fbpx

TPG ନିବେଶ କଲା ୭୫୦୦ କୋଟି: ୨୦ ପ୍ରତିଶତ ବଢିଲା ଟାଟା ମୋଟର୍ସ ଅଂଶଧନ

ନୂଆଦିଲ୍ଲୀ: ଟାଟା ମୋଟର୍ସ ଅଂଶଧନ ମୂଲ୍ୟରେ ୨୦ ପ୍ରତିଶତର ଅଭିବୃଦ୍ଧି ଘଟିବା ସହିତ ବୁଧବାର ନିବେଶକ ମାଲେମାଲ ହୋଇଛନ୍ତି । ବୁଧବାର ଟିଜିପି ଗ୍ରୁପ ଟାଟା ମୋଟର୍ସରେ ୭୫୦୦ କୋଟି ନିବେଶ କରିବା ନେଇ ଘୋଷଣା କରିଥିଲା । ଏହି ଘୋଷଣା ପରେ ଟାଟା ମୋଟର୍ସ ଶେୟାରରେ ନିଆଁ ଲାଗିଯାଇଥିଲା । କମ୍ପାନୀର ଅଂଶଧନ ମୂଲ୍ୟରେ ପ୍ରାୟ ୨୦ ପ୍ରତିଶତ ଅଭିବୃଦ୍ଧି ଘଟିଥିଲା । ଅଂଶଧନ ମୂଲ୍ୟରେ ୬୯ ଟଙ୍କାର ଅଭିବୃଦ୍ଧି ସହିତ ଏହା ୪୯୯.୯୫ ପଇସାରେ ପହଞ୍ଚିଥିଲା । ଏହା ସହିତ ବିଗତ ୧୩ ମାସ ମଧ୍ୟରେ କମ୍ପାନୀ ନିଜର ଶ୍ରେଷ୍ଠ ପ୍ରଦର୍ଶନ ହାସଲ କରିଥିଲା ।
ଟାଟା ମୋଟର୍ସ ପକ୍ଷରୁ ଏହାର ଇଭି (ବୈଦ୍ୟୁତିକ) ସେଗମେଣ୍ଟ ସମ୍ପର୍କରେ ଘୋଷଣା କରାଯାଇଥିଲା । ସମୁଦାୟ ପ୍ରୋଜେକ୍ଟର ମୂଲ୍ୟ ୯.୧ ବିଲିୟନ ଡଲାର ରହିଥିବା ବେଳେ ଏଥିରେ ୭୫୦୦ କୋଟି ନିବେଶ କରିବ ଟିପିଜି । ଏହା ସହିତ ଟିପିଜି କମ୍ପାନୀରେ ୧୧-୧୫ ପ୍ରତିଶତର ଅଂଶଧନ ନିଜ ପାଖରେ ରଖିବେ । ଆସନ୍ତା ୨୦୩୦ ସୁଦ୍ଧା କମ୍ପାନୀ ବୈଦ୍ୟୁତିକ ଯାନ ବଜାରର ୩୦ ପ୍ରତିଶତ ନିଜ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରିବ ବୋଲି କହିଛନ୍ତି ଟାଟା ମୋଟର୍ସ ଚେୟାରମ୍ୟାନ ଏନ୍ ଚନ୍ଦ୍ରଶେଖର ।

Get real time updates directly on you device, subscribe now.