fbpx

ପିଆଜ ମୂଲ୍ୟ ୮୦ ଛୁଇଁବା ପରେ ଚେତିଲେ ସରକାର, କଳାବଜାରୀଙ୍କ ଉପରେ ହେବ କଡା କାର୍ଯ୍ୟାନୁଷ୍ଠାନ

Advertisement

ଭୁୁବନେଶ୍ୱର: ଏବେ ଦେଶ ତଥା ରାଜ୍ୟରେ ପିଆଜର ମୂଲ୍ୟ ଅହେତୁକ ଭାବରେ ବୃଦ୍ଧି ପାଇଛି । ଗତ ସପ୍ତାହରେ କିଲୋପ୍ରତି ୩୦ଟଙ୍କାରେ ବିକ୍ରୀ ହେଉଥିବା ପିଆଜ ଏବେ ୧୦୦ ଟଙ୍କା ଛୁଇଁଲାଣି । ପିଆଜର ଏହି ଚଢାଦରକୁ ନେଇ ଖାଉଟୀଙ୍କ ମୁଣ୍ଡରେ ଚଡକ ପଡିଯାଇଛି । ପିଆଜର ମୂଲ୍ୟ ୮୦ ଛୁଇଁବା ପରେ ଏବେ ଚେତିଛନ୍ତି ରାଜ୍ୟ ସରକାର ଓ ମୂଲ୍ୟ ନିୟନ୍ତ୍ରଣ କରିବା ଲାଗି ପଦକ୍ଷେପ ନେଇଛନ୍ତି ।

ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚି ନାୟକ ଆଜି ମିଡିଆ ସାମ୍ନାରେ କହିଛନ୍ତି ପିଆଜ କଳାବଜାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ପିଆଜ କଳାବଜାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.