fbpx
BSKY
BJD MC SKY
BJD YOUTH SKY

AI Sex ରୋବୋଟ୍ ମଣିଷକୁ ଦେବ ଯୌନସୁଖ: ବେଡରୁମରେ ଦରକାର ହେବନି ପାର୍ଟନର

ମଣିଷ ପାଇଁ ଆଉ ଦରକାର ହେବନି ସେକ୍ସ ପାର୍ଟନର । କାରଣ ଏଣିକି ବେଡରୁମ ସମ୍ପର୍କ ମଧ୍ୟ ଡିଜିଟାଲ ହେବାକୁ ଯାଉଛି । ବର୍ତ୍ତମାନ ସମୟରେ ଏଆଇ ସବୁଠି ଟ୍ରେଣ୍ଡରେ ରହିଥିବା ବେଳେ ଏହି କାମ ପାଇଁ ମଧ୍ୟ ଏଆଇ ପ୍ରସ୍ତୁତ ହୋଇଛି । ମଣିଷ ବଦଳରେ ଏବେ ରୋବୋଟ ସହ ସ୍ଥାପନ ହେବ ଯୌନ ସମ୍ପର୍କ । ଏଭଳି ଏକ ଆର୍ଶ୍ଚଯ୍ୟ କଲା ଭଳି ତଥ୍ୟ ସାମ୍ନାକୁ ଆସିଛି । ନାରୀ ଏବଂ ପୁରୁଷ, ସମସ୍ତଙ୍କ ପାଇଁ ଏଭଳି ରୋବୋଟ ପ୍ରସ୍ତୁତ କରିବାକୁ ଯାଉଛି ଏଆଇ ଫିଚର୍ ।

ଦିନକୁ ଦିନ ବୈଷୟିକ ଦୃଷ୍ଟିକୋଣରୁ ବିକଶିତ ହେବାରେ ଲାଗିଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏଆଇ । ଏବେ ଅଫିସ କର୍ମଚାରୀଙ୍କ ବଦଳରେ ଏଆଇ କାମ ତୁଲାଇ ଦେଉଥିବା ବେଳେ ଆଗକୁ ବେଡରୁମରେ ବି ଲାଇଫ ପାର୍ଟନରଙ୍କ ଆବଶ୍ୟକତା ପଡ଼ିବନି । ଅର୍ଥାତ ନାରୀ କିମ୍ବା ପୁରୁଷ ସାଥୀ ବଦଳରେ ବେଡରେ ଦେଖିବାକୁ ମିଳିବ ଏଆଇର ପାୱାରରେ ଭରପୁର ସେକ୍ସ ରୋବୋଟ୍ । ଏନେଇ ପୂର୍ବାନୁମାନ କରିଛନ୍ତି ଗୁଗଲର ପୂର୍ବତନ ଚିଫ୍ ବିଜନେସ୍ ଅଧିକାରୀ ମହମ୍ମଦ ଗାୱଦାତ ।

ମହମ୍ମଦ ଗାୱଦାତଙ୍କ କହିବାନୁଯାୟୀ, ନିକଟ ଭବିଷ୍ୟତରେ ଏପରି ଏଆଇ ରୋବଟ୍ ମାର୍କେଟକୁ ଆସିବ ଯାହାକି ପ୍ରେମ ଓ ରୋମାନ୍ସ ପ୍ରୋଗ୍ରାମରେ ଭରପୁର ହୋଇପାରେ ବୋଲି ସେ ଅନୁମାନ କରୁଛନ୍ତି । ଫଳରେ ରିଏଲ ଲାଇଫ୍ ସେକ୍ସ ପାର୍ଟନର ଓ ଆର୍ଟିଫିସିଆଲ ଦ୍ୱାରା ନିର୍ମିତ ସେକ୍ସ ପାର୍ଟନରଙ୍କ ମଧ୍ୟରେ ପାର୍ଥକ୍ୟ ଜାଣିବା କଷ୍ଟକର ବ୍ୟାପାର ହେବ । ୟୁଟ୍ୟୁବର ଟମ ବିଲିୟୁଙ୍କ ଦ୍ୱାରା ଆୟୋଜିତ “ଇମ୍ପାକ୍ଟ ଥିଓରୀ” ପୋଡକାଷ୍ଟ ନାମକ କାର୍ଯ୍ୟକ୍ରମରେ ଗାୱଦାତ କହିଛନ୍ତି ଯେ ମଣିଷମାନେ ଖୁବଶୀଘ୍ର ଭର୍ଚୁଆଲ୍ ରିଅଲିଟି ଏବଂ ଆପଲର ଭିଜନ୍ ପ୍ରୋ କିମ୍ବା କ୍ୱେଷ୍ଟ୍-୩ ପରି ହେଡ଼ସେଟ୍ ବ୍ୟବହାର କରି ସେକ୍ସର ଅନୁକରଣ କରିବାକୁ ସମର୍ଥ ହେବେ । ଏଆଇ ଶକ୍ତିରେ ଚାଳିତ ବଟ୍ସ ସହିତ ସେକ୍ସ ରୋବଟକୁ ବାସ୍ତବ ବୋଲି ଲୋକେ ଅନୁଭବ କରି ପାରିବେ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ବୈଷୟିକ ଜ୍ଞାନକୌଶଳର ଅଗ୍ରଗତି ଦ୍ୱାରା କମ୍ପ୍ୟୁଟର ସମର୍ôଥତ ସିଷ୍ଟମକୁ ମାନବ ମସ୍ତିଷ୍କ ସହିତ ସଂଯୋଗ କରିବାରେ ସକ୍ଷମ ହେଲେ ଏହା ଏକ ସାଥୀ ସହିତ ଭାବନାତ୍ମକ ଭାବେ ଜଡ଼ିତ ଥିବା ଭାବନା ଦେବ । କିନ୍ତୁ ମଣିଷ ଏକ ସାମାଜିକ ପ୍ରାଣୀ ହୋଇଥିବାରୁ ମାନବ ଜାତି ପାଇଁ ଏହା ଘୋର ବିପଦ ଡାକି ଆଣିବ ବୋଲି ସେ କହିଛନ୍ତି । ଏଆଇ ସେକ୍ସ ରୋବୋଟର ବ୍ୟବହାର ଦ୍ୱାରା ମାନସିକ ସ୍ତରରେ କୁତ୍ରିମ ଭାବପ୍ରବଣତାକୁ ସୃଷ୍ଟି କରାଯାଇପାରିବ ବୋଲି ରିପୋର୍ଟରେ ଦର୍ଶାଯାଇଛି ।

Get real time updates directly on you device, subscribe now.