fbpx
BJD SKY
BJD SKY

ଶରଦ ପୂର୍ଣ୍ଣିମାରେ ଲାଗୁଛି ବର୍ଷର ଶେଷ ଚନ୍ଦ୍ରଗ୍ରହଣ, ଏହି ଦୁଇ ରାଶିକୁ ରହିବାକୁ ପଡିବ ବିଶେଷ ସତର୍କ

BJD

ନୂଆଦିଲ୍ଲୀ: ପ୍ରତି ବର୍ଷ ଆଶ୍ୱିନ ମାସ ଶୁକ୍ଳ ପକ୍ଷ ଚତୁର୍ଦ୍ଦଶୀ ତିଥିର ପରବର୍ତ୍ତୀ ଦିନ ଶରଦ ପୂର୍ଣ୍ଣିମା ପାଳନ କରାଯାଏ । ଏହି ଅନୁସାରେ ଚଳିତ ବର୍ଷ ୨୮ ଅକ୍ଟୋବରରେ ଶରଦ ପୂର୍ଣ୍ଣିମା ପଡୁଛି । ସନାତନ ଧର୍ମରେ ପୂର୍ଣ୍ଣିମାର ବିଶେଷ ମହତ୍ତ୍ୱ ରହିଛି । ଏହିଦିନ ଗଙ୍ଗାସ୍ନାନ, ପୂଜା, ଜପ ତପ ଓ ଦାନ କରିବାର ବିଧି ରହିଛି । ଧାର୍ମିକ ମାନ୍ୟତା ଅନୁସାରେ ପୂର୍ଣ୍ଣିମା ତିଥିରେ ଗଙ୍ଗାସ୍ନାନ କରିବା ଦ୍ୱାରା ବ୍ୟକ୍ତି ଦ୍ୱାରା ଜାଣତରେ ହେଉ କି ଅଜାଣତରେ ହେଉ କରାଯାଇଥିବା ସମସ୍ତ ପାପରୁ ମୁକ୍ତି ମିଳିଥାଏ । କିନ୍ତୁ ଏଥର ଶରଦ ପୂର୍ଣ୍ଣିମା ତିଥିରେ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଲାଗୁଛି । ଏହି ଗ୍ରହଣ ଭାରତରେ ଦୃଶ୍ୟମାନ ହେବ । ଏଣୁ ଏହି ସମୟରେ ସୂତକ ମାନ୍ୟ ହେବ ।

ଚନ୍ଦ୍ରଗ୍ରହଣ ସମୟରେ ରାହୁର ପ୍ରଭାବ ବଢିଯାଇଥାଏ । ଏହି କାରଣରୁ ଦୁଇ ରାଶିର ଜାତକ ଉପରେ ବ୍ୟାପକ ପ୍ରଭାବ ପଡିବ । ଏଣୁ ଏହି ୨ ରାଶିର ଲୋକଙ୍କୁ ବିଶେଷ ସତର୍କ ରହିବାକୁ ପଡିବ । ଜ୍ୟୋତିଷବିଦ୍‌ଙ୍କ ଅନୁସାରେ ଶରଦ ପୂର୍ଣ୍ଣିମା ମଧ୍ୟରାତ୍ରୀରେ ଭାରତୀୟ ସମୟ ୧ଘ.୦୬ମି.ରେ ଚନ୍ଦ୍ର ଗ୍ରହଣ ଲାଗିବ ଓ ୨ଘ.୨୨ମି.ରେ ଏହା ସମାପ୍ତ ହେବ । ଅନ୍ୟପକ୍ଷରେ ପୂର୍ଣ୍ଣିମା ତିଥି ୧ଘ. ୫୩ ମି.ରେ ସମାପ୍ତ ହେବ । ଏହି ଗ୍ରହଣର ଅବଧି ୧ଘ.୧୬ ମି.ରହିବ ।

ମେଷ: ମନର କାରକ ଚନ୍ଦ୍ରଦେବ ସକାଳ ୭ଘ ୩୧ମିରେ ମୀନ ରାଶିରୁ ବାହାରି ମେଷ ରାଶିରେ ପ୍ରବେଶ କରିବେ । ଏହି ରାଶିରେ ଚନ୍ଦ୍ର ଦେବ ୩୦ ଅକ୍ଟୋବର ସକାଳ ୧୦ଟା ୨୮ ମି. ପର୍ଯ୍ୟନ୍ତ ରହିବେ । ଗ୍ରହଣ ସମୟରେ ଚନ୍ଦ୍ରଦେବ ମେଷ ରାଶିର ଲଗ୍ନ ଭାବରେ ରହିବେ । ପୂର୍ବରୁ ରାହୁ ବି ଏହି ରାଶିର ଲଗ୍ନ ଭାବରେ ରହିଛନ୍ତି । ଏଣୁ ମେଷ ରାଶିର ମାନସିକ ଚିନ୍ତା ବଢିଯିବ । ନିଜ କଥାବାର୍ତ୍ତା ଉପରେ ସଂଯମତା ରକ୍ଷା କରନ୍ତୁ । ସୂତକ ସମୟରେ ବିଶେଷ ସାବଧାନତା ରଖନ୍ତୁ । କୌଣସି ବି ବାଦ ବିବାଦ ଘଟିପାରେ ।
କର୍କଟ ରାଶି:ଏହି ରାଶିର ସ୍ୱାମୀ ଚନ୍ଦ୍ର ଦେବ । ଏଣୁ ଗ୍ରହଣ ସମୟରେ ଏହି ରାଶି ଉପରେ ବ୍ୟାପକ ପ୍ରଭାବ ପଡିପାରେ । ଅକାରଣ ଚିନ୍ତା ବଢିଯାଇପାରେ । ମନ ମଧ୍ୟରେ ବିଦ୍ୱେଷ ଭାବନା ଉପୁଜିପାରେ । କାହା ସହ କଳି ଝଗଡା ହୋଇପାରେ । ଏହି ସମୟରେ ନିବେଶ କରନ୍ତୁ ନାହିଁ । କୌଣସି ବଡ ନିଷ୍ପତ୍ତି ନିଅନ୍ତୁ ନାହିଁ । ଗାଡି ଚଳାଇବା ସମୟରେ ସାବଧାନ ରୁହନ୍ତୁ । ଗ୍ରହଣ ସମୟରେ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ ।

Get real time updates directly on you device, subscribe now.