fbpx
BJD SKY
BJD SKY

ବାରବାଟୀ ଷ୍ଟାଡିୟମରେ ହୋଇପାରେ 2024 IPL ମ୍ୟାଚ୍: ବିଶେଷସୂତ୍ରରୁ ସୂଚନା

BJD

ଓଡ଼ିଶା ଭାସ୍କର: ଓଡ଼ିଶାର ସମସ୍ତ କ୍ରୀଡ଼ାପ୍ରେମୀଙ୍କ ପାଇଁ ଖୁସି ଖବର। କଟକର ବାରବାଟୀ ଷ୍ଟାଡିୟମରେ ହୋଇପାରେ ଚଳିତ ୨୦୨୪ ଆଇପିଏଲ ମ୍ୟାଚ। ଏନେଇ ଏକ ବିଶେଷସୂତ୍ରରୁ ସୂଚନା ମିଳିଛି। ଅରୁଣ ଜେଟଲୀ ଷ୍ଟାଡିୟମ ପ୍ରସ୍ତୁତ ନଥିବାରୁ ଅନ୍ୟତ୍ର ମ୍ୟାଚ ହେବାର ସମ୍ଭାବନା ରହିଛି। ତେବେ ଯଦି ବାରବାଟୀରେ ଆଇପିଏଲ ମ୍ୟାଚ ହୁଏ ତାହେଲେ ଦିଲ୍ଲୀ କ୍ୟାପିଟାଲ୍ସ ଏଠାରେ ଖେଳିବାର ସୁଯୋଗ ପାଇପାରେ। ତେବେ ବାରବାଟୀରେ ଆଇପିଏଲ ମ୍ୟାଚ ଆୟୋଜନ ହେବା ନୂଆ କଥା ନୁହେଁ । ପୂର୍ବରୁ ଏହି ଷ୍ଟାଡିୟମରେ ବେଶ କେତୋଟି ଆଇପିଏଲ ମ୍ୟାଚ ଆୟୋଜନ ହୋଇସାରିଛି । ୨୦୧୧ରେ ଡେକାନ ଚାର୍ଜର୍ସ ଓ ୨୦୧୪ରେ କିଙ୍ଗସ-୧୧ ପଂଜାବର ଏହା ହୋମ ଗ୍ରାଉଣ୍ଡ ଥିଲା ।

ସୂଚନା ଥାଉକି, ଏ ନେଇ ଓଡ଼ିଶା କ୍ରିକେଟ ଆସୋସିଏସନ ପକ୍ଷରୁ କୌଣସି ସୂଚନା ମିଳିପାରିନାହିଁ । କିନ୍ତୁ ଜାତୀୟ ଗଣମାଧ୍ୟମରେ ବାରବାଟୀ ଷ୍ଟାଡିୟମକୁ ନେଇ ଚର୍ଚ୍ଚା ଲାଗି ରହିଥିବା ବେଳେ ବାରବାଟୀରେ ଆଇପିଏଲ ମ୍ୟାଚ ହୋଇପାରେ ବୋଲି ANI ରିପୋର୍ଟ କରିଛି।

 

Get real time updates directly on you device, subscribe now.