fbpx
BJD SKY
BJD SKY

Agniveer Recruitment 2022: ସେନାରେ ଯୁବତୀଙ୍କ ପାଇଁ ଅଗ୍ନିବୀର ନିଯୁକ୍ତିର ଆବେଦନ ପ୍ରକ୍ରିୟା ଆରମ୍ଭ, ଜାଣନ୍ତୁ ରାଲି କେବେ ?

BJD

ନୂଆଦିଲ୍ଲୀ: ଅଗ୍ନିବୀର ହେବା ପାଇଁ ପ୍ରସ୍ତୁତି କରୁଥିବା ଝିଅମାନଙ୍କ ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ସେନା ଯୁବତୀଙ୍କ ପାଇଁ ଅଗ୍ନିବୀରରେ ନିଯୁକ୍ତି ରାଲିର ବିଜ୍ଞପ୍ତି ଜାରି କରିଛି। ଯୋଗ୍ୟ ଆଶାୟୀ ଅଗ୍ନିପଥ ଯୋଜନାରେ ଲକ୍ଷ୍ନୌରେ ଆୟୋଜିତ ହେବାକୁ ଥିବା ନିଯୁକ୍ତି ରାଲିରେ ସାମିଲ୍ ହୋଇ ପାରିବେ। ୨୦୨୨ ସେପ୍ଟେମ୍ବର ୭ ପର‌୍ୟ୍ୟନ୍ତ ଅନଲାଇନରେ ଆବେଦନ ମଧ୍ୟ କରି ପାରିବେ। ଭାରତୀୟ ସେନାର ଅଧିକାରିକ ଓ୍ଵେବସାଇଟ୍ joinindianarmy.nic.in  ରେ ଅନଲାଇନ ଆବେଦନ କରି ପାରିବେ।

ଜାରି ବିଜ୍ଞପ୍ତି ଅନୁଯାୟୀ, ସେନା ନିଯୁକ୍ତି ବୋର୍ଡ ଅଗ୍ନିବୀରରେ ଯୁବତୀଙ୍କ ନିଯୁକ୍ତି ପାଇଁ ସୂଚନା ଜାରି କରିଛି। ଆବେଦନ କରିବା ପାଇଁ ମାନ୍ୟତା ପ୍ରାପ୍ତ ବୋର୍ଡରୁ ଅତି କମରେ ୪୫ ପ୍ରତିଶତ ମାର୍କ ସହିତ ଦଶମ ପରୀକ୍ଷା ଉତ୍ତୀର୍ଣ୍ଣ ହୋଇଥିବା ଦରକାର। ଯଦି ଗ୍ରେଣ୍ଡିଂ ସିଷ୍ଟମ ରହିଛି, ତେବେ ଅତି କମରେ ଗ୍ରେଡ୍ ଡି ପାଇଁ ପ୍ରତି ବିଷୟରେ ୩୩ ପ୍ରତିଶତ ହେବା ଜରୁରୀ।

ବୟସ ସୀମା

ଆବେଦନ ପାଇଁ ବୟସ ସୀମା ସାଢେ ୧୭ ବର୍ଷରୁ ୨୩ ବର୍ଷ ପର‌୍ୟ୍ୟନ୍ତ ହୋଇଥିବା ଉଚିତ୍। ମହିଳାଙ୍କ ଉଚ୍ଚତା ୧୬୨ ସେଣ୍ଟି ମିଟର ହୋଇଥିବା ଉଚିତ୍। ୧.୬ କିଲୋମିଟର ଦୌଡ ପାଇଁ ଗ୍ରୁପ ଏ ପାଇଁ ୭ ମିନିଟ୍ ୩୦ ସେକେଣ୍ଡ ଏବଂ ଗ୍ରୁପ ବି ପାଇଁ ୮ ମିନିଟ୍ ସମୟ ଦିଆଯିବ। ୧୦ ଫୁଟର ଲମ୍ବ ଡିଆଁ ଏବଂ ୩ ଫୁଟର ଉଚ୍ଚ ଡିଆଁ ହେବ।

Get real time updates directly on you device, subscribe now.