fbpx

ଘରୋଇ ବିମାନ ପାଇଁ ଫିକ୍ସ ହେଲା ଭଡା: ୩ ମାସ ପର୍ଯ୍ୟନ୍ତ ନେବେନାହିଁ ଅଧିକ ଦାମ୍, ଜାଣନ୍ତୁ କେତେ

ମେ ୨୫ ତାରିଖରୁ ଘରୋଇ ବିମାନ ଚଳାଚଳ ଆରମ୍ଭ କରିବାକୁ କେନ୍ଦ୍ର ବେସାମରିକ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ଘୋଷଣା କରିଛନ୍ତି । ଏହି ଘୋଷଣା ସହିତ ବିମାନ ଭଡାର ସର୍ବାଧିକ ଓ ସର୍ବନିମ୍ନ ସୀମା ଫିକ୍ସ କରିଛନ୍ତି ସରକାର, ଯାହାକି ଆସନ୍ତା ୩ ମାସ ପର୍ଯ୍ୟନ୍ତ ବଳବତ୍ତର ରହିବ । ସବୁଠାରୁ ବ୍ୟସ୍ତ ରୁଟର ଉଦାହରଣ ଦେଇ ହରଦୀପ କହିଛନ୍ତି ଯେ, ଦିଲ୍ଲୀ ଓ ମୁମ୍ବାଇ ମଧ୍ୟରେ ସର୍ବନିମ୍ନ ୩୫୦୦ ଟଙ୍କା ଓ ସର୍ବନିମ୍ନ ଭଡା ୧୦,୦୦୦ ଟଙ୍କା ସ୍ଥିର ହୋଇଛି । ଦିଲ୍ଲୀ ମୁମ୍ବାଇ ଭଳି ୨୫ ମେ ରୁ ଆରମ୍ଭ ହେଉଥିବା ସବୁ ସେକ୍ଟରର ଉଡାଣ ପାଇଁ ସୀମା ସ୍ଥିର ହୋଇଛି । ଏହା ବ୍ୟତିତ ଏୟାରଲାଇନ୍ସକୁ କୁହାଯାଇଛି ଯେ ସେମାନେ ମନ୍ତ୍ରାଳୟ ଦ୍ୱାରା ସ୍ଥିର ହୋଇଥିବା ହାରାହାରି ଭଡାଠାରୁ ୪୦ ପ୍ରତିଶତ ଟିକେଟ୍ ବିକ୍ରି କରିବେ ।

ମନ୍ତ୍ରୀଙ୍କ କହିବା ଅନୁସାରେ, ୪୦ ମିନିଟରୁ କମ୍ ସମୟ ଉଡାଣ ଥିବା ବିମାନକୁ ପ୍ରଥମ ବର୍ଗରେ ରଖାଯାଇଛି । ସେହିପରି ୪୦-୬୦ ଦ୍ୱିତୀୟ, ୬୦-୯୦ ମିନିଟ୍ ତୃତୀୟ, ୯୦-୧୨୦ ଚତୁର୍ଥ, ୧୨୦-୧୫୦ ପଞ୍ଚମ, ୧୫୦-୧୮୦ ଷଷ୍ଠ ଓ ୧୮୦ରୁ ୨୧୦ ମିନିଟ୍ ଉଡାଣ ଭରୁଥିବା ବିମାନକୁ ସପ୍ତମ ବର୍ଗରେ ବିଭକ୍ତ କରାଯାଇଛି । ମଧ୍ୟମ ବର୍ଗର ଭଡା ଯଥାକ୍ରମେ ୬୭୦୦ ଟଙ୍କା ରଖାଯାଇଛି ।

Get real time updates directly on you device, subscribe now.