fbpx
BJD SKY
BJD SKY

ପ୍ରେମ, ବିବାହ ଆଉ ଅଚାନକ ବିଚ୍ଛେଦ; ଲଭ୍ ମ୍ୟାରେଜ୍‌ରେ କାହିଁକି ବଢୁଛି ଡିଭୋର୍ସ, କ’ଣ ରହିଛି କାଉନସେଲରଙ୍କ ରାୟ

BJD

ନୂଆଦିଲ୍ଲୀ: ଦୁଇ ମନ ଓ ଶରୀରର ମିଳନକୁ ବିବାହ ହିଁ ସ୍ୱୀକୃତି ଦେଇଥାଏ । ବିବାହ କେବଳ ୨ ଜଣଙ୍କୁ ଏକ ବନ୍ଧନରେ ବାନ୍ଧି ନ ଥାଏ ବରଂ ଦୁଇ ପରିବାରକୁ ବି ଏକ ସଂପର୍କର ଡୋରିରେ ବାନ୍ଧିଥାଏ । ଏଣୁ ସମସ୍ତେ ଜୀବନରେ ଏକ ଆଦର୍ଶ ଜୀବନସାଥୀ ପାଇବାକୁ ଚାହିଁଥାନ୍ତି । ତେଣୁ ଭଲଭାବେ ବୁଝି ବିଚାରି ବିବାହର ନିଷ୍ପତ୍ତି ନିଆଯାଇଥାଏ । ଆଗରୁ ପରିବାରର ବଡମାନେ ହିଁ ପୁଅ ଝିଅଙ୍କ ଲାଗି ପାତ୍ର/ପାତ୍ରୀ ସନ୍ଧାନ କରୁଥିଲେ । ଏହାକୁ ଆରେଞ୍ଜ ମ୍ୟାରେଜ୍ କୁହାଯାଉଥିଲା ।

କିନ୍ତୁ ଏବେ ଆଉ ପିତାମାତା କି ଅଭିଭାବକ ପୁଅଝିଅଙ୍କ ଲାଗି ବିବାହ ଠିକ୍ କରୁନାହାନ୍ତି । ଏବେ ଲଭ୍ ମ୍ୟାରେଜ୍‌ର ଟ୍ରେଣ୍ଡ ବଢିବାରେ ଲାଗିଛି । ଏଥିରେ ପୁଅ ଝିଅ ପୂର୍ବରୁ ଉଭୟ ଉଭୟଙ୍କୁ ପ୍ରେମ କରିଥାନ୍ତି ଓ ନିଜର ଜୀବନସାଥୀ ନିଜେ ବାଛିଥାନ୍ତି । ଏମାନେ ବିବାହ ପୂର୍ବରୁ ପରସ୍ପରକୁ ଜାଣିଥାନ୍ତି । ପରିବାରର ସହମତି କିମ୍ବା ବିନା ସହମତିରେ ସେମାନେ ବିବାହ ବନ୍ଧନରେ ବାନ୍ଧି ହୋଇଥାନ୍ତି । କିନ୍ତୁ ଅଧିକାଂଶ ପ୍ରେମ ବିବାହ ସଫଳ ହୋଇପାରି ନ ଥାଏ । ଫଳରେ ଡିଭୋର୍ସର ସ୍ଥିତି ଉପୁଜିଥାଏ ।

ଲଭ୍ ମ୍ୟାରେଜକୁ ନେଇ ରାୟପୁର କୁଟୁମ୍ବ ନ୍ୟାୟାଳୟର କାଉନସେଲର ସମିମ ରେହମାନ କହିଛନ୍ତି, ପ୍ରେମ ବିବାହ କରୁଥିବା ଦମ୍ପତି ଅଧିକ ମାତ୍ରାରେ କୁଟୁମ୍ବ ନ୍ୟାୟାଳୟ ଆସୁଛନ୍ତି । ଏମାନେ ପ୍ରଥମେ ପ୍ରେମ ବିବାହ କରୁଛନ୍ତି ଓ ପରେ ପରସ୍ପରର ସହମତିରେ ଡିଭୋର୍ସ ଲାଗି କୁଟୁମ୍ବ ନ୍ୟାୟାଳୟ ଆସିଥାନ୍ତି । ପ୍ରାୟ ସମୟରେ ଦେଖାଯାଇଥାଏ କି ଭାବନାର ସ୍ରୋତରେ ବୋହିଯାଇ ଯୁବକ ଯୁବତୀ ପ୍ରେମ ବିବାହ କରିନିଅନ୍ତି । କିନ୍ତୁ ଯେତେବେଳେ ଦାମ୍ପତ୍ୟ ଓ ଗୃହସ୍ଥ ଜୀବନ ଆରମ୍ଭ ହୋଇଥାଏ ଓ ଦାୟିତ୍ୱ ଆସିଥାଏ ସେତେବେଳେ ଉଭୟ ପକ୍ଷ ସେମାନଙ୍କ ଦାୟିତ୍ୱକୁ ଠିକ୍ ଭାବରେ ନିର୍ବାହ କରି ପାରି ନ ଥାନ୍ତି । ଫଳରେ ପରସ୍ପରର ଦୋଷ ତ୍ରୁଟି ବାହାର କରି ବାଦ ବିବାଦ ଅବସ୍ଥାକୁ ପହଞ୍ଚିଯାଆନ୍ତି । ଏହାର କିଛି ସମୟ ପରେ ଡିଭୋର୍ସ କରିବାକୁ ନିର୍ଣ୍ଣୟ ନିଅନ୍ତି । ଦୁଇ ପକ୍ଷ ଯେତେ ଜଲ୍‌ଦି ପ୍ରେମ ବିବାହ କରିଥାନ୍ତି ସେତେ ଶୀଘ୍ର ଡିଭୋର୍ସ ନେବାକୁ ନିଷ୍ପତ୍ତି ନେଇଯାନ୍ତି ।

Get real time updates directly on you device, subscribe now.