fbpx

୮ ଜଣ ପୂର୍ବ ଭାରତୀୟ ନୌସେନାଙ୍କୁ ଫାଶୀ ଦଣ୍ଡ ଶୁଣାଇଲେ କାତାର କୋର୍ଟ ,ଗୁପ୍ତଚର କାର୍ଯ୍ୟ କରୁଥିବା ନେଇ ଲାଗିଥିଲା ଅଭିଯୋଗ

Advertisement

ନୂଆଦିଲ୍ଲୀ: କାତାର କୋର୍ଟ ଏକ ବର୍ଷରୁ ଅଧିକ ସମୟ ଧରି ଜେଲ୍‌ରେ ବନ୍ଦୀ ଥିବା ୮ ଜଣ ପୂର୍ବ ଭାରତୀୟ ନୌସେନା କର୍ମୀଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି । ଏମାନଙ୍କ ଉପରେ ଗୁପ୍ତଚର କାର୍ଯ୍ୟ କରୁଥିବାର ଅଭିଯୋଗ ଲାଗିଥିଲା । ପ୍ରମୁଖ ଭାରତୀୟ ଯୁଦ୍ଧ ଜାହାଜ ପରିଚାଳନା କରୁଥିବା ଅଧିକାରୀଙ୍କ ସହିତ ୮ ଜଣ ବ୍ୟକ୍ତି ଡହରା ଗ୍ଲୋବାଲ ଟେକ୍ନୋଲଜି ଆଣ୍ଡ କନସଲଟାନ୍ସୀ ସର୍ଭିିସେସ୍ ଲାଗି କାମ କରୁଥିଲେ । ଏହା ଏକ ଘରୋଇ ଫାର୍ମ ଯାହା କାତାରର ସଶସ୍ତ୍ର ବାହିନୀକୁ ପ୍ରଶିକ୍ଷଣ ଓ ସମ୍ବନ୍ଧିତ ସେବା ପ୍ରଦାନ କରିଥାଏ ।

ଏମାନଙ୍କ ଜାମିନ ଆବେଦନ ବହୁବାର ଖାରଜ ହୋଇଯିବା ପରେ ଜେଲ୍ ଦଣ୍ଡ ଅବଧିକୁ ବଢାଇ ଦିଆଯାଇଥିଲା । ତେବେ ଭାରତ ସରକାର ଏମାନଙ୍କ ମୃତ୍ୟୁଦଣ୍ଡ ଉପରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଓ ସେମାନଙ୍କୁ ମୁକ୍ତ କରାଯିବାର ସମସ୍ତ ଆଇନଗତ ପ୍ରକ୍ରିୟା ଉପରେ ବିଚାର କରୁଛନ୍ତି ।

ଭାରତର ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି କି ଏହି କେସ୍‌ରେ ଆଗାମୀ ଲଢେଇ ଲାଗି ଆମେ ପ୍ରସ୍ତୁତ ଅଛୁ । ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି କି ଆମେ ଏହି ମାମଲାକୁ ବହୁତ ଗୁରୁତ୍ୱର ସହ ନେଇଛୁ ଓ ଏହା ଉପରେ ସବୁ ଦିଗରୁ ନଜର ରଖିଛୁ । ଆମେ କୋର୍ଟଙ୍କର ଏହି ନିଷ୍ପତ୍ତିକୁ କାତାରର ଅଧିକାରୀଙ୍କ ନିକଟରେ ଉଠାଇବୁ ।

Get real time updates directly on you device, subscribe now.