ଟ୍ରେନ୍ ହାଇଜ୍ୟାକ୍ ପରେ ଏବେ ପାକିସ୍ତାନରେ ସୁଇସାଇଡ୍ ଆଟାକ୍; ଆର୍ମି ବେସ ନିକଟରେ ନିଜକୁ ଉଡ଼ାଇଦେଲା ଆକ୍ରମଣକାରୀ

ନୂଆଦିଲ୍ଲୀ: ପାକିସ୍ତାନରେ ଟ୍ରେନ୍ ହାଇଜ୍ୟାକ୍ ଘଟଣା ପରେ ଏବେ ସୁଇସାଇଡ୍ ଆଟାକର ଏକ ମାମଲା ସାମ୍ନାକୁ ଆସିଛି । କୁହାଯାଉଛି ଯେ, ଆଫଗାନ-ପାକିସ୍ତାନ ସୀମାରେ ସକ୍ରିୟ ଥିବା ଆତଙ୍କବାଦୀ ଗୋଷ୍ଠୀ ତେହେରିକ-ଏ-ତାଲିବାନ ପାକିସ୍ତାନ ଦ୍ୱାରା ଏହି ଆକ୍ରମଣ କରାଯାଇଛି ।

ଅବଶ୍ୟ ପାକିସ୍ତାନୀ ସେନା ଦାବି କରୁଛି ଯେ, ସେମାନେ ୮ ରୁ ୯ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଛନ୍ତି । ପାକିସ୍ତାନର ଖାଇବର ପଖତୁନଖ୍ୱା ପ୍ରଦେଶର ଟାଙ୍କ ଜିଲ୍ଲାରେ ଥିବା ଜାଣ୍ଡୋଲା ସାମରିକ ଶିବିର ଉପରେ ତେହେରିକ୍-ଏ-ତାଲିବାନ୍ ପାକିସ୍ତାନ (ଟିଟିପି) ଆତ୍ମଘାତୀ ଆକ୍ରମଣ କରିଥିବା ଜଣାପଡ଼ିଛି ।

ସୁରକ୍ଷା ବାହିନୀ ଦ୍ୱାରା ଆକ୍ରମଣକାରୀମାନେ ନିହତ :
ପୋଲିସ ଅଧିକାରୀମାନେ କହିଛନ୍ତି ଯେ, ଜଣ୍ଡୋଲା ନିକଟରେ ଏକ ଜୋରଦାର ବିସ୍ଫୋରଣ ସହିତ ଗୁଳିଚାଳନା ଶବ୍ଦ ଶୁଣାଯାଇଥିଲା । ପାକିସ୍ତାନୀ ଗଣମାଧ୍ୟମ ସୂତ୍ରକୁ ଜଣାପଡିଛି ଯେ, ଆତ୍ମଘାତୀ ଆକ୍ରମଣକାରୀ ଚେକ୍ ପୋଷ୍ଟ ଉପରେ ଆକ୍ରମଣ କରିବାକୁ ଚାହୁଁଥିଲେ, କିନ୍ତୁ ସୁରକ୍ଷା ବାହିନୀ ତାଙ୍କୁ ବାଧା ଦେଇଥିଲେ ।

ଦକ୍ଷିଣ ୱାଜିରିସ୍ତାନ ଜିଲ୍ଲାର ଫ୍ରଣ୍ଟିୟର୍ କର୍ପସ୍ ଶିବିର ନିକଟରେ ଏହି ଆକ୍ରମଣ ହୋଇଥିଲା । ଏହା ପୂର୍ବରୁ ମଙ୍ଗଳବାର ଦିନ ୧ଟାରେ କ୍ୱେଟାରୁ ପେଶାୱର ଯାଉଥିବା ନଅ କୋଚ ବିଶିଷ୍ଟ ଜାଫର ଏକ୍ସପ୍ରେସ ଟ୍ରେନକୁ ଓସି ପୁରର ବୋଲାନ ଅଞ୍ଚଳରେ ଟ୍ରାକରୁ ଉଡ଼ାଇ ଦିଆଯାଇଥିଲା ।