fbpx

ସାପ କାମୁଡ଼ା ଜନିତ ମୃତ୍ୟୁ ଉପରେ ଅଧ୍ୟୟନ କରିବ ଭୁବନେଶ୍ୱର ଏମ୍ସ

Advertisement

ଭୁବନେଶ୍ୱର: ରାଜ୍ୟରେ ବଢୁଥିବା ସାପ କାମୁଡ଼ା ଜନିତ ମୃତ୍ୟୁ ନେଇ ଅଧ୍ୟୟନ କରିବ ଭୁବନେଶ୍ୱର ଏମ୍ସ । ଏନେଇ ମଙ୍ଗଳବାର ଅଧିକାରୀମାନେ ସୂଚନା ଦେଇଛନ୍ତି । ରାଜ୍ୟରେ ବର୍ଷକୁ ବର୍ଷ ସାପ କାମୁଡ଼ା ଜନିତ ମୃତ୍ୟୁ ବଢି ଚାଲିଛି । ଓଡ଼ିଶାରେ ବର୍ତ୍ତମାନ ବର୍ଷକୁ ପ୍ରାୟ ୮୦୦ ଲୋକେ ପ୍ରାଣ ହରାଉଛନ୍ତି ।

ପ୍ରତିବର୍ଷ ଏହି ସମସ୍ୟା ଦ୍ୱାରା ସାଧାରଣ ଲୋକେ ପ୍ରଭାବିତ ହେଉଥିବା ବେଳେ ଏହାର ସମସ୍ୟା ବାହାର କରିବାକୁ ଆଗେଇ ଆସିଛି ଭୁବନେଶ୍ୱର ଏମ୍ସ । ଏମ୍‌ସର ଫରେନସିକ୍ ମେଡିସିନ୍ ଏବଂ ଟକ୍ସିକୋଲୋଜି ବିଭାଗ ଏହି ସମ୍ବନ୍ଧିୟ ରିସର୍ଚ୍ଚ କରିବ । ମଣିଷ ଏବଂ ସାପ ମଧ୍ୟରେ ଏହି ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିବ । ଏହି ଅଧ୍ୟୟନ ପଞ୍ଜିକୃତ ସ୍ନେକ ହେଲ୍ପଲାଇନ୍ ଏବଂ ଭଲ୍ୟୁଣ୍ଟର ମାନଙ୍କ ସାହାଯ୍ୟରେ କରାଯିବ ।

ଭୁବନେଶ୍ୱର ଏବଂ ଏହାର ଆଖପାଖ ଅଞ୍ଚଳରେ ଏହି ରିସର୍ଚ୍ଚ ଚାଲିବ । ଏଥିରେ ପ୍ରାୟ ୪୦୦ ପରିବାର ସାମିଲ ହେବେ । ଏହି ଅଧ୍ୟୟନ ସମୟରେ ଯେଉଁଠାରୁ ସାପ ଉଦ୍ଧାର କରାଯାଏ ସେହି ଘରର ବାସିନ୍ଦାଙ୍କ ମଧ୍ୟରେ ପ୍ରଥମ ଚିକିତ୍ସା, ଚିକିତ୍ସା ତଥା ସାପ କାମୁଡ଼ିକୁ ରୋକିବା ଉପରେ ଜ୍ଞାନ, ଆଦି ବିଷୟରେ ଆଲୋଚନା ସହିତ ସେମାନଙ୍କ ସାପ କାମୁଡ଼ିବା ପରେ ତତ୍କାଳ ଚିକିତ୍ସା ପାଇଁ କଣ କରାଯିବ ସେ ନେଇ ସେମାନଙ୍କୁ ଅବଗତ କରାଯିବ ବୋଲି ସୂଚନା ଦେଇଛନ୍ତି ଫରେନସିକ୍ ମେଡିସିନ୍ ଏବଂ ଟକ୍ସିକୋଲୋଜି ବିଭାଗ ଅତିରିକ୍ତ ପ୍ରଫେସର ସୁଦୀପ୍ତ ରଂଜନ ସିଂ କହିଛନ୍ତି।

Get real time updates directly on you device, subscribe now.