fbpx
BSKY
BJD MC SKY
BJD YOUTH SKY

ପୁଣିଥରେ ମହିଳାଙ୍କୁ ନେଇ ତାଲିବାନର ନିଷ୍ପତ୍ତି, ଏନେଇ କି ରାୟ ଦେଲେ ୧୨ଦେଶର ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ: ଆଫଗାନିସ୍ଥାନରେ ତାଲିବାନ ସରକାର କ୍ଷମତାରେ ଆସିବା ପରଠାରୁ ମହିଳା ଏବଂ ଝିଅମାନଙ୍କ ପାଇଁ ଅନେକ ନିୟମ କରାଯାଇଛିଚିଛିଦିନ ତଳେ ତାଲିବାନ ନାରୀମାନଙ୍କୁ ବିଶ୍ୱବିଦ୍ୟାଳୟ ଯିବା ନେଇ ବନ୍ଦ କରିଥିବା ବେଳେ ବର୍ତ୍ତମାନ ନିଷ୍ପତ୍ତି ନେଇଛି ଯେ, ମହିଳାମାନେ ଏନଜିଓରେ କାମ କରିବେନି । ଯାହାକୁ ନେଇ ଦୁନିଆର ଲୋକେ ବିରୋଧ କରୁଛନ୍ତି । ବୁଧବାର ଦିନ ସଂୟୁକ୍ତ ରାଜ୍ୟ ଆମେରିକା ଏବଂ ବ୍ରିଟେନ ସହିତ ୧୨ଟି ଦେଶ ଏବଂ ୟୁରୋପ ସଂଘର ବୈଦେଶିକ ମାନ୍ତ୍ରୀମାନେ ଆଫଗାନିସ୍ଥାନ ତାଲିବାନ ସରକାରଙ୍କ ଠାରୁ ନିଜର ନିଷ୍ପତ୍ତି ଫେରାଇ ନେବାକୁ ଆନୁଗ୍ରହ କରିଛନ୍ତି ।

ଅଷ୍ଟ୍ରେଲିଆ, କାନାଡା,ଡେନମାର୍କ, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ, ନରୱେ, ସ୍ୱିଜରଲ୍ୟାଣ୍ଡ, ନେଦରଲ୍ୟାଣ୍ଡ, ୟୁନାଇଟେଡ୍ କିଙ୍ଗଡମ୍, ଏବଂ ସଂୟୁକ୍ତ ରାଜ୍ୟ ଆମେରିକାର ବୈଦେଶିକ ମନ୍ତ୍ରୀ ଏବଂ ୟୁରୋପୀୟ ସଂଘର ଉଚ୍ଚ ପ୍ରତିନିଧୀମାନେ କହିଛନ୍ତି ଯେ, ସେମାନେ ତାଲିବାନର ଏହି ନିଷ୍ପତ୍ତିକୁ ନେଇ ଚିନ୍ତିତ ଅଛନ୍ତି । ତାଲିବାନର ରାଷ୍ଟ୍ରୀୟ ଏବଂ ଅନ୍ତରାଷ୍ଟ୍ରୀୟ ଏନଜିଓ ସଂଗଠନର ମହିଳା କର୍ମଚାରୀଙ୍କୁ କାମ ନ କରିବା ପାଇଁ ନିଷ୍ପତ୍ତି, ଲକ୍ଷ ଲକ୍ଷ ଆଫଗାନଙ୍କୁ ଆଘାତ ପହଁଚାଇଛି । ଯେଉଁମାନେ ନିଜର ଅସ୍ଥିତ୍ୱ ପାଇଁ ମାନବିକ ସହାୟତା ଉପରେ ନିର୍ଭର କରୁଛନ୍ତି । ସେଥିପାଇଁ ଏହି ନିଷ୍ପତ୍ତିକୁ ଫେରାଇ ନେବା ପାଇଁ ଆହ୍ୱାନ ଦିଆଯାଇଛି ।

ବୈଦେଶିକ ମନ୍ତ୍ରୀମାନେ କହିଛନ୍ତି ଯେ, ଆମେ ନାରୀମାନେ ସ୍କୁଲ ଏବଂ ବିଶ୍ୱବିଦ୍ୟାଳୟ ଫେରିବା ଏବଂ ଏନଜିଓରେ କାମ କରିବା ପାଇଁ ଆଫଗାନିସ୍ଥାନ ଲୋକଙ୍କ ଆହ୍ୱାନକୁ ସମର୍ଥନ କରୁଛୁ । ଏହା ବ୍ୟତିତ ଆମେ ତାଲିବାନକୁ ମହିଳା ମାନଙ୍କ ରାଜନୈତିକ, ଆର୍ଥିକ ଏବଂ ସାମାଜିକ ଅଧିକାରର ସମ୍ମାନ କରିବାକୁ ଆହ୍ୱାନ ଦେଉଛୁ । ଏଥିପାଇଁ ସମସ୍ତ ସଂୟୁକ୍ତ ରାଷ୍ଟ୍ର ସହିତ ସମସ୍ତେ ଏକଜୁଟ ହୋଇଛନ୍ତି । ଦେଖିବାକୁ ଗଲେ ତାଲିବାନ ଆଫଗାନିସ୍ଥାନର ଲୋକ, ବିଶେଷ ରୂପରେ ନାରୀ ମାନଙ୍କ ଅଧିକାର, ସ୍ୱତନ୍ତ୍ରତା ଏବଂ କଲ୍ୟାଣ ପାଇଁ ଅନ୍ତରାଷ୍ଟ୍ରୀୟ ସମୁଦାୟ ସହିତ ସାମାନ୍ୟ ସମ୍ବନ୍ଧରେ ସର୍ବଦା ଅରୁଚି ଦେଖାଇ ଆସିଛି ।

ଆଫଗାନିସ୍ଥାନରେ ତାଲିବାନ ସରକାର ହେବା ପରେ ସେଠାରେ ଇସଲାମୀ କାନୁନ ଲାଗୁ କରାଇଛି । ସେଥିପାଇଁ କୌଣସି ଦେଶ ତାଲିବାନକୁ ସରକାର କରିବା ପାଇଁ ଅଧିକାର ଦେଇ ନାହିଁ । ତାଙ୍କୁ ଏକ ଆତଙ୍କବାଦୀ ସଂଗଠନ ରୂପେ ଗ୍ରହଣ କରାଯାଏ । ସେ ମହିଳାଙ୍କ ଅଧିକାର ଉପରେ ଅନେକ ପ୍ରତିବନ୍ଧକ ଲଗାଇଛନ୍ତି । ଯାହାଦ୍ୱାରା ମହିଳାମାନେ ପାର୍କ ଏବଂ ଜିମରେ ମହିଳା ମାନଙ୍କ ପ୍ରବେଶକୁ ବନ୍ଦ କରାଯାଇଛି । ତେବେ ବର୍ତ୍ତମାନ ତାଲିବାନ ଶିକ୍ଷା ଏବଂ କାମ ଉପରେ ପ୍ରତିବନ୍ଧକ ଲଗାଇଛି ।

Get real time updates directly on you device, subscribe now.