fbpx
BJD SKY
BJD SKY

(video)ଶାଢୀ ପିନ୍ଧି ମହାରାଷ୍ଟ୍ରରେ ବସ୍ ଚଳାଉଛନ୍ତି ମହିଳା, ସୋସିଆଲ ମିଡିଆରେ ଛୁଟିଲା ପ୍ରଶଂସାର ସୁଅ

BJD

ସୋସିଆଲ ମିଡିଆରେ କେତେବେଳେ କେହି ଭୟାନକ ଷ୍ଟଣ୍ଟ କରୁଥିବାର ଚିତ୍ର ଦେଖିବାକୁ ମିଳିଥାଏ ତ ପୁଣି କେତେବେଳେ କେହି ନିଜର କଳାରେ ଲୋକମାନଙ୍କୁ ଆକୃଷ୍ଟ କରୁଥିବାର ଦେଖିବାକୁ ମିଳିଥାଏ । ଏବେ ଏହି ସୋସିଆଲ ମିଡିଆରେ ମହିଳା ସଶକ୍ତିକରଣର ଏକ ଅଭିନବ ଚିତ୍ର ଦେଖିବାକୁ ମିଳୁଛି । ଏହି ଭିଡିଓ ଦେଖିବା ପରେ ଲୋକମାନେ ମହିଳାଙ୍କୁ ସାଲ୍ୟୁଟ୍ ନ କରି ରହିପାରି ନାହାନ୍ତି ।

ଆପଣମାନେ ଜଣେ ମହିଳାଙ୍କୁ ବାଇକ୍ କିମ୍ବା ଇ ରିକ୍ସା ଚଳାଉଥିବାର ତ ବହୁବାର ଦେଖିଥିବେ । କିନ୍ତୁ ପ୍ରଥମ ଥର ଜଣେ ମହିଳା ଭାରତର ଏକ ସଡକ ଉପରେ ବସ୍ ଚଳାଉଥିବାର ନଜର ଆସିଛନ୍ତି । ଏବେ ମହିଳାଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ୍ ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳୁଛି ଯେ, ଶାଢୀ ପିନ୍ଧିଥିବା ଏହି ମହିଳା ଜଣକ ବସ୍‌କୁ ବେଶ୍ ସହଜରେ ହ୍ୟାଣ୍ଡେଲ କରୁଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ @Deewani__1 ନାମକ ଆକାଉଣ୍ଟରୁ ଏହି ଭିଡିଓଟି ସେୟାର କରାଯାଇଛି ।

ଏହି ମହିଳା ବସ୍ ଡ୍ରାଇଭରଙ୍କ ନାମ ମୀନା ଭଗବାନ ଯିଏ କି ମହାରାଷ୍ଟ୍ରରେ ବସ୍ ଚଲାଉଛନ୍ତି । ସବୁଠାରୁ ବଡ କଥା ହେଉଛି ମୀନା ଶାଢୀ ପିନ୍ଧି ବସ୍ ଚଳାଉଛନ୍ତି । ଶାଢୀ ପିନ୍ଧିବା ଦ୍ୱାରା ତାଙ୍କୁ କୌଣସି ଅସୁବିଧା ବି ହେଉନାହିଁ । ଏବେ ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆର ଅଲଗା ଅଲଗା ପ୍ଲାଟଫର୍ମରେ ଭାଇରାଲ ହେବାରେ ଲାଗିଛି ଓ ଏହାକୁ ଲକ୍ଷ ଲକ୍ଷ ଭ୍ୟୁଜ୍ ମିଳିବାରେ ଲାଗିଛି ।

Get real time updates directly on you device, subscribe now.