fbpx

ଧୂପକାଠିର ଧୂଆଁ ଶରୀର ପାଇଁ ଘାତକ, ହୋଇପାରେ ଏହି ଭୟାନକ ରୋଗ

ହିନ୍ଦୁ ଧର୍ମରେ ପୂଜାର୍ଚ୍ଚନା ସମୟରେ ଦୀପ ସହ ଧୂପକାଠି ଜଳାଯାଏ । ମୁସଲମାନ୍‌ମାନେ ମଧ୍ୟ ନିଜ ଘରେ ଏପରିକି ମସଜିଦ୍‌ରେ ଏବଂ ଦୋକାନରେ ଧୂପକାଠି ଜଳାଇ ପୂଜା କରିବାର ଦେଖିବାକୁ ମିଳିଥାଏ । ଖାଲି ସେତିକି ନୁହେଁ, ଧୂପକାଠି କେବଳ ଧାର୍ମିକ କାର୍ଯ୍ୟରେ ବ୍ୟବହାର ହୁଏ ନାହିଁ। ପରନ୍ତୁ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଲାଗି ମଧ୍ୟ ଏପରି କରାଯାଇଥାଏ।

କିନ୍ତୁ ଆପଣ କ’ଣ ଜାଣନ୍ତି କି ଧୂପକାଠିର ଧୂଆଁ ସିଗାରେଟ୍‌ର ଧୂଆଁଠାରୁ ମଧ୍ୟ ଅଧିକ ବିପଜ୍ଜନକ ।

ଅନୁଧ୍ୟାନରୁ ଜଣାଯାଇଛି ଯେ, ଯେତେବେଳେ ଧୂପକାଠି ଜଳୁଥାଏ ସେତେବେଳେ ଏଥିରୁ ବାହାରୁଥିବା ଧୂଆଁରୁ କ୍ଷୁଦ୍ର କଣିକା ବାୟୁରେ ପ୍ରବେଶ କରିଥାଏ। ଯେତେବେଳେ ଧୂପକାଠିର ସୁଗନ୍ଧ ବାସ୍ନା ଆମ ଶରୀର ଭିତରକୁ ପ୍ରବେଶ କରେ, ସେତେବେଳେ ତା’ର କୁପ୍ରଭାବ ପଡ଼ିଥାଏ ଶରୀର ଉପରେ। ଏହି ଧୂଆଁରୁ ବାହାରୁଥିବା ଟକ୍ସିକ୍ କଣିକା ଆମ ଶରୀର ପକ୍ଷେ ହାନିକାରକ ସାବ୍ୟସ୍ତ ହୋଇଥାଏ। ଏହି ଧୂଆଁରେ ୬୪ ପ୍ରକାରର କଣିକା ଥାଏ, ଯାହା ଶ୍ୱାସକ୍ରିୟାକୁ ରୋକିବାରେ ସହାୟକ ହୋଇଥାଏ।

ଏହି ଧୂଆଁ ୩ପ୍ରକାରର ଟକ୍ସିନ୍ ନିର୍ଗତ କରିଥାଏ ଯାହା ଦ୍ବାରା କ୍ୟାନସର ଭଳି ମାରାତ୍ମକ ରୋଗ ହୋଇଥାଏ । ଏଗୁଡ଼ିକ ହେଲା ‘ମ୍ୟୁଟାଜେନିକ୍’, ‘ଜେନୋଟକ୍ସିକ୍’ ଏବଂ ‘ସାଇଟୋଟକ୍ସିକ୍’। ଅନ୍ୟାନ୍ୟ ଫୁସଫୁସଜନିତ ରୋଗ ମଧ୍ୟ ଏହା ଯୋଗୁଁ ହୋଇଥାଏ। ଜନ୍ମ ସମ୍ବନ୍ଧୀୟ ଆକୃତିର ପରିବର୍ତ୍ତନ ଯୋଗୁଁ ଡିଏନଏରେ ପରିବର୍ତ୍ତନ ହୋଇଥାଏ ଯାହା ଏକ ଉତ୍ତମ ସଙ୍କେତ ନୁହେଁ।

Get real time updates directly on you device, subscribe now.