fbpx

ରାସନ ବଣ୍ଟନ ଦୁର୍ନୀତି ମାମଲା; ‘ସେମାନେ ପ୍ରାଇଭେଟ୍ ପାର୍ଟକୁ ଆଘାତ ଦେଉଛନ୍ତି, ହଉ ଦେଖିବା ଆଗକୁ କ’ଣ ହେଉଛି ?’

Advertisement

କୋଲକାତା: (ଓଡ଼ିଶା ଭାସ୍କର) ମୋଦୀ ସରକାରଙ୍କୁ ତୀବ୍ର ସମାଲୋଚନା କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେ ଅଭିଯୋଗ କରିଛନ୍ତି ଯେ ବିଜେପି କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସିଗୁଡ଼ିକୁ ବ୍ୟବହାର କରି ରାଜ୍ୟ ନେତାଙ୍କୁ ହଇରାଣ କରୁଛନ୍ତି । ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଏଠାକୁ ଆସି ଆମ ସରକାରକୁ ବଦନାମ କରୁଛନ୍ତି। ବିଜେପି ମୋ ପରିବାର ଓ ମୋ ମନ୍ତ୍ରୀଙ୍କ ପରିବାରକୁ ହଇରାଣ କରୁଛି। ଏବେ ମଧ୍ୟପ୍ରଦେଶ, ରାଜସ୍ଥାନରେ ନିର୍ବାଚନ ଥିବାରୁ ସେମାନେ ନିର୍ବାଚନ ଜିତିବା ପାଇଁ ରାଜ୍ୟକୁ ମୋହରା କରୁଛନ୍ତି । ମମତା ବାନାର୍ଜୀ ଆହୁରି କହିଛନ୍ତି, ସେମାନେ ଆମର ପର୍ବପର୍ବାଣୀକୁ ମଧ୍ୟ ଛାଡିଲେ ନାହିଁ । ପୂଜା ଉତ୍ସବ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ।

ମୋର ଜଣେ ନେତା ସୁଲତାନ ଅହମ୍ମଦ କେନ୍ଦ୍ରୀୟ ଏଜେନ୍ସିମାନଙ୍କଠାରୁ ଏକ ଚିଠି ପାଇବା ପରେ ମୃତ୍ୟୁବରଣ କରିଥିଲେ । ଆଉ ଜଣେ ନେତା ଜ୍ୟୋତିପ୍ରିୟା ମଲ୍ଲିକ ମଧ୍ୟ ବହୁତ ଅସୁସ୍ଥ ଅଛନ୍ତି । ଯଦି ତାଙ୍କର ମୃତ୍ୟୁ ହୁଏ ତେବେ ଆମେ ବିଜେପି ବିରୋଧରେ ଏତଲା ଦେବୁ।। ହଉ ଦେଖିବା ଆଗକୁ କ’ଣ ହେଉଛି । ସେପଟେ କୋଟି କୋଟି ଟଙ୍କାର ରାସନ ବଣ୍ଟନ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ସକାଳେ ପଶ୍ଚିମବଙ୍ଗ ମନ୍ତ୍ରୀ ଜ୍ୟୋତିପ୍ରିୟା ମଲ୍ଲିକଙ୍କ ବାସଭବନରେ ଚଢ଼ାଉ କରିଛି।

ମଲିକଙ୍କ ପୂର୍ବତନ ବ୍ୟକ୍ତିଗତ ସହାୟକଙ୍କ ବାସଭବନ ସମେତ ଅନ୍ୟ ୮ଟି ଫ୍ଲାଟରେ ମଧ୍ୟ ଚଢ଼ାଉ ଜାରି ରହିଛି । ଶାସକ ତୃଣମୂଳ କଂଗ୍ରେସ ଏବଂ ମଲ୍ଲିକଙ୍କ ସହ ଘନିଷ୍ଠ ସମ୍ପର୍କ ଥିବା ଅଭିଯୋଗରେ ଇଡି ଅନ୍ୟ ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିଙ୍କ ସହ ଲିଙ୍କ୍ ନେଇ ମଲ୍ଲିକଙ୍କୁ ପଚରାଉଚରା କରାଯିବା ସହ ମନ୍ତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ମଧ୍ୟ ଯାଞ୍ଚ କରାଯାଉଛି। ନିକଟରେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଥିନ ଘୋଷ ଏବଂ ନଗର ଉନ୍ନୟନ ମନ୍ତ୍ରୀ ଫିରହାଦ ହାକିମଙ୍କ ବାସଭବନ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଇଡି ଚଢ଼ାଉ କରିଥିଲା।

Get real time updates directly on you device, subscribe now.