fbpx

ବିଦ୍ୟୁତ ସଙ୍କଟର କାରଣ ହୋଇପାରେ AI, ChatGPTରେ ଘଣ୍ଟା ପ୍ରତି ଖର୍ଚ୍ଚ ହେଉଛି ୧୭ ହଜାରରୁ ଉର୍ଦ୍ଧ୍ଵ ଶକ୍ତି

ନୂଆଦିଲ୍ଲୀ: ଦୁନିଆରେ ଟେକ୍ନୋଲୋଜିର ବିକାଶ ବହୁତ ଦୃତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ(AI) ର ବ୍ୟବହାର ଦେଶର ଅନେକ ସ୍ଥାନରେ ହେଉଛି । AI ଭବିଷ୍ୟତରେ ଟେକ୍ନୋଲୋଜି ଦୁନିଆର ରୂପରେଖା ବଦଳେଇ ପାରେ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ AI ବିଶ୍ୱରେ ବିଦ୍ୟୁତ ସଙ୍କଟର କାରଣ ପାଲଟି ପାରେ ।

ଏକ ରିପୋର୍ଟରୁ ପ୍ରକାଶ ଯେ OpenAIର AI ଟୁଲ୍ ChatGPT ଘଣ୍ଟା ପିଛା ୫ ଲକ୍ଷ କିଲୋ ୱାଟ୍ ବିଦ୍ୟୁତ ଖର୍ଚ୍ଚ କରିଥାଏ । ଯାହା ଆମେରିକାରେ ସାଧାରଣ ଘରର ବିଦ୍ୟୁତ ଖର୍ଚ୍ଚ ତୁଳନାରେ ୧୭ ହଜାର ଗୁଣା ଅଧିକ ଅଟେ । ଏହି ଖର୍ଚ୍ଚ କେବଳ ୨୦୦ ମିଲିୟନ ଉପଭୋକ୍ତାଙ୍କ ଅନୁରୋଧ କ୍ରମେ ହେଉଛି । ଅନୁରୋଧର ସଂଖ୍ୟା ବୃଦ୍ଧି ପାଇଲେ ସେହି ଅନୁସାରେ ବିଦ୍ୟୁତ ଖର୍ଚ୍ଚ ମଧ୍ୟ ବଢ଼ିଥାଏ । ଏହା ବ୍ୟତୀତ ଜେନେରେଟିଭ୍ AIର ବ୍ୟବହାର ହେଲେ ମଧ୍ୟ ବିଦ୍ୟୁତ ଖର୍ଚ୍ଚ ବଢ଼ିଥାଏ । ବୈଜ୍ଞାନିକ ଆଲେକ୍ସ ଡେ ଭ୍ରିସଙ୍କ କହିବାନୁଯାୟୀ ଗୁଗୁଲ ଏହାର ପ୍ରତ୍ୟେକ ସର୍ଚ୍ଚ ପାଇଁ ଜେନେରେଟିଭ୍ ଜେନେରେଟିଭ୍ AIର ବ୍ୟବହାର କରୁଛି । ଯାହା ବାର୍ଷିକ ଘଣ୍ଟା ପିଛା ୨୯ ବିଲିୟନ କିଲୋୱାଟ୍ ବିଦ୍ୟୁତ ଖର୍ଚ୍ଚ କରିଥାଏ । ଏହା କେନିଆ, ଗ୍ୱାଟେମାଲା ଏବଂ କ୍ରୋଏସିଆ ଭଳି ଦେଶର ବାର୍ଷିକ ବିଦ୍ୟୁତ ଖର୍ଚ୍ଚକୁ ପାରି କରିପାରେ । ଭ୍ରିସ୍ AIର ଚିପ୍ ନିର୍ମାତା କମ୍ପାନୀ Nvidiaର ଏକ ତଥ୍ୟକୁ ଆଧାର କରି କହିଛନ୍ତି ଯେ ୨୦୨୭ ସୁଦ୍ଧା AI ଘଣ୍ଟା ପିଛା ୮୫ରୁ ୧୩୪ ଟେରାୱାଟ୍ ବିଦ୍ୟୁତ  ଖର୍ଚ୍ଚ କରିପାରେ ।

Get real time updates directly on you device, subscribe now.