fbpx
BSKY
BJD SHG SKY
BJD YOUTH SKY

ଚମତ୍କାର! ୩୦ ବର୍ଷପରେ ହଠାତ୍ ବହିବାକୁ ଲାଗିଲା ଏହି ଝରଣା, ଦେଖିବାକୁ ଲୋକଙ୍କ ଭିଡ଼

ନୂଆଦିଲ୍ଲୀ: ଭାରତ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର । ତେବେ ଏହା ଭିତରେ ଏକ ଝରଣା ଚର୍ଚ୍ଚାକୁ ଆସିଛି । ତେବେ ଏହି ଚର୍ଚ୍ଚା ଏକ ଖାସ୍ କାରଣକୁ ନେଇ ହେଉଛି । ତାହା ଆପଣ ମାନେ ବି ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଝରଣା ୩୦ ବର୍ଷ ପରେ ଅଚାନକ ବହିବାକୁ ଲାଗିଲା । ଯେଉଁ ସୁଖିଲା ଝରଣା ୩୦ ବର୍ଷ ଧରି ଶୁଖିଯାଇଥିଲା ତାହା ହଠାତ୍ ବହିବାକୁ ଲାଗିଲା । ଆଉ ଏବେ ଏହାର ପାଣି ବହୁଛି । ତେବେ ମନୋହର ଦୃଶ୍ୟକୁ ଦେଖିବାକୁ ପର୍ଯ୍ୟଟନଙ୍କ କହିଲେ ନସରେ । ଏହି ଝରଣା ଆଖପାଖର ଲୋକ ମାନେ ଏହି ଚମତ୍କାର ଦେଖିବାକୁ ଆସୁଛନ୍ତି ।

ସୂଚନା ଅନୁସାରେ, ଏହି ଝରଣା ହରିୟାଣାର ଫରୀଦାବାଦ୍ ଜିଲ୍ଲାରେ ରହିଛି ଓ ଏହା ଆରାବଳୀ ପର୍ବତ ସହିତ ଯୋଡ଼ି ହୋଇଛି । ତେବେ ଏହାର ଇତିହାସ କୁହେ ଯେ, ଏହି ଝରଣା ମହାଭାରତ କାଳରୁ ରହିଛି । କୁହାଯାଏ ଯେ, ଯେତେବେଳେ ପାଣ୍ଡବ ମାନେ ଇନ୍ଦ୍ରପ୍ରସ୍ଥ ସହର ବସାଇଥିଲେ ସେ ସମୟରେ କିଛି ଝରଣାକୁ ପ୍ରକଟ କରିଥିଲେ । ଆଉ ତନ୍ମଧ୍ୟରେ ହରିୟାଣାର ଏହି ଝରଣା ଗୋଟିଏ ।

ଏହି ଝରଣା ବହୁ କାଳରୁ ବହୁଛି । କିନ୍ତୁ ଖନନ ଏବଂ କମ୍ ବର୍ଷା କାରଣରୁ ଏହା ପ୍ରାୟ ତିନି ବର୍ଷ ପର୍ଯ୍ୟନ୍ତ ଶୁଖିଯାଇଥିଲା । କିନ୍ତୁ ଏହା ପୁଣିଥରେ ବହିବାକୁ ଲାଗିଛି । ଏବର୍ଷ ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ଭଲ ବର୍ଷା ହୋଇଥିବା କାରଣରୁ ଝରଣାଟି ବହିବାକୁ ଆରମ୍ଭ କରିଛି । ଲୋକ ମାନେ ଏହାକୁ ଦେଖିବାକୁ ଦୂର ଦୂରାନ୍ତରୁ ଆସୁଛନ୍ତି । ତେବେ କେବଳ ଏହି ଝରଣା ନୂହେଁ ଏହି ସ୍ଥାନରେ ଅନେକ ପ୍ରାଚୀନ ଜିନିଷ ମାନ ଗଚ୍ଛିତ ରହିଛି ।

Get real time updates directly on you device, subscribe now.