fbpx
BJD
BJD SKY
BJD SKY

ଖୁସିଖବର ! ସରକାରଙ୍କ ଏହି ନିଷ୍ପତ୍ତି ପରେ ୫୦ ପ୍ରତିଶତ କମିଲା ବିମାନ ଭଡ଼ା

BJD

ନୂଆଦିଲ୍ଲୀ: ସରକାରଙ୍କ ତରଫରୁ ବାଧ୍ୟତାମୂଳକ ଫେୟାର କ୍ୟାପ୍ ହଟାଯିବାପରେ ବିମାନ ଭଡ଼ାରେ ଦ୍ରୃତ ହ୍ରାସ ଦେଖିବାକୁ ମିଳିଛି । ଗତ ମାସ ପର୍ଯ୍ୟନ୍ତ ଆକାଶ ଛୁଆଁ ବିମାନ ଯାତ୍ରାର ଭଡ଼ା ଏବେ ହ୍ରାସ ପାଇଛି ।

ଏକ ରିପୋର୍ଟ ଅନୂଯାୟୀ, ସରକାର ଗତ ସପ୍ତାହରେ ଫେୟାର କ୍ୟାପ୍ ବାଧ୍ୟତା ହଟାଇଥିଲେ ଫେୟାର କ୍ୟାପ୍ ଅନୂଯାୟୀ । ବିମାନ କମ୍ପାନୀ ମାନେ ନିର୍ଦ୍ଧାରିତ ଟଙ୍କାରୁ କମ୍ କିମ୍ବା ଅଧିକ କରିପାରିବେ ନାହିଁ । କିନ୍ତୁ ଏହାର ବାଧ୍ୟତା ଶେଷ ହେବାପରେ, ବଢ଼ୁଥିବା ପ୍ରତିଯୋଗିତା ମଧ୍ୟରେ କମ୍ପାନୀମାନେ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏହି କାରଣରୁ ଅକାଶା ଏୟାର, ଇଣ୍ଡିଗୋ, ଏୟାର ଏସିଆ, ଗୋ ଫାର୍ଷ୍ଟ ଏବଂ ଭିସ୍ତାରା ଭଳି କମ୍ପାନୀ ନିଜର ବିମାନ ଭଡ଼ାରେ ବଡ଼ ଆକାରରେ ହ୍ରାସ କରିଛନ୍ତି ।

 

ବିମାନ କମ୍ପାନୀ ମାନେ ଯେଉଁଠାରେ ଗତ ମାସରେ ଦିଲ୍ଲୀ-ଲକ୍ଷେ୍ନø ପାଇଁ ବିମାନ ଭଡ଼ା ୩୫୦୦ ଟଙ୍କା ନେଉଥିଲେ ତାହା ଏବେ ୧୯୦୦-୨୨୦୦ ଟଙ୍କା ହୋଇଯାଇଛି । ଅକାଶା ଏୟାରଲାଇନ ମୁମ୍ବାଇ-ବେଙ୍ଗାଲୁରୁ ରୁଟରେ ବର୍ତ୍ତମାନ ୨୦୦୦-୨୨୦୦ ଟଙ୍କା ରେ ଯାତ୍ରା କରିବାର ସୁବିଧା ଦେଉଛି । ଯେତେବେଳେକି ପୂର୍ବରୁ ଏହା ୩୯୪୮ ଟଙ୍କା ପ୍ରତି ବ୍ୟକ୍ତି ଥିଲା ।

Get real time updates directly on you device, subscribe now.