fbpx

ପୁଣି କଂଗ୍ରେସ ଭବନରେ ଭଙ୍ଗାରୁଜା

ଭୁବନେଶ୍ୱର: ଗୋଟିଏ ଦୁଇ ଦୁଇ ଥର ରାଜ୍ୟ କଂଗ୍ରେସ ଭବନରେ ଭଙ୍ଗାରୁଜା । ଆଜି ସକାଳେ କିଛି ଲୋକ କଂଗ୍ରେସ ଭବନରେ ପଶି ଭଙ୍ଗାରୁଜା କରିଥିବାବେଳେ ସନ୍ଧ୍ୟାରେ ପୁଣିଥରେ କିଛି ଲୋକ କଂଗ୍ରେସ ଭବନରେ ପଶି ଭଙ୍ଗାରୁଜା କରିଛନ୍ତି । ପିସିସି ସଭାପତିଙ୍କ ଫଟୋ ଓ ନେମ୍ ପ୍ଲେଟ ଭଙ୍ଗାଯାଇଛି । କିଏ ଓ କାହିଁକି ଏମିତି ଭଙ୍ଗାରୁଜା କରିଛି ଏନେଇ କିଛି ସ୍ପଷ୍ଟ ହୋଇନି ।

ପ୍ରଦେଶ କଂଗ୍ରେସ ଯୁବ ସଭାପତି ଭାବେ ସ୍ମୃତି ରଞ୍ଜନ ଲେଙ୍କା ଦାୟିତ୍ୱ ନେବା ପରଠାରୁ ତାଙ୍କ ଉପରେ କିଛି କର୍ମୀ ଅସନ୍ତୁଷ୍ଟ ରହିଥିବା ଚର୍ଚ୍ଚା ହେଉଛି । ଦୀର୍ଘଦିନ ଧରି କଂଗ୍ରେସ କର୍ମୀଙ୍କ ମଧ୍ୟରେ ରହିଥିବା ଅସନ୍ତୋଷ ଆଜି ଉଗ୍ରରୂପ ନେଇଥିବା କୁହାଯାଉଛି ।

Get real time updates directly on you device, subscribe now.