fbpx

ଗୌତମ ଆଦାନୀଙ୍କ ଅବସର ପରେ କିଏ ସମ୍ଭାଳିବ କୋଟି କୋଟି ଟଙ୍କାର ସାମ୍ରାଜ୍ୟ ? ତାଲିକାରେ ଏହି ୪ ଜଣଙ୍କ ନାଁକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ଆଦାନୀ ଗ୍ରୁପ୍ ଅଫ୍ କମ୍ପାନୀର ଚେୟାରମ୍ୟାନ ଗୌତମ ଆଦାନୀ ନିଜ ଅବସର ପାଇଁ ଯୋଜନା ପ୍ରସ୍ତୁତ କରିସାରିଛନ୍ତି । ଆସନ୍ତା କିଛି ବର୍ଷରେ ସେ କମ୍ପାନୀ ଦାୟିତ୍ୱ ପରବର୍ତ୍ତୀ ପିଢ଼ିକୁ ହସ୍ତାନ୍ତର କରି ଅବସର ଗ୍ରହଣ କରିବେ । ବର୍ତ୍ତମାନ ପ୍ରଶ୍ନ ଉଠୁଛି କି ଏତେ ବଡ଼ ସାମ୍ରାଜ୍ୟର ଦାୟିତ୍ୱ ସେ କାହାକୁ ଦେବେ ? ଏଥିପାଇଁ ୪ ଜଣ ଉତ୍ତରାଧିକାରୀଙ୍କ ନାଁ ଦୌଡ଼ରେ ସାମିଲ ଅଛି ।

ବ୍ଲୁମବର୍ଗର ଏକ ରିପୋର୍ଟ ଅନୁଯାୟୀ ଗୌତମ ଆଦାନୀ ୨୦୩୦ ମଧ୍ୟରେ କମ୍ପାନୀର ଦାୟିତ୍ୱ ନିଜ ପୁଅ ଓ ଭଣଜାଙ୍କୁ ଦେବେ । ଗୌତମ ଆଦାନୀ ୭୦ ବର୍ଷ ବୟସରେ ଅବସର ନେବା ପାଇଁ ଯୋଜନା କରିଛନ୍ତି । କମ୍ପାନୀର ଉତ୍ତରାଧିକାରୀ ଭାବେ ତାଙ୍କ ପୁଅ କରଣ ଆଦାନୀ ଓ ଜୀତ ଆଦାନୀଙ୍କ ବ୍ୟତୀତ ଭଣଜା ପ୍ରଣବ ଏବଂ ସାଗର ଆଦାନୀ ପରିବାର ଟ୍ରଷ୍ଟର ସମାନ ହିତାଧିକାରୀ ହେବେ । ତେବେ କମ୍ପାନୀରେ କାହାକୁ କେଉଁ ଦାୟିତ୍ୱ ଦିଆଯିବ ଏଥିପାଇଁ ଏକ ଗୋପନୀୟ ଚକ୍ତିନାମା ହେବ । ଏଥିରେ ଆଦାନୀ ଗ୍ରୁପ୍ ଅଫ୍ କମ୍ପାନୀର ଅଂଶଧନ ଏବଂ ଉତ୍ତରାଧିକାରୀଙ୍କ ମଧ୍ୟରେ ଭାଗବଣ୍ଟାକୁ ନେଇ ସମ୍ପୂର୍ଣ୍ଣ ଡିଟେଲ୍ସ ରହିବ । କହିରଖୁଛୁ ବର୍ତ୍ତମାନ ଗୌତମ ଆଦାନୀଙ୍କ ବଡ଼ ପୁଅ କରଣ ଆଦାନୀ, ଆଦାନୀ ପୋର୍ଟର ପରିଚାଳନା ନିଦେ୍ର୍ଦଶକ ଥିବା ବେଳେ ସାନ ପୁଅ ଜୀତ ଆଦାନୀ ଆଦାନୀ ପୋର୍ଟର ଦାୟିତ୍ୱ ସମ୍ଭାଳୁଛନ୍ତି । ସେହିପରି ତାଙ୍କ ଭଣଜା ପ୍ରଣବ ଆଦାନୀ ଏଣ୍ଟରପ୍ରାଇଜେସ୍ ଡାଇରେକ୍ଟର ଥିବା ବେଳେ ସାଗର ଆଦାନୀ, ଆଦାନୀ ଗ୍ରୀନର କାର୍ଯ୍ୟନିର୍ବାହୀ ନିଦେ୍ର୍ଦଶକ ଅଛନ୍ତି । ଅପରପକ୍ଷରେ ଗୌତମ ଆଦାନୀଙ୍କ କହିବାନୁଯାୟୀ ବ୍ୟବସାୟର ସ୍ଥାୟିତ୍ୱ ପାଇଁ ଉତ୍ତରାଧିକାରୀ ଚୟନ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ମୁଁ ଏହି ଦାୟିତ୍ୱ ପରବର୍ତ୍ତୀ ପିଢ଼ି ଉପରେ ଛାଡ଼ି ଦେଇଛି କାରଣ ଏହି ପରିବର୍ତ୍ତନ organic, gradual and very systematic ହେବା ଉଚିତ ।

Get real time updates directly on you device, subscribe now.