fbpx

Pegasus ମାମଲାରେ କଠୋର ହେଲେ CJI, ପ୍ୟାନେଲ ଗଠନ ନେଇ କେନ୍ଦ୍ର ସରକାର ପ୍ରସ୍ତୁତ

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟ ପେଗାସସ୍ ମାମଲାର ଶୁଣାଣି କରିଛନ୍ତି । ଏହି ମାମଲାର ଯାଞ୍ଚ ପାଇଁ ଏକ ପ୍ୟାନେଲ ଗଠନ କରିବେ, ମାତ୍ର ଆଫିଡାଫିଟ୍ ଦାଖଲ କରିବେ ନାହିଁ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି । ଏହି ଶୁଣାଣି ଅବସରରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଏନଭି ରମଣ କଠୋର ଆଭିମୁଖ୍ୟ ଗ୍ରହଣ କରିଥିବା ଦେଖାଯାଇଥିଲା । ଏହି ମାମଲାରେ କେନ୍ଦ୍ର ସରକାର କି ପଦକ୍ଷେପ ନେଇଛନ୍ତି ବୋଲି ଶ୍ରୀ ରମଣ ଜାଣିବାକୁ ଚାହିଁଥିଲେ ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହତା କହିଥିଲେ ଯେ, କୌଣସି ସ୍ୱତନ୍ତ୍ର ସଫ୍ଟୱେରର ବ୍ୟବହାର ହୋଇନାହିଁ । ଏହି ମାମଲାରେ ସ୍ୱତନ୍ତ୍ର ଡୋମେନ ବିଶେଷଜ୍ଞଙ୍କ ଏକ କମିଟି ଦ୍ୱାରା ଯାଞ୍ଚ କରାଯାଇ ତାହାକୁ ସୁପ୍ରିମକୋର୍ଟରେ ଦାଖଲ କରାଯିବ ବୋଲି ସେ କହିଥିଲେ। ତେବେ ପେଗାସସ୍ ମାମଲାରେ କେନ୍ଦ୍ର ସରକାରଙ୍କ ଉପରେ ସୁପ୍ରିମକୋର୍ଟ ଅସନ୍ତୁଷ୍ଟ ଥିବା ଜଣାପଡ଼ିଥିଲା ।

Get real time updates directly on you device, subscribe now.