fbpx
BSKY
BJD SHG SKY
BJD MC SKY

ସଚିନ୍ ଓ ଦ୍ରାବିଡଙ୍କ ନାମ ଆଧାରରେ ରହିଛି ଏହି ଖେଳାଳିଙ୍କ ନାମ: ଖେଳି ସାରିଛନ୍ତି ଦୁଇଟି ବିଶ୍ୱକପ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ଦଳର ୨୧ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଖେଳାଳି ରାଚିନ୍ ରବୀନ୍ଦ୍ରଙ୍କୁ ନେଇ ବେଶ୍ ଚର୍ଚ୍ଚା । ରବୀନ୍ଦ୍ର ଭାରତ ବିପକ୍ଷ ପ୍ରଥମ ଟି-୨୦ରେ ମାତ୍ର ୭ ରନ କରି ଆଉଟ ହୋଇଥିଲେ । ଏହି ଭାରତୀୟ ବଂଶୋଦ୍ଭବ ଖେଳାଳିଙ୍କ ନାମ ପଛର ରହସ୍ୟ ମଧ୍ୟ ଆପଣଙ୍କୁ ଅଧିକ ଆଶ୍ଚର୍ଯ୍ୟ କରିବ । ଭାରତୀୟ କିମ୍ବଦନ୍ତୀ ସଚିନ୍ ତେନ୍ଦୁଲକର ଏବଂ ରାହୁଲ ଦ୍ରାବିଡଙ୍କ ନାମ ଆଧାରରେ ରାଚିନଙ୍କ ନାମ ରଖାଯାଇଛି । ରାହୁଲ ଦ୍ରାବିଡଙ୍କ ନାମରୁ ରା ଏବଂ ସଚିନ ତେନ୍ଦୁଲକରଙ୍କ ନାମରୁ ଚିନକୁ ସାମିଲ କରି ତାଙ୍କ ନାମ ରାଚିନ ରଖାଯାଇଥିବା ଜଣାପଡିଛି । ୧୮ନଭେମ୍ବର ୧୯୯୯ରେ ଜନ୍ମ ହୋଇଥିବା ରାଚିନ୍ ନ୍ୟୁଜିଲାଣ୍ଡ ପକ୍ଷରୁ ଦୁଇଟି ବିଶ୍ୱକପ ଖେଳି ସାରିଛନ୍ତି । ଦୁଇ ଦୁଇ ଥର ୧୯ ବର୍ଷରୁ କମ ଦଳରେ ନ୍ୟୁଜିଲାଣ୍ଡର ପ୍ରତିନିଧିତ୍ୱ କରି ସାରିଛନ୍ତି ରାଚିନ୍ । ମାତ୍ର ୧୬ ବର୍ଷ ବୟସରେ ୨୦୧୬ରେ ପ୍ରଥମ ୧୯ ବର୍ଷରୁ କମ ବିଶ୍ୱକପ ଖେଳିଥିବା ବେଳେ ୨୦୧୮ରେ ଦ୍ୱିତୀୟ ବିଶ୍ୱକପ ଖେଳିଛନ୍ତି ।

ଏହା ସହିତ ରାଚିନଙ୍କ ସମ୍ପର୍କରେ ଆଉ ଏକ ସୂଚନା ହେଉଛି ରାଚିନଙ୍କ ପିତା ରବି କ୍ରିଷ୍ଣମୂର୍ତ୍ତି ବେଙ୍ଗାଲୁରୁର ବାସିନ୍ଦା । ପୂର୍ବତନ ଭାରତୀୟ ଫାଷ୍ଟ ବୋଲର ତଥା ବର୍ତ୍ତମାନର ମ୍ୟାଚ ରେଫରୀ ଜଭଗଲ ଶ୍ରୀନାଥ ଏବଂ ରବି ସାଙ୍ଗ ହୋଇ କ୍ରିକେଟ ଖେଳିଛନ୍ତି । ବେଙ୍ଗାଲୁରୁ ପାଇଁ ଉଭୟ ସାଙ୍ଗ ହୋଇ ରଣଜୀ ଟ୍ରଫି ମଧ୍ୟ ଖେଳିଥିଲେ । ଉଲ୍ଲେଖଯୋଗ୍ୟ ଯେ, ରବୀନ୍ଦ୍ର ନ୍ୟୁଜିଲାଣ୍ଡ ପାଇଁ ୬ଟି ଟି-୨୦ ମୁକାବିଲା ଖେଳିଛନ୍ତି । ଏହି ମ୍ୟାଚରେ ୯୮.୧୮ର ଷ୍ଟ୍ରାଇକରେଟ ସହିତ ୫୪ ରନ ଏବଂ ୬ଟି ୱିକେଟ ନେଇଛନ୍ତି ।

Get real time updates directly on you device, subscribe now.