fbpx

ବାୟୁସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଗଲେ ପାଇଲଟ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଏମଆଇ-୧୭ ହେଲିକପ୍ଟର ଗୁରୁବାର ଅରୁଣାଞ୍ଚଳ ପ୍ରଦେଶରେ କ୍ରାସ ଲ୍ୟାଣ୍ଡି କରିଛି । ଯାନ୍ତ୍ରିକ ତ୍ରୁଟି ଯୋଗୁଁ କ୍ରାସ ଲ୍ୟାଣ୍ଡିଂ କରିଥିଲା ଏମଆଇ-୧୭ ହେଲିକପ୍ଟର । ହେଲିକପ୍ଟରରେ ପାଇଲଟ ଏବଂ ଚାଳକ ଦଳ ସମେତ ୫ ଜଣ ସଦସ୍ୟ ଥିଲେ । ସୌଭାଗ୍ୟବଶତଃ ପାଞ୍ଚ ସଦସ୍ୟ ସୁରକ୍ଷିତ ଅଛନ୍ତି ଏବଂ ସେମାନେ ସାଧାରଣ ଆହତ ହୋଇଛନ୍ତି ।

ସୂଚନାଅନୁଯାୟୀ. ମେଣ୍ଟେନାନ୍ସ ପାଇଁ ଉଡ଼ୁଥିବା ସମୟରେ ଏଭଳି ଦୁର୍ଘଟଣା ଘଟିଥିଲା । ସେପଟେ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏହି ଘଟଣାର ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ଦେଖାଯାଉଛି କିପରି ହେଲିକପ୍ଟର ଉପରୁ ତଳକୁ ପାହଡ଼ ଏବଂ ଜଙ୍ଗଲ ମଝିରେ ମାଡ଼ ହେଉଛି । କେବଳ ସେତିକି ନୁହେଁ ସେହି ସମୟରେ ସେଠାରେ ଥିବା ଲୋକଙ୍କ ଉପରକୁ ହେଲିକପ୍ଟରର ପଙ୍ଖା ଛିଟିକି ଆସିଥିବାର ମଧ୍ୟ ଦେଖାଯାଉଛି । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.