fbpx

ନବରାତ୍ର ପରେ ଓଡ଼ିଶା ଦେଖିଲା ନାରୀ ଶକ୍ତିର ଭିନ୍ନ ଏକ ଉଦାହରଣ; ଚିକିତ୍ସା ପାଇଁ ବାପାଙ୍କୁ ଟ୍ରଲିରେ ଧରି ୩୫କିମି ଆଣିଲା ୧୪ବର୍ଷୀୟା ଝିଅ

Advertisement

ଭଦ୍ରକ: (ଓଡ଼ିଶା ଭାସ୍କର) କଥାରେ ଅଛି ନାରୀ ତୁ ନାରାୟଣୀ…ରାଗିଲେ ଦୂର୍ଗା, ଶାନ୍ତରେ ଲକ୍ଷ୍ମୀ… ନବରାତ୍ର ପରେ ଏମିତି ଏକ ଦେବୀର ଉଦାହରଣ ସାଜିଛନ୍ତି ଏହି କନ୍ୟା । ନବରାତ୍ରରେ ଅନେକ ଲେକ କନ୍ୟା ପୂଜନ କରୁଥିବା ବେଳେ, କୁମାରୀ ଦେବି ରୂପରେ ଅବିର୍ଭାବ ହେଲେ ଏହି କନ୍ୟା । ଚିକିତ୍ସା ପାଇଁ ଅସୁସ୍ଥ ବାପାକୁ ଟ୍ରଲିରେ ଧରି ୩୫ କିମି ଆଣିଲା ନାବାଳିକା ଝିଅ । ଏପରି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍ ଅନ୍ତର୍ଗତ ନଦୀଗାଁ ଗ୍ରାମରେ । ସାରା ଓଡ଼ିଶା ଦେଖିଲା ନଦୀଗାଁର ଶମ୍ଭୁନାଥ ସେଠୀଙ୍କ ୧୪ ବର୍ଷୀୟା ଝିଅର ସାହସିକତା । କିଭଳି ବାପାକୁ ଟ୍ରଲିରେ ବୋହିଲା ନାବାଳିକା ଝିଅ । ତାହା ପୁଣି ନଦୀଗାଁରୁ ଧାମନଗର ଏବଂ ସେଠାରୁ ଭଦ୍ରକ ମେଡିକାଲ ଆଣିଲା ନାବାଳିକା । ଭଦ୍ରକରେ ଟ୍ରଲିରେ ଯିବା ସମୟରେ ଅଟକାଇଥିଲେ ଗଣମାଧ୍ୟମ ପ୍ରତିନିଧି ।

ସୂଚନା ଅନୁସାରେ ଗତ ୨୨ ତାରିଖରେ ସଂଘବଦ୍ଧ ଆକ୍ରମଣରେ ଆହତ ହୋଇଥିଲେ ଶମ୍ଭୁନାଥ ସେଠୀ । ସେହିଦିନ ମଧ୍ୟ ଶମ୍ଭୁନାଥଙ୍କୁ ଟ୍ରଲିରେ ଧରି ଧାମନଗର ହସ୍ପିଟାଲ ଆଣିଥିଲା ଝିଅ । ୨୩ ତାରିଖରେ ଧାମନଗରରୁ ପୁଣି ଟ୍ରଲିରେ ବାପାଙ୍କୁ ଭଦ୍ରକ ମେଡିକାଲ ଆଣିଥିଲା । ଅପରେସନ ହେବ କହି ଆଜି ଫେରାଇ ଦେଇଥିଲେ ହସ୍ପିଟାଲ କର୍ତ୍ତୃପକ୍ଷ । ଏଘଟଣାରେ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ଓ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ହସ୍ତକ୍ଷେପ କରିଥିବା ଜଣାପଡ଼ିଛି । ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବା ପରେ କାଳିଆଙ୍କ ଚିକିତ୍ସା ପାଇଁ ବ୍ୟବସ୍ଥା ହେଲା । ଉଭୟ ହସ୍ପିଟାଲରେ ରହିବେ, ଖୁବଶୀଘ୍ର ଅପରେସନ ହେବା ପାଇଁ ମିଳିଛି ପ୍ରତିଶ୍ରୁତି ।

Get real time updates directly on you device, subscribe now.