fbpx
BSKY SKY
BSKY SKY

ମେଟ୍ରୋ ପରେ ଭାରତକୁ ମିଳିଲା ‘NaMo Bharat’ ରାପିଡ ଟ୍ରେନ: ପିଏମ ମୋଦୀ କରିବେ ଉଦଘାଟନ

BSKY

ନୂଆଦିଲ୍ଲୀ: ଭାରତର ବିଭିନ୍ନ ରାଜ୍ୟରେ ମେଟ୍ରୋ ଟ୍ରେନ ସେବା ଉପଲବ୍ଧ ହୋଇ ସାରିଥିବା ବେଳେ ଏବେ ଭାରତକୁ ଆଉ ଏକ ନୂଆ ଟ୍ରେନ ମିଳିଛି । ଆସନ୍ତାକାଲିଠାରୁ ଦେଶର ବିଭିନ୍ନ ପ୍ରାନ୍ତରେ ଗଡ଼ିବ ରାପିଡ ଟ୍ରେନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଉଦଘାଟନ କରିବାକୁ ଯାଉଛନ୍ତି । ତେବେ ଏହାପୂର୍ବରୁ ଟ୍ରେନର ନାମକରଣ କରାଯାଇଛି । ଦେଶର ଏହି ନୂଆ ଟ୍ରେନକୁ ‘NaMo Bharat’ ନାମରେ ନାମିତ କରିଛି । ତେବେ ଆସନ୍ତା ୨୧ ତାରିଖରେ ଏହା ଯାତ୍ରୀମାନଙ୍କ ପାଇଁ ଉପଲବ୍ଧ କରାଯିବ ।

ରିପୋର୍ଟ ଅନୁସାରେ, ନୂଆ ‘ରିଜିଓନାଲ ରାପିଡ ଟ୍ରାଞ୍ଜିଟ ସିଷ୍ଟମ(RRTS)’ ଟ୍ରେନକୁ ‘ନମୋ ଭାରତ’ ନାମରେ ନାମିତ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର RRTSର ପ୍ରାଥମିକ ପର୍ଯ୍ୟାୟର ଉଦଘାଟନ କରିବେ । ଦିଲ୍ଲୀ-ଗଜିଆବାଦ-ମେରଠ RRTS କରିଡରର ୧୭ କି.ମି ଲମ୍ବା ଆସନ୍ତାକାଲି ଉଦଘାଟନ ହେବାକୁ ଯାଉଛି । କିନ୍ତୁ ଏହାପର ଦିନ ଅର୍ଥାତ୍ ୨୧ ତାରିଖରେ ଏହି ଟ୍ରେନ ଯାତ୍ରୀମାନଙ୍କ ପାଇଁ ଉପଲବ୍ଧ ହେବ । ଅର୍ଥାତ୍ ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟ ବୁଧବାର ଦିନ କହିଛି ଯେ ଭାରତରେ RRTS ଆରମ୍ଭ କରିବାବେଳେ ସାହିବାବାଦ ଏବଂ ଦୁହି ଡିପୋକୁ ସଂଯୋଗ କରୁଥିବା ରାପିଡଏକ୍ସ ଟ୍ରେନରେ ପତାକା ଉତ୍ତୋଳନ କରିବେ। ପିଏମଓ ତରଫରୁ କୁହାଯାଇଛି ଯେ, ଦିଲ୍ଲୀ-ଗାଜିଆବାଦ-ମେରୁଟ ଆରଆରଟିଏସ କରିଡରର ୧୭ କିଲୋମିଟର ପ୍ରାଥମିକ ବିଭାଗ ସାହିବାବାଦକୁ ଗାଜିଆବାଦ, ଗୁଲଦାର ଏବଂ ଦୁହି ଷ୍ଟେସନ ଦେଇ ଦୁହି ଡିପୋ ସହିତ ସଂଯୋଗ କରିବ।

ପିଏମଓ କହିଛି ଯେ ଏହା ଏକ ‘ପରିବର୍ତ୍ତନଶୀଳ’ ଆଞ୍ଚଳିକ ବିକାଶ ପଦକ୍ଷେପ । ଏଥିରେ ଯାତାୟାତ ପାଇଁ ପ୍ରତି ୧୫ ମିନିଟରେ ହାଇ ସ୍ପିଡ୍ ଟ୍ରେନ୍ ଉପଲବ୍ଧ ହେବ । ୩୦,୦୦୦ କୋଟିରୁ ଅଧିକ ବ୍ୟୟରେ ଦିଲ୍ଲୀ-ଗାଜିଆବାଦ-ମେରଠ କରିଡରକୁ ବିକଶିତ କରାଯାଉଛି । ଏହା ଗାଜିଆବାଦ, ମୁରାଦନଗର ଏବଂ ମୋଦିନଗର ସହର ଦେଇ ଏକ ଘଣ୍ଟାରୁ କମ୍ ସମୟ ମଧ୍ୟରେ ଦିଲ୍ଲୀକୁ ମେରଠ ସହ ସଂଯୋଗ କରିବ ବୋଲି ପିଏମଓ କହିଛି ।

Get real time updates directly on you device, subscribe now.