fbpx

(Video) ଟ୍ରୋଲର୍ସମାନଙ୍କୁ ଜବାବ ଦେଲେ ଦୀପିକା ପାଦୁକୋନ, ଭିଡିଓ ମାଧ୍ୟମରେ ଲୋକଙ୍କର ଏପରି କଲେ ମୁହଁ ବନ୍ଦ

Advertisement

ମୁମ୍ବାଇ: ଦୀପିକା ପାଦୁକୋନ-ରଣବୀର ସିଂହ ଏବେ କିଛିଦିନ ହେବ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛନ୍ତି । କରଣ ଜୋହାର ଚାଟ ଶୋ “କଫି ୱିଥ କରଣ ୮’ ରେ ସେହି ଦୁଇ ଜଣ ଖୁବ୍ ଟ୍ରୋଲ ହେବାରେ ଲାଗିଛନ୍ତି । ଏହି ଶୋରେ ଦୀପିକା ରଣବୀରଙ୍କ ସହ ନିଜ ସଂପର୍କକୁ ନେଇ ଏପରି କିଛି କଥା ସେୟାର କରିଛନ୍ତି, ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ସେହିପରି ଏବେ ଦୀପିକା ପାଦୁକୋନ ନିଜ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଁଣ୍ଟରେ ଏକ ଭିଡିଓ ସେୟାର କରି ସମସ୍ତଙ୍କ ମୁହଁ ବନ୍ଦ କରିଦେଇଛନ୍ତି । ଦୀପିକାଙ୍କ ଏହି ଫନି ଭିଡିଓରେ ତାଙ୍କ ସ୍ୱାମୀ ରଣବୀର ସିଂହ ମଧ୍ୟ ରିଆକ୍ଟ କରିଛନ୍ତି ।

କରଣ ଜୋହାରଙ୍କ ସବୁଠାରୁ ଚର୍ଚ୍ଚିତ ଶୋ କଫି ୱିଥ କରଣ ୮ର ପ୍ରଥମ ଗେଷ୍ଟ ରଣବୀର ସିଂହ ଏବଂ ଦୀପିକା ପାଦୁକୋନ ରହିଛନ୍ତି । ଏହି ଶୋରେ ଦୀପିକା ଏବଂ ରଣବୀର ନିଜ ଜୀବନର କିଛି କଥା ସେୟାର କରିଛନ୍ତି, ଯାହାପରେ ଏହି ଚର୍ଚ୍ଚା ଲାଗି ରହିଛି । ସେହିପରି ଦୀପିକା ସେହି ଟ୍ରୋଲର୍ସମାନଙ୍କୁ ଉପଯୁକ୍ତ ଉତ୍ତର ଦେଇ ମୁହଁ ବନ୍ଦ କରାଇଛନ୍ତି । ସେ ଇନଷ୍ଟାଗ୍ରାମରେ ଛାଡିଥିବା ଏକ ଫନି ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ସେ ଏକ ଲିପ୍ସିଙ୍ଗ କରି “ସୋ ବିୟୁଟିଫୁଲ୍.. ଜଷ୍ଟ ଲୁକିଙ୍ଗ ଲାଇକ ଅ ୱାଓ…’ କହିଛନ୍ତି ।

ଦୀପିକା କହିଥିଲେ ଯେ, ପ୍ରାରମ୍ଭରେ ସେ ରଣଭୀରଙ୍କ ପ୍ରତି ଗମ୍ଭୀର ନଥିଲେ କାରଣ ସେହି ସମୟରେ ମୁଁ ଏକ ଖରାପ ପର୍ଯ୍ୟାୟ ଦେଇ ଗତି କରୁଥିଲି। ଅନେକ ଲୋକ ଦୀପିକାଙ୍କର ଏହି କଥାକୁ ପସନ୍ଦ କରି ନଥିଲେ ଏବଂ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କଲେ। ଦୀପିକା ପାଦୁକୋନଙ୍କ ଏହି ମଜାଳିଆ ଭିଡିଓରେ ପ୍ରଶଂସକଙ୍କ କ୍ରମାଗତ ପ୍ରତିକ୍ରିୟା ରହିଛି। ରଣଭୀର ସିଂହ ମଧ୍ୟ ଏହି ଭିଡିଓ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଲେଖିଛନ୍ତି, ‘ହା ହା ହା …’

Get real time updates directly on you device, subscribe now.