fbpx
BJD SKY
BJD SKY

କାଲି ଜାରି ହେବ ସର୍ବଭାରତୀୟ ଆଇନ ପ୍ରବେଶିକା ପରୀକ୍ଷା ଲାଗି ଆଡମିଟ୍ କାର୍ଡ , ଏହିପରି କରନ୍ତୁ ଡାଉନଲୋଡ୍‌

BJD

ନୂଆଦିଲ୍ଲୀ: ଅଲ୍ ଇଣ୍ଡିଆ ଲ’ ଏଣ୍ଟ୍ରାନ୍ସ ଟେଷ୍ଟ(AILET 2024) ଲାଗି ଆବେଦନ କରିଥିବା ପ୍ରାର୍ଥୀଙ୍କ ଲାଗି ଏକ ଜରୁରୀ ଖବର । ନ୍ୟାସନାଲ ଲ’ ୟୁନିଭରସିଟି ଦିଲ୍ଲୀ କାଲି ଅର୍ଥାତ୍ ୨୦ ନଭେମ୍ବର ୨୦୨୩ରେ ଅଲ୍ ଇଣ୍ଡିଆ ଲ’ ଏଣ୍ଟ୍ରାନ୍ସ ଟେଷ୍ଟ ଲାଗି ଆଡମିଟ୍ କାର୍ଡ ଜାରି କରିବ । ଏହି ଆଡମିଟ୍ କାର୍ଡ ନ୍ୟାସନାଲ ଲ’ ୟୁନିଭରସିଟିର ଅଫିସିଆଲ ୱେବସାଇଟରେ ଜାରି କରାଯିବ । ଯେଉଁମାନେ ଏହି ପରୀକ୍ଷା ଲାଗି ଆବେଦନ କରିଛନ୍ତି ସେମାନେ ଅଫିସିଆଲ ୱେବସାଇଟ୍ nationallawuniversitydelhi.in ରୁ ନିଜର କଲ୍ ଲେଟର ଡାଉନଲୋଡ୍ କରିପାରିବେ ।
ଏଥିପାଇଁ ପ୍ରବେଶ ପରୀକ୍ଷା ଡିସେମ୍ବର ୧୦ରେ ବେଙ୍ଗାଲୁର, ବିଳାସପୁର, ଭୋପାଳ, ଚଣ୍ଡୀଗଡ, ଚେନ୍ନାଇ, କୋଚିନ୍‌, ଦିଲ୍ଲୀ, ଡେରାଡୁନ, କଟକ, ଗାନ୍ଧୀନଗର, ଗାଜିଆବାଦ, ଗ୍ରେଟର ନୋଏଡା, ଗୁରୁଗ୍ରାମ, ଗୌହାଟୀ, ହାଇଦ୍ରାବାଦ ଓ ଜବଲପୁର ସହିତ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହେବ । ଆଡମିଟ୍ କାର୍ଡ ଜାରି ହେବା ପରେ ପ୍ରାର୍ଥୀ ନିଜର ପରୀକ୍ଷା କେନ୍ଦ୍ର ଓ ଅନ୍ୟାନ୍ୟ ବିବରଣୀ ଜାଣିପାରିବେ ।
ନ୍ୟାସନାଲ ଲ’ ୟୁନିଭରସିଟି ଦିଲ୍ଲୀରେ ବିଏ ଏଲଏଲବି (ଅନର୍ସ), ଏଲଏଲଏମ୍ ଓ ପିଏଚଡି ପାଠ୍ୟକ୍ରମରେ ପ୍ରବେଶ ଲାଗି ପରୀକ୍ଷା ରେଜିଷ୍ଟ୍ରେସନ ନିମନ୍ତେ ଆବେଦନର ଶେଷ ତାରିଖ ୧୫ ନଭେମ୍ବର ଥିଲା ।
କିପରି ଆଡମିଟ୍ କାର୍ଡ ଡାଉନଲୋଡ୍ କରିବେ:
-ଅଫିସିଆଲ ୱେବସାଇଟ୍ nationallawuniversitydelhi.in କୁ ଯିବେ ।
-ଏହାପରେ ଆଡମିଟ୍ କାର୍ଡ ଟ୍ୟାବ୍‌ରେ କ୍ଲିକ୍ କରିବେ ।
-ଏହା ଆପଣଙ୍କୁ ଲଗଇନ୍ ୱିଣ୍ଡୋକୁ ନେଇଯିବ ଯେଉଁଠାରେ ଆପଣ ରୋଲ୍ ନଂ, ଜନ୍ମତାରିଖ ସହିତ ଅନ୍ୟ ବିବରଣୀ ପ୍ରଦାନ କରିବେ ।
-ଏହାପରେ AILET 2024 ଆଡମିଟ୍ କାର୍ଡ ସ୍କ୍ରିନରେ ନଜର ଆସିବ ।
-ଏବେ ଆଡମିଟ୍ କାର୍ଡ ଡାଉନଲୋଡ୍ କରିବା ସହିତ ଏକ ପ୍ରିଣ୍ଟ ବାହାର କରିବେ ।

Get real time updates directly on you device, subscribe now.