fbpx

Video: କାଉ ସତ କରି ଦେଖାଇଲା ଆଇ ମା କାହାଣୀ, ଭିଡିଓ ହେଲା ଭାଇରାଲ

ନୂଆଦିଲ୍ଲୀ : ଇଷ୍ଟାଗ୍ରାମରେ @viralhog ଆକାଉଣ୍ଟରେ ପ୍ରାୟତଃ ଆଶ୍ଚର୍ଯ୍ୟଜନକ ଭିଡିଓ ପୋଷ୍ଟ ହୁଏ । ଏବେ ଏପରି ଏକ ଭିଡିଓ ସେୟାର ହୋଇଛି, ଯାହାକି ପିଲା ଦିନରେ ଆଇ ମା ଠାରୁ ଶୁଣିଥିବା କାହାଣୀକୁ ସତ କରି ଦେଖାଇଛି । ଆପଣ ମାନେ ପିଲାଦିନେ ସୋଶିଲା କାଉ ଗପ ଆଇ ମା ଠାରୁ ଶୁଣିଥିବେ ।

ଆଇ ମା କୁହନ୍ତି ଗୋଟିଏ କାଉ ବହୁତ ସୋଶିଲା ଥିଲା । କାଉଟି ପାଣିର ସନ୍ଦାନ କରୁଥିଲା । ଶେଷରେ ଏକ ପାଣି ପାତ୍ରକୁ ପାଇ ପିଇବାକୁ ଚେଷ୍ଟା କରିଥିଲା, କିନ୍ତୁ ଜଳସ୍ତର କମ ଥିବାରୁ ପାଣି ପିଇବାକୁ କୁଆର ତଣ୍ଟ ପାଇ ନଥିଲା । ସେତେବେଳେ କୁଆ ନିଜର ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ପାଣି ପାତ୍ରର ଆଖପାଖରେ ଥିବା ଗୋଡିକୁ ସେହି ପାତ୍ରରେ ପକାଇଥିଲା । ପାଣିର ସ୍ତର ଉପରକୁ ଆସିବା ପାରେ କୁଆଟି ମନ ଖୁସିରେ ପାଣି ପିଇ ଉଡିଯାଇଥିଲା ।

ବର୍ତ୍ତମାନ ବହୁତ ଜୋରରେ ଭାଇରାଲ ହେଉଥିବା ଭିଡିଓରେ ବି ଠିକ ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି । ଏହି ଭିଡିଓରେ ଏକ କାଉ ପ୍ଲାଷ୍ଟିକ ଟେଷ୍ଟ ଟ୍ୟୁବରେ ଭର୍ତ୍ତି ହୋଇଥିବା ପାଣିରେ କିଛି ଜିନିଷ ପଡିଥିବାର ଦେଖି, ତାହାକୁ ବାହାର କରିବାକୁ ଚେଷ୍ଟା କରୁଛି । କିନ୍ତୁ କାଉର ତଣ୍ଟକୁ ସେ ଜିନିଷ ଆସୁ ନାହିଁ । ଏହି ପରିସ୍ଥିତିରେ କାଉର ବୁଦ୍ଧି ଦେଖି ଆପଣ ଆଶ୍ଚର୍ଯ୍ୟ ହେବେ । କାରଣ କାହାଣୀ ପରି କାଉ ନିଜ ତଣ୍ଟରେ ଗୋଡି ଏଠାଇ ଗୋଟି ଗୋଟି କରି ପ୍ଲାଷ୍ଟିକ ଟ୍ୟୁବରେ ପକାଉଛି । ଏହା କରି ପାଣିର ସ୍ତରକୁ ଉପରୁ ବଢିଥିଲା, ଏହା ସହିତ ସେଥିରେ ଯେଉଁ ଦାନା ପଡିଥିଲା ତାହା ମଧ୍ୟ ଉପରକୁ ଆସିଥିଲେ । ଯାହାଫଳରେ କି କାଉ ସହଜରେ ସେହି ଦାନାକୁ ଖାଇ ପାରିଥିଲା ।

 

View this post on Instagram

 

A post shared by ViralHog (@viralhog)

Get real time updates directly on you device, subscribe now.