fbpx
BJD SKY
BJD SKY

ଅମିତାଭ ବଚ୍ଚନ କଲେ ରହସ୍ୟମୟ ପୋଷ୍ଟ, ଫ୍ୟାନ୍ସ କହିଲେ ରାହୁଲଙ୍କ କମେଣ୍ଟର ଦେଲେ ଏପରି ପ୍ରତିକ୍ରିୟା

BJD

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରାୟ ସମୟରେ ନିଜ ବୟାନ କାରଣରୁ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥାନ୍ତି । ବହୁ ସମୟରେ ସେ ନିଜ ଭାଷଣରେ ବଲିଉଡ୍ ସେଲିବ୍ରିଟିଙ୍କୁ ବି ଟାର୍ଗେଟ୍ କରିଥାନ୍ତି । ମଙ୍ଗଳବାର ଉତ୍ତରପ୍ରଦେଶ ପ୍ରୟାଗରାଜ ଯାତ୍ରା ସମୟରେ ଜନସଭାକୁ ସମ୍ବୋଧିତ କରିବା ବେଳେ ସେ ଅମିତାଭ ବଚ୍ଚନ ଓ ବୋହୂ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ କଥା କହିଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍ କରି ସେ କହିଥିଲେ, କ’ଣ ଆପଣ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଦେଖିଛନ୍ତି? ଆପଣ କ’ଣ ସେଠାରେ କୌଣସି OBC/SC/ST ଚେହେରା ଦେଖିଛନ୍ତି । ଏଥିରେ ଅମିତାଭ ବଚ୍ଚନ, ଐଶ୍ୱର୍ଯ୍ୟା ରାୟ ଓ ପ୍ରଧାନମନ୍ତ୍ରୀ ମୋଦୀ ସାମିଲ ହୋଇଥିଲେ । କିନ୍ତୁ ସେଠାରେ ମୁଁ ସେହିମାନଙ୍କୁ ଦେଖିବାକୁ ପାଇ ନ ଥିଲି ଯେଉଁମାନେ ବାସ୍ତବରେ ଦେଶ ଚଳାଉଛନ୍ତି । ରାହୁଲଙ୍କ ଏହି ମନ୍ତବ୍ୟକୁ ନେଇ ଚାରିଆଡେ ଚର୍ଚ୍ଚା ହୋଇଥିଲା । ଏହାରି ମଧ୍ୟରେ ଅମିତାଭ ବଚ୍ଚନ ମଧ୍ୟ ଏକ କ୍ରିପଟିକ୍ ପୋଷ୍ଟ ସେୟାର କରିଛନ୍ତି । ସେ ଏଥିରେ ଲେଖିଛନ୍ତି ୱାର୍କଆଉଟ୍‌ର ସମୟ ଆସିଯାଇଛି । ଶରୀରର ଗତିଶୀଳତା, ମସ୍ତିଷ୍କର ନମନୀୟତାକୁ ଠିକ୍ ଭାବରେ ପ୍ରୟୋଗ କରାଯିବା ଉଚିତ । ଏହାପରେ ଅପେକ୍ଷା କରିବାକୁ ପଡିବ ।

ଏହି ପୋଷ୍ଟ ବ୍ୟତିତ ବିଗ୍ ବି’ ଏକ ବ୍ଲଗ ସେୟାର କରିଛନ୍ତି ଯେଉଁଥିରେ ସେ କହିଛନ୍ତି ଦୀର୍ଘ ସମୟ ପରେ ସେ ପ୍ରଫେସନାଲ ଜର୍ଣ୍ଣିଂରେ ରହିଛନ୍ତି । କିନ୍ତୁ ଏହାରି ମଧ୍ୟରେ ସେ ରବିିବାର NGO ଯାଇପାରି ନାହାନ୍ତି । ଫଳରେ ତାଙ୍କ ମଧ୍ୟରେ ଏକ ଅଧୁରାପଣ ସୃଷ୍ଟି ହୋଇଛି । ଏହାରି ମଧ୍ୟରେ ସେ କହିଛନ୍ତି ଜୀବନ ଗତିଶୀଳ ରହିଛି । ଜୀଇଁବାର ଇଚ୍ଛା ଆଦୌ କମ୍ ହେବା ଅନୁଚିତ । ଆପଣମାନଙ୍କ ଆଶୀର୍ବାଦ ମୋ ଉପରେ ରହିଛି । ବିଗ୍ ବି ଏହି ପୋଷ୍ଟରେ ରାହୁଲଙ୍କ ନାମ ନ ନେଇଥିଲେ ବି ଫ୍ୟାନ୍ସ ଅନୁମାନ କରୁଛନ୍ତି କି ସେ ରାହୁଲଙ୍କ ଉଦ୍ଦେଶ୍ୟରେ ଏପରି ପୋଷ୍ଟ କରିଛନ୍ତି । କାରଣ ରାହୁଲ ଜନସଭାରେ ତାଙ୍କର ଓ ତାଙ୍କ ବୋହୂଙ୍କର ନାଁ ନେଇଥିଲେ ।

Get real time updates directly on you device, subscribe now.