fbpx

ଘରୋଇ କଳହର କରୁଣ ପରିଣତି : ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ସ୍ୱାମୀ

ନୂଆଦିଲ୍ଲୀ : ଦିନକୁ ଦିନ ହତ୍ୟାର ମାମଲା ବଢିବାରେ ଲାଗିଛି । ଆଜି ଏକ ପରିବାର କଳହର ହୃଦୟଥରା ଦୃଶ୍ୟ ଦେଖିବାକୁ ମିଳିଛି । ଯାହାକୁ ଶୁଣିବା ପରେ ଲୋମ ଟାଙ୍କୁରୀ ଉଠିବ । ଦମ୍ପତିଙ୍କ ମଧ୍ୟରେ କୌଣସି କାରଣରୁ କଳହ ହେବାରୁ ସ୍ୱାମୀ ଜଣକ ସ୍ତ୍ରୀକୁ ପିଟି ହତ୍ୟା କରିଛି । କେବଳ ଏତିକି ନୁହେଁ ସ୍ତ୍ରୀକୁ ମାରିବା ପରେ, ସ୍ୱାମୀ ନିଜେ ଫାସି ଲଗାଇ ଆତ୍ମହତ୍ୟା କରିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ତଦନ୍ତ ଜାରି ରଖିଛି ।

ସୂଚନା ଅନୁସାରେ, ଛତିଶଗଡ଼ ଧମତରୀ ଜିଲ୍ଲାର ଭେଣ୍ଡରୀ ଗାଁରେ ଏକ ହୃଦୟଥରା ଘଟଣା ଘଟିଛି । କୁହାଯାଉଛି ଯେ ଯୁବକ ଜଣକ ନିଜ ସ୍ତ୍ରୀ ଏବା ପିଲାଙ୍କ ସହ ନିଜ ଶଶୁର ଘରେ ରହୁଥିଲା । ସେ ନୱାପାରାର ଏକ ହୋଟେଲରେ କାମ କରି ଜୀବନ ବିତାଉଥିଲେ । ଯୁବକ ଜଣକର ନାମ ହେଉଛି ଗିରିଧର ସାହୁ(୩୫ ବର୍ଷ) ଏବଂ ତାଙ୍କ ସ୍ତ୍ରୀଙ୍କର ନାମ ବୀଣା ସାହୁ(୨୯ ବର୍ଷ) ଅଟେ । ଗତ ରାତିରେ ଖାଇବା ସାରି ଦୁହେଁ ଶୋଇବାକୁ ଗଲେ, କିଛି ସମୟରେ ଦୁହିଁଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା । ଝଗଡା ଏତେ ମାତ୍ରାରେ ବଢିଲା ଯେ, ଗିରିଧର ସ୍ତ୍ରୀକୁ ଗୋଟିଏ ବନ୍ଦ କୋଠରୀରେ ଏକ ବେତରେ ପିଟିବାକୁ ଲାଗିଲେ । ଏହାପରେ ଗିରିଧର ପିଟି ପିଟି ସ୍ତ୍ରୀର ହତ୍ୟା କରି ଦେଲା । ସ୍ତ୍ରୀକୁ ମାରି ଦେବା ପରେ ତାଙ୍କ ଏକ ଝଟକା ଲାଗି ଥିଲା । ତେବେ ସେ ସେହି କୋଠରୀ ହିଁ ପଙ୍ଖାରେ ଫାସି ଦେଇ ନିଜେ ବି ଆତ୍ମହତ୍ୟା କରିଦେଲା ।

ଆଖପାଖ ଲୋକ ଜାଣିବାପରେ, ପୋଲିସକୁ ଖବର ଦେଇଥିଲେ । ସୂଚନା ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଇଛି । ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ପରେ ପୋଲିସ କହିଛି ଯେ, ଘରୋଇ କଳହରୁ ବିଚଳିତ ହୋଇ ଯୁବକ ଏପରି କାର୍ଯ୍ୟ କରିଛନ୍ତି ।

Get real time updates directly on you device, subscribe now.