fbpx

Board Exam Tips: ବୁଧଙ୍କ ଏହି ମନ୍ତ୍ରକୁ ଜପ କରନ୍ତୁ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀ; ମିଳିବ ଅନେକ ଫାଇଦା

ଓଡ଼ିଶା ଭାସ୍କର: ବୁଧ ଗ୍ରହକୁ ମଜବୁତ କରିବା ଦ୍ୱାରା ଆପଣଙ୍କ ଜୀବନରେ ଅନେକ ଅସୁବିଧା ଦୂର ହୋଇପାରିବ । ବୁଧ ଦେବ ହେଉଛନ୍ତି ବୁଦ୍ଧିର କାରକ । ତାଙ୍କୁ ପ୍ରସନ୍ନ କରିବା ପାଇଁ ଏହି ମନ୍ତ୍ରର ଜପ କରନ୍ତୁ । ଏହି ମନ୍ତ୍ର ର ଜପ ଦ୍ୱାରା ବୁଦ୍ଧିକୁ ତୀକ୍ଷ୍ଣ କରାଯାଇପାରିବ ଏବଂ ସ୍ମରମଶକ୍ତିର ମଧ୍ୟ ବୃଦ୍ଧି ହେବ । ବୁଧକୁ ତୀକ୍ଷ୍ଣ ମନର କାରକ ବୋଲି ବିବେଚନା କରାଯାଏ । ଯଦି ଆପଣ ନିଜ ସମ୍ପର୍କ, ବ୍ୟବସାୟ, ଚାକିରି ଓ ପାଠପଢ଼ାକୁ ଉତ୍ତମ କରିବାକୁ ଚାହୁଁଛନ୍ତି, ତେବେ ବୁଦ୍ଧିର କାରକ ବୁଧ ଗ୍ରହକୁ ମଜବୁତ୍ କରନ୍ତୁ । ଶକ୍ତିଶାଳୀ ଗ୍ରହ ବୁଦ୍ଧଙ୍କ ଯୋଗୁଁ ଆପଣଙ୍କ ବାଣୀ ଚମତ୍କାର, ଆପଣ ଲୋକମାନଙ୍କ ସହିତ ଭଲ ଯୋଗାଯୋଗ କରିବାରେ ସକ୍ଷମ ହୁଅନ୍ତି । ସବୁଠୁ ବଡ଼ କଥା ହେଉଛି ପାଠପଢ଼ାରେ ଏକାଗ୍ରତା ବୃଦ୍ଧି ପାଇଥାଏ ।

ବୁଧ ଗ୍ରହକୁ ମଜବୁତ କରିବା ପାଇଁ  || ଓଁ ବ୍ରାଂ ବ୍ରୀଂ ବ୍ରୋଂ ସଃ ବୁଧାୟ ନମଃ || ଏହି ମନ୍ତ୍ରକୁ ଜପ କରନ୍ତୁ । ଏହି ମନ୍ତ୍ର ଜପ କରିବା ଦ୍ଵାରା ବ୍ୟବସାୟ ଓ ଶିକ୍ଷା କ୍ଷେତ୍ରରେ ସଫଳତା ହାସଲ କରିପାରିବେ । ବୁଧଙ୍କୁ ସମର୍ପିତ ଏହି ମନ୍ତ୍ରଜପ କରିବା ଦ୍ୱାରା ଆପଣ ପ୍ରତ୍ୟେକ କ୍ଷେତ୍ରରେ ଉନ୍ନତି ହାସଲ କରିପାରିବେ । ଏହା ସହିତ ବୁଧ ଗ୍ରହକୁ ମଜବୁତ କରିବା ପାଇଁ ବିଷ୍ଣୁ ସହସ୍ରନାମ ଜପ କରନ୍ତୁ। ବୁଧ ଗ୍ରହକୁ ଦୃଢ଼ କରିବା ପାଇଁ ଅଧ୍ୟୟନରେ ଭଲ ପ୍ରଦର୍ଶନ କରିବା ପାଇଁ ଦିନକୁ ୩ ଥର ଏହି ମନ୍ତ୍ରକୁ ଶୁଣନ୍ତୁ କିମ୍ବା ଉଚ୍ଚାରଣ କରନ୍ତୁ ।

ବି.ଦ୍ର;- ଆମେ କୌଣସି ପ୍ରକାରର ଅନ୍ଧବିଶ୍ୱାସକୁ ପ୍ରସୟ ଦେଉ ନାହୁଁ । ଏହା ହେଉଛି ଜ୍ୟୋତିଷ ଶାସ୍ତ୍ରରୁ ସଂଗୃହୀତ ହୋଇଛି । ଏଠାରେ ଆଉ ଏକ କଥା ମଧ୍ୟ କହି ରଖୁଛୁ, ଆମର ଏହି ଖବରରେ ପ୍ରଭାବିତ ହୋଇ କୌଣସି ପରୀକ୍ଷାର୍ଥୀ କିମ୍ୱା ତାଙ୍କର ଅବିଭାବକ ସେମାଙ୍କ ଗୁରୁତ୍ୱପୂର୍ଣ୍ଣ ସମୟକୁ ପୂଜାପାଠରେ ଅତିବାହିତ କରନ୍ତୁ ନାହିଁ । ସମୟ ମିଳିଲେ କିମ୍ବା ଅଳ୍ପ ସମୟ ବାହର କରି ଏହି ଉପାୟ ଆପଣେଇବେ । 

Get real time updates directly on you device, subscribe now.