fbpx

ଭ୍ୟାକ୍ସିନର ଦୁଇଟି ଡୋଜ୍ ନେବା ପରେ ବି ଦେଖାଦେଉଛି ଏହିସବୁ ଲକ୍ଷଣ, ସତର୍କ ରୁହନ୍ତୁ

ନୂଆଦିଲ୍ଲୀ: ନୂଆ ଭାରିଆଣ୍ଟ ଓମିକ୍ରନର ଲକ୍ଷଣକୁ ନେଇ ବୈଜ୍ଞାନିକମାନେ ନୂଆ ନୂଆ ତଥ୍ୟ ପ୍ରଦାନ କରୁଛନ୍ତି । ଭାରତବର୍ଷରେ ଏହା ଘାତକ ହେବାକୁ ବସିଲାଣି । ତେବେ ଓମିକ୍ରନର ଲକ୍ଷଣକୁ ଅଧିକ ଗମ୍ଭୀର ଭାବେ ଗ୍ରହଣ କରାଯାଉନଥିଲେ ହେଁ ଏହା ସମସ୍ତ ପୁରୁଣା ଭାରିଆଣ୍ଟ ଅପେକ୍ଷା ଅଧିକ ସଂକ୍ରାମକ । ତେବେ କୋଭିଡ ଭ୍ୟାକ୍ସିନର ଦୁଇଟିଯାକ ଡୋଜ ନେଇସାରିଥିବା ଲୋକଙ୍କ ଠାରେ କିଛି ଲକ୍ଷଣ ଦେଖାଯାଉଛି । ଏହି ଲକ୍ଷଣ ଅତ୍ୟନ୍ତ ମାରାତ୍ମକ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।

ଜୋଇ କୋଭିଡ ଷ୍ଟଡିର ମୁଖ୍ୟ ବୈଜ୍ଞାନିକ କହିଛନ୍ତି ଯେ, ଗତ ୨୦୨୦ରେ ଆସିଥିବା ଆଲଫା ଭାରିଆଣ୍ଟରେ ମୁଖ୍ୟତଃ ଖାସ, ବୁଖାର ଓ ଘ୍ରାଣ ଶକ୍ତି ହ୍ରାସ ପରି ୩ଟି ସାମାନ୍ୟ ଲକ୍ଷଣ ଦେଖା ଦେଉଥିଲା । ଏହାପରେ ଯେତେବେଳେ ଡେଲଟା ଭାରିଆଣ୍ଟ ଆସିଥିଲା ସେେତେବେଳେ ଲକ୍ଷଣ କ୍ଷେତ୍ରରେ କିଛି ପରିବର୍ତ୍ତନ ଦେଖିବାକୁ ମିଳିଥିଲା । ଏହାପରେ ଆଲଫାର ଲକ୍ଷଣ ନିମ୍ନମୁଖୀ ହେବା ସହ ଡେଲଟାର ଲକ୍ଷଣ ଉଦ୍ଧ୍ୱର୍ମୁଖୀ ହେବାରେ ଲାଗିଥିଲା । ସେ ସମୟରେ ଭ୍ୟାକ୍ସିନେଟେଡ ଲୋକଙ୍କ ଠାରେ ନାକରୁ ବୋହିବା, ଗଳାରେ ଖରାସ ଓ ଲଗାତର ଛିଙ୍କ ଆସିବା ଆସି ଲକ୍ଷଣ ଦେଖିବାକୁ ମିଳିଥିଲା । ତେବେ ତୃତୀୟ ଲହରର ଆଗମନରେ ଓମିକ୍ରନ ସଂକ୍ରମିତଙ୍କ ଠାରେ ସର୍ଦ୍ଦି, ଥଣ୍ଡା, ବୁଖାର ଦେଖିବାକୁ ମିଳୁଛି, ଯେଉଁମାନେ କି ଦୁଇଟି ଡୋଜ୍ ନେଇ ସାରିଛନ୍ତି ।

Get real time updates directly on you device, subscribe now.