fbpx
BSKY
BJD SHG SKY
BJD YOUTH SKY

କୋହଲି-ଶ୍ରେୟସ ପରେ ବାଦ୍ ପଡ଼ିବେ ଷ୍ଟାର ବୋଲର! ଟିମ ଇଣ୍ଡିଆକୁ ଶକ୍ତ ଝଟକା

ନୂଆଦିଲ୍ଲୀ: ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ ଆସନ୍ତା ୧୫ ତରିଖରେ ଗୁଜୁରାଟ ସୌରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଖେଳାଯିବ । ଏଥିପାଇଁ ଘୋଷଣା ହୋଇଥିବା ଭାରତୀୟ ଦଳରେ ବିରାଟ କୋହଲିଙ୍କ ସହିତ ଷ୍ଟାର ବ୍ୟାଟର ଶ୍ରେୟସ ଆୟର ମଧ୍ୟ ଦଳରୁ ବାଦ୍ ପଡ଼ିଛନ୍ତି । ତେବେ ଏହାପୂର୍ବରୁ ଏକ ବଡ଼ ଖବର ସାମନାକୁ ଆସିଛି । ଏହି ସିରିଜର ଚତୁର୍ଥ ଟେଷ୍ଟ ମ୍ୟାଚରେ ଦଳରୁ ବାଦ୍ ପଡ଼ିପାରନ୍ତି ଷ୍ଟାର ବୋଲର ଜଶପ୍ରୀତ ବୁମରାହ । କୋହଲି ଏବଂ ଶ୍ରେୟସଙ୍କ ପରେ ବୁମରାହଙ୍କ ଖେଳିବା ନେଇ ମଧ୍ୟ ଆଲୋଚନା କରାଯାଉଛି ।

ରିପୋର୍ଟ ଅନୁସାରେ, ବୁମରାହଙ୍କୁ ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟ ପାଇଁ ଦଳରୁ ବାଦ୍ ଦେଇପାରେ ଟିମ ମ୍ୟାନେଜମେଣ୍ଟ । ଏହି ମ୍ୟାଚ ପାଇଁ ବୁମରାହଙ୍କୁ ଲଗାତାର କ୍ରିକେଟରୁ ବିଶ୍ରାମ ଦେବା ପାଇଁ ଚିନ୍ତା କରୁଛି ଭାରତୀୟ ଦଳ । ତୃତୀୟ ମ୍ୟାଚ ପରେ ଚତୁର୍ଥ ମ୍ୟାଚ ପାଇଁ ବିଶ୍ରାମ ନେବା ପରେ ପଞ୍ଚମ ମ୍ୟାଚରେ ପୁଣି ଦଳକୁ କମବ୍ୟାକ କରିବେ ବୋଲି ଆଶା ରଖିଛି ଟିମ ଇଣ୍ଡିଆ । ଲଗାତାର କ୍ରିକେଟ ଖେଳୁଥିବାରୁ ତାଙ୍କୁ କିଛି ସମୟ ବିଶ୍ରାମ ଆବଶ୍ୟକ ରହିଛି । ତେବେ ବୁମରାହ ଦଳରୁ ବାଦ୍ ପଡ଼ିଲେ ତାଙ୍କ ସ୍ଥାନରେ ଷ୍ଟାର ବୋଲର ମହମ୍ମଦ ସିରାଜ ପୁଣିଥରେ ଦଳରେ ସ୍ଥାନ ପାଇପାରନ୍ତି । ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ମହମ୍ମଦ ସିରାଜଙ୍କୁ ବିଶ୍ରାମ ଦେଇ ମୁକେଶ କୁମାରଙ୍କୁ ଦଳରେ ସାମିଲ କରାଯାଇଥିଲା ।

ଏହି ଦ୍ୱିତୀୟ ଟେଷ୍ଟରେ ୯ ୱିକେଟ ହାସଲ କରିଥିବା ଜଶପ୍ରୀତ ବୁମରାହ ପ୍ଲେୟର ଅଫ୍ ଦ ମ୍ୟାଚ ଭାବରେ ପୁରସ୍କାର ମିଳିଥିଲା । ଭାରତୀୟ ଦଳ ଇଂଲଣ୍ଡ ବ୍ୟାଟରଙ୍କ ବିରୋଧରେ ସଂଘର୍ଷ କରୁଥିବା ବେଳେ ବୁମରାହ ୱିକେଟ ନେଇ ଦଳକୁ ବେିଜୟ ଦେବାରେ ସଫଳତା ହାସଲ କରାଇଛନ୍ତି । ଏହି ମ୍ୟାଚରେ ତେବେ ବୁମରାହଙ୍କ ପ୍ରଦର୍ଶନ ଯୋଗଁ ତାଙ୍କୁ ବିଭିନ୍ନ ମହଳରେ ପ୍ରଶଂସା କରାଯାଉଛି ।

Get real time updates directly on you device, subscribe now.