକଟରେ ଗୁଜରାଟରେ ପାଠ୍ୟକ୍ରମରେ ଶ୍ରୀମଦ୍ ଭଗବତ ଗୀତାକୁ ସାମିଲ କରାଯିବାରୁ ନିଷ୍ପତ୍ତି ନିଆଯାଇଥିଲା । ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ଯାଏଁ ଛାତ୍ରଛାତ୍ରୀଙ୍କୁ ଏହି ଧାରାରେ ସାମିଲ କରାଯିବାକୁ ଗୁଜରାଟ ସରକାର ନିଷ୍ପତ୍ତି ନେଇଥିଲେ । କିଛି ଦିନ ତଳେ କର୍ଣ୍ଣାଟକ ସରକାର ମଧ୍ୟ ସମାନ କଥା କହିବାକୁ ନିଷ୍ପତ୍ତି ନେଇଥିଲେ ।

Get real time updates directly on you device, subscribe now.