fbpx

ସୋମବାରଠୁ ଖୋଲିବ ଏମ୍‌ସ ଓପିଡି, ଟ୍ବିଟ୍‌ କରି ସୂଚନା ଦେଲେ କର୍ତ୍ତୃପକ୍ଷ

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ରାଜ୍ୟରେ କରୋନା ସଂକ୍ରମଣ ଯୋଗୁଁ ଗତ ମାସ ୧୭ ତାରିଖରୁ ଭୁବନେଶ୍ୱର ଏମ୍‌ସର ଓପିଡି ସେବା ବନ୍ଦ ରହିଥିବାବେଳେ ଆସନ୍ତା ୭ ତାରିଖ ସୋମବାରଠାରୁ ଏହା ପୁଣି ଥରେ ଚାଲୁ ହେବ ବୋଲି ଏମ୍‌ସ କର୍ତ୍ତୃପକ୍ଷ ଟୁଇଟ୍‌ କରି ସୂଚନା ଦେଇଛନ୍ତି । ଏଥିରେ କୁହାଯାଇଛି ଯେ ଓଡ଼ିଶାରେ କରୋନା ସଂକ୍ରମଣ ହ୍ରାସ ପାଇଛି । ଏଥିସହ ଲୋକଙ୍କ ଆବଶ୍ୟକତାକୁ ଦେଖି ଏହାକୁ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି । ତେବେ ପୂର୍ବଭଳି ସମସ୍ତ ବିଭାଗ ଓପିଡି କାର୍ଯ୍ୟସୂଚୀକୁ ଅନୁସରଣ କରିବେ ବୋଲି ଏମ୍‌ସ କର୍ତ୍ତୃକ୍ଷଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ସେହିଭଳି ପୂର୍ବଭଳି ସମସ୍ତ ଆଇପିଡି, ଆଡ୍‌ମିଶନ ଏବଂ ଓଟିଗୁଡ଼ିକୁ କାର୍ଯ୍ୟକାରୀ କରାଯିବ । କୋଭିଡ୍‌ ଲେବର ରୁମ୍‌ ଆହୁରି ସପ୍ତାହେ ପର୍ଯ୍ୟନ୍ତ କାର୍ଯ୍ୟ କରିବ ବୋଲି ଟୁଇଟ୍‌ରେ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ଗତ ଜାନୁଆରୀ ମାସରେ କରୋନା ସଂକ୍ରମଣ ଉପରମୁହାଁ ହେବାପରେ ଏମ୍‌ସ କର୍ତ୍ତୃକ୍ଷ ଓପିଡି ସେବାକୁ ବନ୍ଦ କରିଦେଇଥିଲେ । ତେବେ ଜରୁରିକାଳୀନ ସେବା ଜାରି ରହିଥିଲା । ଏପରିକି ଏମ୍‌ସର ଡାକ୍ତର, ଛାତ୍ରଛାତ୍ରୀ ଓ କର୍ମଚାରୀମାନଙ୍କୁ ମିଶାଇ ପ୍ରାୟ ୩୦୦ରୁ ଊଦ୍ଧ୍ୱର୍ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।

Get real time updates directly on you device, subscribe now.