ଶୁଳ୍କ ଯୁଦ୍ଧ ମଧ୍ୟରେ ହଠାତ୍ ନିଜର ଉତ୍ତରାଧିକାରୀ ଘୋଷଣା କଲେ ଡୋନାଲ୍ଡ ଟ୍ରମ୍ପ!

ୱାଶିଂଟନ: ସାରା ବିଶ୍ୱରେ ଶୁଳ୍କ ଯୁଦ୍ଧ ଆରମ୍ଭ କରିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ କାର୍ଯ୍ୟକାଳର ୬ ମାସ ମଧ୍ୟରେ ନିଜ ଉତ୍ତରାଧିକାରୀଙ୍କୁ ଘୋଷଣା କରି ହଇଚଇ ସୃଷ୍ଟି କରିଛନ୍ତି।

ଟ୍ରମ୍ପ ପୂର୍ବରୁ ତାଙ୍କର ସବୁଠାରୁ ବିଶ୍ୱସ୍ତ ସହଯୋଗୀ ଏବଂ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାଲ୍ସଙ୍କୁ ତାଙ୍କର MAGA ଉତ୍ତରାଧିକାରୀ ଭାବରେ ଘୋଷଣା କରିସାରିଛନ୍ତି। ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ ଉପରାଷ୍ଟ୍ରପତି ଭାନ୍ସ ତାଙ୍କର ‘ସମ୍ଭବତଃ’ MAGA ଉତ୍ତରାଧିକାରୀ।

ଟ୍ରମ୍ପଙ୍କ ଇଙ୍ଗିତ: ଡୋନାଲ୍ଡ ଟ୍ରମ୍ପ ଇଙ୍ଗିତ ଦେଇଛନ୍ତି ଯେ, ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ ତାଙ୍କର ମେକ୍ ଆମେରିକା ଗ୍ରେଟ୍ ଅଗେନ୍ (MAGA) ଆନ୍ଦୋଳନର “ସମ୍ଭବତଃ” ଉତ୍ତରାଧିକାରୀ ହୋଇପାରନ୍ତି।

ଯେତେବେଳେ ସେକ୍ରେଟାରୀ ଅଫ୍ ଷ୍ଟେଟ୍ ମାର୍କୋ ରୁବିଓ ମଧ୍ୟ “କିଛି କ୍ଷମତାରେ” ତାଙ୍କ ସହିତ ଯୋଗ ଦେଇପାରନ୍ତି। ଯଦିଓ ଛଅ ମାସ ପୂର୍ବରୁ ପଦ ଗ୍ରହଣ କରିଥିବା ଟ୍ରମ୍ପ୍ କହିଥିଲେ ଯେ ଉତ୍ତରାଧିକାରୀଙ୍କ ବିଷୟରେ ସେ ଖୁବଶୀଘ୍ର ଘୋଷଣା କରିବେ। ତେଣୁ ଏବେ ସେ ଏନେଇ ସଙ୍କେତ ଦେଇଛନ୍ତି।

ଉପରାଷ୍ଟ୍ରପତି ଦାବିଦାର: ଭାନ୍ସଙ୍କ ରନିଂ ମେଟ୍ ଆମେରିକାର ବୈଦେଶିକ ମନ୍ତ୍ରୀ ରୁବିଓ ହୋଇପାରନ୍ତି। ସେ ଭାନ୍ସଙ୍କ ସହିତ ଉପରାଷ୍ଟ୍ରପତି ଭାବରେ ଯୋଗ ଦେଇପାରନ୍ତି। ଟ୍ରମ୍ପ କହିଛନ୍ତି ଯେ ରୁବିଓ “କିଛି କ୍ଷମତାରେ ଜେଡିରେ ଯୋଗ ଦେଇପାରନ୍ତି”।

ଟ୍ରମ୍ପ ପୂର୍ବରୁ ୨୦୨୮ର ଉତ୍ତରାଧିକାରୀଙ୍କ ପାଇଁ କିଛି ସମର୍ଥନକୁ ପ୍ରତ୍ୟାଖ୍ୟାନ କରିଥିଲେ। ଫେବୃଆରୀରେ ଟ୍ରମ୍ପ କହିଥିଲେ ଯେ ଭାନ୍ସ “ଅତ୍ୟନ୍ତ ସକ୍ଷମ” ତେଣୁ ତାଙ୍କୁ ଜଣେ ପ୍ରମୁଖ ପ୍ରାର୍ଥୀ ଭାବରେ ଖୁବଶୀଘ୍ର ମଇଦାନକୁ ଓହ୍ଲାଯିବ।

ଭାନ୍ସ କ’ଣ ପରବର୍ତ୍ତୀ ଆମେରିକା ରାଷ୍ଟ୍ରପତି ହେବେ: ଯଦି ଦେଖିବା ଏବେ ଜେଡି ଭାନ୍ସଙ୍କ ବୟସ ୪୦ ବର୍ଷ। ସେ ଟ୍ରମ୍ପ ପ୍ରଶାସନର ଦ୍ୱିତୀୟ କାର୍ଯ୍ୟକାଳରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି।

ରୁବିଓ ଏବଂ ଭାନ୍ସ ଉପରାଷ୍ଟ୍ରପତି ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି। କିନ୍ତୁ ବର୍ତ୍ତମାନ ସେମାନେ ଟ୍ରମ୍ପଙ୍କ ନୀତିକୁ ପ୍ରୋତ୍ସାହିତ କରିବା ପାଇଁ ନିକଟରୁ କାମ କରୁଛନ୍ତି।

ଏହା ପ୍ରଥମ ଥର ପାଇଁ ଯେ ଆମେରିକା ରାଷ୍ଟ୍ରପତି ଭାନ୍ସଙ୍କୁ ସମ୍ଭାବ୍ୟ ଉତ୍ତରାଧିକାରୀ ଭାବରେ ଇଙ୍ଗିତ କରିଛନ୍ତି। ଟ୍ରମ୍ପ ମେ ମାସରେ ଭାନ୍ସ ଏବଂ ରୁବିଓ ଉଭୟଙ୍କୁ ସମ୍ଭାବ୍ୟ ଉତ୍ତରାଧିକାରୀ ଭାବରେ ନାମିତ କରିଥିଲେ।