fbpx

ଓଡ଼ିଶା ହାଇକୋର୍ଟରେ ୩ ନୂଆ ବିଚାରପତି; ରାଷ୍ଟ୍ରପତି ଦେଲେ ନିଯୁକ୍ତି

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଓଡ଼ିଶା ହାଇକୋର୍ଟରେ ୩ ଜଣ ନୂଆ ରାଷ୍ଟ୍ରପତି ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । ବୁଧବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ୩ ଜଣ ନୂତନ ବିଚାରପତିଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି । ଜଣେ ଆଇନଜୀବୀ ଓ ୨ ଜୁଡିସିଆଲ ଅଫିସରଙ୍କୁ ବିଚାରପତି ଭାବରେ ନିଯୁକ୍ତ କରାଯାଇଛି ।
ଆଇନଜୀବୀ ମୃଗାଙ୍କ ଶେଖର ସାହୁଙ୍କୁ ବିଚାରପତି ଭାବରେ ନିଯୁକ୍ତି ପ୍ରଦାନ କରାଯାଇଥିବା ବେଳେ ଦୁଇ ଜଣ ଜୁଡିସିଆଲ ଅଫିସର ରାଧାକୃଷ୍ଣ ପଟ୍ଟନାୟକ ଓ ଶଶୀକାନ୍ତ ମିଶ୍ରଙ୍କୁ ମଧ୍ୟ ବିଚାରପତି ଭାବରେ ନିଯୁକ୍ତ କରାଯାଇଛି । ଏହା ପୂର୍ବରୁ ଓଡ଼ିଶା ହାଇକୋର୍ଟରେ ୧୩ ଜଣ ବିଚାରପତି ରହିଥିବା ବେଳେ ଏହାକୁ ମିଶାଇ ସମୁଦାୟ ବିଚାରପତିଙ୍କ ସଂଖ୍ୟା ୧୬କୁ ବୃଦ୍ଧି ପାଇଛି ।

Get real time updates directly on you device, subscribe now.