fbpx

ନଗର ନିଗମର କଡା ନିର୍ଦ୍ଦେଶ, ମଇଁଷି ଛାଡିଲେ ଦେବାକୁ ପଡିବ ୨୦,୦୦୦ଟଙ୍କା ଜରିମାନା

Advertisement

ନୂଆଦିଲ୍ଲୀ:ଯମୁନାର ଜଳ ପ୍ରବଳ ମାତ୍ରାରେ ଦୂଷିତ ହୋଇଛି ଆଉ ଏଥିପାଇଁ ଦାୟୀ ମଇଁଷି । କଥାଟା ଶୁଣିବାକୁ ଆପଣଙ୍କୁ କେମିତି କେମିତି ଲାଗୁଥବବ । କିନ୍ତୁ ଆଗ୍ରା ନଗର ନିଗମ ଯମୁନା ଜଳ ଦୂଷିତ ହେବା ପଛରେ ମଇଁଷି ମାନେ ଦାୟୀ ବୋଲି କହି ସେମାନଙ୍କୁ ବନ୍ଧକ କରି ରଖିଛି । ନିଗମର କର୍ମଚାରୀ ଗଳି ଗଳି ବୁଲି ମଇଁଷିଙ୍କୁ ଧରି ଆଣିଛନ୍ତି ଆଉ କାଞ୍ଜିଆ ଗୃହରେ ଭର୍ତ୍ତି କରି ରଖିଛନ୍ତି । ବିଚରା ନୀରିହ ମଇଁଷିମାନେ ୩ ଦିନ ଯାଏ କାଞ୍ଜିଆ ଗୃହରେ ବନ୍ଦୀ ହୋଇ ରହିବା ପରେ ଜଣେ ବିଧାୟକ ସେମାନଙ୍କ ମୁକ୍ତି ଲାଗି ନଗର ନିଗମର ଅଧିକାରୀଙ୍କୁ ଫୋନ୍ କରି ସେମାନଙ୍କୁ ମୁକ୍ତି କରିଦେବା ଲାଗି କହିଛନ୍ତି ।

ବିଧାୟକ ଜଣକ ନଗର ନିଗମ ଆୟୁକ୍ତଙ୍କୁ ଫୋନ୍ କରି ପଶୁ ପାଳକଙ୍କୁ ଶେଷ ସୁଯୋଗ ଦେବାକୁ କହିଛନ୍ତି । କେବଳ ଏତିକି ନୁହେଁ ନଗର ନିଗମ ପକ୍ଷରୁ ପଶୁପାଳକଙ୍କ ଉପରେ ୨୦,୦୦୦ଟଙ୍କା ଜୋରିମାନା ବି ଲଗାଯାଇଥିଲା ଯାହାକୁ କମ୍ କରି ବିଧାୟକ ୫, ୦୦୦ କରି ଦେଇଛନ୍ତି । ଏବେ ୫,୦୦୦ ଜୋରିମାନା ଦେଇ ଜଣେ ପଶୁପାଳକ ଜଣକ ନିଜର ୭ଟି ମଇଁଷି ନେଇଯାଇଛି ।

ସୁପ୍ରିମକୋର୍ଟଙ୍କ ଆଦେଶ ପରେ ଯମୁନାରେ ମଇଁଷିଙ୍କୁ ଗାଧୋଇବା, କପଡା ଧୋଇବା,ଅଳିଆ ପକାଇବା ଉପରେ ପ୍ରତିବନ୍ଧ ଲାଗିଛି । ୭ ଜୁନ୍ ରେ ସୁପ୍ରିମକୋର୍ଟ ଯମୁନା ନଦୀକୁ ମଇଳା କରୁଥିବା ଲୋକଙ୍କ ଉପରେ ଜୋରିମାନା ଲଗାଇବାକୁ ଆଦେଶ ଦେଇଥିଲେ । ଆଦେଶ ପରେ ନଗର ନିଗମ ଅଭିଯାନ ଚଳାଇଥିଲା ଓ ନଦୀ ନିକଟବର୍ତ୍ତୀ ଅଞ୍ଚଳରୁ ୩୫ ଟି ମଇଁଷି ଧରି ଆଣିଥିଲା । ପ୍ରତି ମଇଁଷି ପିଛା ୨୦,୦୦୦ ଜରିମାନା ଆଦାୟ କରାଯିବାର ଥିଲା । ତେବେ ବନ୍ଧକ ଥିବା ଏହି ମଇଁଷିଙ୍କୁ ୩ ଦିନ ଯାଏ କେହିବି ନେବାକୁ ଆସି ନ ଥିଲେ । ୪ର୍ଥ ଦିନ ବିଧାୟକ ନଗର ନିଗମକୁ ଫୋନ୍ କରି ଜରିମାନା ରାଶି କମାଇବାକୁ ଓ ପଶୁପାଳକଙ୍କୁ ଶେଷ ସୁଯୋଗ ଦେବାକୁ କହିଥିଲେ ।

ଏହାପରେ ଜଣେ ପଶୁପାଳକ ନିଜର ୭ଟି ମଇଁଷି ୫,୦୦୦ଟଙ୍କା ଜୋରିମାନା ଦେଇ ନେଇଯିବା ପରେ କାଞ୍ଜି ଗୃହରେ ଆହୁରି ୨୮ଟି ମଇଁଷି ପଡି ରହିଛନ୍ତି । ତେବେ ବିଧାୟକଙ୍କ କହିବା ଅନୁଯାୟୀ ନଗର ନିଗମ ଏଥର ୫,୦୦୦ ଟଙ୍କା ଜରିମାନା ଆଦାୟ କରିଥିବା ବେଳେ ଆଗାମୀ ଦିନରେ କିନ୍ତୁ ଏହି ଭୁଲ୍ କଲେ ୨୦,୦୦୦ଟଙ୍କା ଜରିମାନା ଆଦାୟ କରାଯିବ ବୋଲି ନଗର ନିଗମ କହିଛି ।

 

Get real time updates directly on you device, subscribe now.