fbpx

(Video) ମାତିଛନ୍ତି ଚିକେନ ଲୁଟେରା… ସୁନା ଗହଣା ଛାଡ଼ି ୧ ଲକ୍ଷ କେଜି ଚିକେନ୍ ଲୁଟିନେଲେ ଦୁର୍ବୃତ୍ତ: ଚର୍ଚ୍ଚାରେ ମାମଲା

ଓଡ଼ିଶା ଭାସ୍କର: ସୁନା ରୂପା ଟଙ୍କା ପଇସା ବା କୌଣସି ଦାମୀ ଜିନିଷ ଚୋରି ହେବା ସାଧାରଣ କଥା । କିନ୍ତୁ ଏସବୁକୁ ଛାଡ଼ି ଏବେ ଚୋରଙ୍କ ନଜର ରହିଛି ଚିକେନ୍ ଉପରେ । ସୁନାଗହଣା ଇତ୍ୟାଦି ଛାଡ଼ି ଚିକେନ୍ ଚୋରି କରିନେଇଥିବା ଏକ ଅଭିଯୋଗ ହୋଇଛି । ଏହି ମାମଲା ଏବେ ଖୁବ ଚର୍ଚ୍ଚାରେ ରହିଛି । ଅଚାନକ ପଶି ଆସି ପ୍ରାୟ ୧ ଲକ୍ଷ କେଜିରୁ ଅଧିକ ଚିକେନ୍ ଲୁଟ୍ ହୋଇଥିବା ନେଇ ଅଭିଯୋଗ ହୋଇଛି ।

ଏଭଳି ଏକ ଘଟଣା ହୁଏତ ବିଶ୍ୱାସ କରିବା ପାଇଁ କଷ୍ଟକର ହୋଇପାରେ । କିନ୍ତୁ ମାମଲାରେ ସତ୍ୟତା ରହିଛି । ଏବେ ବାହାଘର ସିଜନରେ ମାତିଛନ୍ତି ଚିକେନ ଲୁଟେରା । ସୁନା ରୂପା ଟଙ୍କା ପଇସା ସବୁ କିଛି ଛାଡ଼ି କେବଳ ପୁଳା ପୁଳା ଚିକେନ ଚୋରି କରି ନେଉଛନ୍ତି ଲୁଟେରା । ସେଥିପାଇଁ ରାତି ଅଧରେ ପଶି ଚିକେନ ଦୋକାନରେ କଳାକନା ବୁଲେଇ ଦେଇଛନ୍ତି ଦୁର୍ବୃତ୍ତ । ଦିନକୁ ଦିନ ସରକାରଙ୍କ ପକ୍ଷରୁ ଯେତେ କଠୋର ନିୟମ ଓ ଦଣ୍ଡ ବିଧାନ କରାଗଲେ ମଧ୍ୟ ଅନେକ ସମୟରେ ଛୋଟ, ବଡ଼ ଚୋରି ଘଟଣା ଦେଖିବାକୁ ମିଳିଥାଏ । ତେବେ ଏହା ମଧ୍ୟରେ ଏକ ବଡ଼ ଚୋରି ଘଟଣାକୁ ନେଇ ଚାରିଆଡ଼େ ବେଶ୍ ଚର୍ଚ୍ଚା ଚାଲିଛି । କେଜିଏ କି ଦି’ କେଜି ନୁହେଁ, ୧ ଲକ୍ଷ କେଜିରୁ ଅଧିକ ଚିକେନ୍ ଲୁଟ୍ ହୋଇଛି । ସବୁଠାରୁ ବଡ଼ କଥା ହେଉଛି ଏହି ଚୋରିରେ କିଛି କର୍ମଚାରୀ ସାମିଲ ରହିଥିଲେ ।

ଜଣାପଡ଼ିଛି ଯେ, ଅତିକମରେ ୩୦ ଜଣ ଲୋକ ମିଶି ଏଭଳି ଏକ ବଡ଼ କାରନାମା କରିଛନ୍ତି । ସେମାନେ ୧୩୩ ଟନ ବା ୧ ଲକ୍ଷ ୩୩ ହଜାର କେଜିର ଚିକେନ୍ ଗାଏବ କରିଦେଇଛନ୍ତି । ଏକ ମୀଟ ପ୍ଲାଣ୍ଟରେ କାମ କରୁଥିବା କିଛି କର୍ମଚାରୀ, ଶିଫ୍ଟ ଇନଚାର୍ଜ, ଆଇଟି ଅଧିକାରୀ ଓ ସୁରକ୍ଷାକର୍ମୀ ଏହି ଚୋରିରେ ସାମିଲ ରହିଥିଲେ । ରାତି ୨ଟା ସମୟର ଏହି ଲୁଟ୍ ହୋଇଥିବା ଘଟଣାଟି ସିସିଟିଭିରେ କଏଦ୍ ହୋଇଥିବା ଜଣାପଡ଼ିଛି ।

କ୍ୟୁବାରେ ଏପରି ଏକ ବଡ଼ଧରଣର ଚୋରି ଘଟଣା ଦେଖିବାକୁ ମିଳିଛି । ଦେଶରେ ପ୍ରଥମ ଥର ପାଇଁ ଏଭଳି ଏକ ଘଟଣା ସାମ୍ନାକୁ ଆସିଥିବା କୁହାଯାଉଛି । ତେବେ ଏହି ପର୍ଯ୍ୟାପ୍ତ ମାତ୍ରାର ଚିକେନକୁ ଲୁଟ କରିବା ପରେ ଚୋରମାନେ ସେହି ଅର୍ଥରେ ଲାପଟପ, ଏସି ଓ ଫ୍ରିଜ ଆଦି ସାମଗ୍ରୀ କ୍ରୟ କରିଥିଲେ । ଚୋରମାନେ ଚୋରି ଚିକେନକୁ ସଡ଼କରେ ବିକ୍ରି କରିଥିଲେ । ଦେଶର ଲୋକଙ୍କ ପାଖରେ ଖାଦ୍ୟ, ଔଷଧ ଓ ଇନ୍ଧନ କିଣିବାକୁ ଅର୍ଥ ନାହିଁ । ତେଣୁ ସେଠାରେ ଲୋକମାନେ ଚୋରି କରୁଥିବା ଦେଖାଯାଉଛି । ତେବେ ଦୋଷୀ ସାବ୍ୟସ୍ତ ହେଲେ ଏହି ଅଭିଯୁକ୍ତମାନଙ୍କୁ ଅତିକମରେ ୨୦ ବର୍ଷର ଜେଲଦଣ୍ଡ ହୋଇପାରେ ବୋଲି କୁହାଯାଉଛି ।

 

Get real time updates directly on you device, subscribe now.