fbpx

ଆନ୍ତର୍ଜାତୀୟ ପୁରୁଷ ଦିବସରେ ପୁରୁଷଙ୍କ ନୀରବ ପ୍ରଶ୍ନ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଆସନ୍ତା କାଲି ପାଳିତ ହେବ ଆନ୍ତର୍ଜାତୀୟ ପୁରୁଷ ଦିବସ ୨୦୨୧ ଏବଂ ବିଶ୍ୱ ପାଇଖାନା ଦିବସ । ପୁରୁଷ ହୃଦୟର ଅନେକ ଅସମାହିତ ପ୍ରଶ୍ନକୁ ନିଜର ଚିତ୍ରକଳାରେ ଜୀବନ୍ତ କରିବାକୁ ଚେଷ୍ଟା କରିଛନ୍ତି ଇଞ୍ଜିନିୟର ପ୍ରିୟଙ୍କା ସାହାଣୀ । ପରିବାରର ବୋଝରେ ଚାପି ହୋଇ ପଡୁଥିବା ପୁରୁଷ କେଉଁ ଭଳି ଭାବରେ ନିଜକୁ ଚୁପ ରଖିଥାଏ ଏବଂ ନାନାଦି କଷ୍ଟକର ପରସ୍ଥିତି ସହିତ ଖାପ ଖୁଆଇ ଚଳିଯାଇଥାଏ ତାହା ଦେଖାଇବାକୁ ଚେଷ୍ଟା କରିଛନ୍ତି ଚିତ୍ରଶିଳ୍ପୀ । ଏହି ଚିତ୍ରକଳା ଦ୍ୱାରା ଜଣେ ମହିଳା ଭାବରେ ମୁଁ ସମସ୍ତ ପୁରୁଷଙ୍କ ପ୍ରତି ମୋର ସମ୍ମାନ ପ୍ରଦର୍ଶନ କରିବାକୁ ଚାହୁଁଛି ବୋଲି କହିଛନ୍ତି ପ୍ରିୟଙ୍କା ।

ଏହା ସହିତ ବିଶ୍ୱ ପାଇଖାନା ଦିବସ ଅବସରରେ ପାଇଖାନା ବ୍ୟବହାର ପୂର୍ବକ ସମସ୍ତେ ଦେଶକୁ ସ୍ୱଚ୍ଛ ରଖିବା ପାଇଁ ଶପଥ ନେବା ଉଚିତ ବୋଲି କହିଛନ୍ତି । ପେପର, ଅଠା ଏବଂ କାଠି ସହାୟତାରେ ଏକଘଣ୍ଟାରେ ଏହି ଚିତ୍ର ନିର୍ମାଣ କରିଥିବା କହିଛନ୍ତି ଚିତ୍ରଶିଳ୍ପୀ ।

Get real time updates directly on you device, subscribe now.