ରାଶିଫଳ(ଶୁକ୍ରବାର,୧୯ ନଭେମ୍ବର,୨୦୨୧)

ମେଷ – ଆଜି ନିଶ୍ବାସ ପ୍ରସ୍ବାସ ନେବାରେ ଯନ୍ତ୍ରଣା ଅନୁଭବ କରିବେ, ମୁଣ୍ଡ ଅଯଥା ବିନ୍ଧାହେବ, ସନ୍ତାନ ମାନଙ୍କୁ ନେଇ ଚିନ୍ତାରେ ରହିବେ, ଶାରିରୀକ ଅସୁସ୍ଥତାକୁ ନେଇ ମନ ଭାରାକ୍ରାନ୍ତ ରହିବ, ଆର୍ଥିକ ସ୍ଥିତି ଦୁବଳ ହେବ,କର୍ମ କ୍ଷେତ୍ରରେ ଅଶୁଭ ପ୍ରଭାବ ଅନୁଭୁତ ହେବ, ଚର୍ମ ରୋଗ ହେବ, ମହିଳା ମାନେ ରୋଷେଇ କଲାବେଳେ ସତର୍କ ରହିବେ କିଛି ବି ଦୁର୍ଘଟଣା ହୋଇପାରେ ॥

ବୃଷ – ମନବଳାଇବେ, ଭବିଷ୍ୟତର ଯୋଜନାରେ ସଫଳ ହେବେ, କର୍ମ କ୍ଷେତ୍ରରେ ଶୁଭ ପ୍ରଭାବ ରହିବ, ମାତ୍ର ଖର୍ଚ୍ଚ ବଢିବ, ଆର୍ଥିକ ଓ ମାନସିକ ଦୁର୍ବଳତା ବଢିବ, ଯାନବାହାନ ଜନିତ କ୍ଷୟକ୍ଷତି ଓ ମାନସମ୍ମାନ କ୍ଷୁର୍ଣ୍ଣ ସୂଚନା ରହିବ, ନିଜ ପରିବାର ମଧ୍ୟରେ କାହା ସହିତ ମନୋମାଳିନ୍ୟ ହୋଇ ଚିନ୍ତାରେ ରହିବେ, ପେଟଜନିତ ପୀଡା ହେବ ॥

ମିଥୁନ – ବହୁଦିନର ପୁରାତନ ରୋଗର ଉପସମ ହେବ, ଜଳଜାତ ଦ୍ରବ୍ୟର ବ୍ୟବସାୟରେ ଉନ୍ନତି କରିବେ,କାର୍ଯ୍ୟରେ ସଫଳତା ମିଳିବ, ଚାକିରି କ୍ଷେତ୍ରରେ ପଦୋନ୍ନତିର ସୂଚନା ମିଳିବ, ବିବାହ ସ୍ଥିରିକୃତ ହେବ,ମାତ୍ର ଆର୍ଥିକ ଦୁର୍ବଳତା ରହିବ, ଅବିବାହିତମାନଙ୍କର ବିବାହ ସ୍ଥିରିକୃତ ହେବ, ଉଦ୍ୟମରେ ସଫଳତା ଓ ସହଯୋଗ ପ୍ରାପ୍ତି ହେବ, ମହିଳାମାନେ ନୂତନ କର୍ମନିଯୁକ୍ତି ପାଇବେ॥

କର୍କଟ – ବ୍ୟବସାୟ ଏବଂ ଚାକିରି ଉଭୟ କ୍ଷେତ୍ରରେ ସହଯୋଗ ଏବଂ ଲାଭ ପାଇବେ,ମାତ୍ର ଚର୍ମରୋଗ ଏବଂ ଆଣ୍ଠୁଗଣ୍ଠି ଜନିତ ପିଡା ଭୋଗିବେ, ବ୍ୟବସାୟରେ ଲାଭ ପାଇବେ, ଚାକିରିରେ ପଦମର୍ଯ୍ୟାଦା ପାଇବେ, ନୁତନ ବ୍ୟବସାୟ ଆରମ୍ଭ କିମ୍ବା ଯାନବାହାନ କ୍ରୟ କରିବେ, କୌଣସି ସରକାରି ଯୋଜନାର ଲାଭ ପାଇବେ, ଧର୍ମ ସମ୍ବନ୍ଧୀୟ ଦୁରଯାତ୍ରା କରିବେ, ମହିଳାମାନେ ସତର୍କ ରହିବେ॥

ସିଂହ – କର୍ମଜୀବନ ଓ ସାମାଜିକ ଜୀବନରେ ଶୁଭଫଳ ମିଳିବ, ଅପରିଚିତ ବ୍ୟକ୍ତିଙ୍କ ଠାରୁ ଦୁରେଇ ରୁହନ୍ତୁ, ବ୍ୟବସାୟ କ୍ଷେତ୍ରରେ ସଫଳ ହେବେ, ପୂର୍ବରୁ କରିଥିବା ଋଣ ପରିଷୋଧ କରିବେ, ଭାଗ୍ୟସାଥ ଦେବ, ଚାକିରି କ୍ଷେତ୍ରରେ ଶୁଭ ସୁଚନା ପାଇବେ, ପାରିବାରିକ କ୍ଷେତ୍ରରେ ଶୁଭତ୍ବ ଅନୁଭୁତ ହେବ, ମାତ୍ର ଭାଗିଦାରି ବ୍ୟବସାୟରେ କ୍ଷତି ହେବ ॥

କନ୍ୟା – ଶାରୀରିକ ଅସୁସ୍ଥତା ଦେଖାଦେବ,କର୍ମକ୍ଷେତ୍ରରେ କର୍ମଚାପ ବଢିବ, ମନକୁ ଅଯଣା ଭୟ ଆକ୍ରାନ୍ତ କରିବ, ବ୍ୟବସାୟରେ ମନମୁତାବକ ଲାଭ ପାଇବେ, ମହିଳାମାନେ ନିଜର ବନ୍ଧୁପରିଜନରେ ପ୍ରଶଂସିତ ହେବେ, ବିଦ୍ୟାର୍ଥିଙ୍କର ଅଧିକ ଶୁଭ, କର୍ମଜୀବିମାନେ କମକ୍ଷେତ୍ରରେ ପ୍ରସଂଶିତ ହେବେ, ଯାନବାହାନ ଆଦି ଦ୍ରବ୍ୟ ଲାଭ ହେବ ॥

ତୁଳା – ଚାକିରି ବ୍ୟବସାୟରେ ଉର୍ଣ୍ଣତି, ଜନସମ୍ପର୍କ ବୃଦ୍ଧି, ମାତ୍ର ମାତୃ ଓ ସ୍ତ୍ରୀ ବର୍ଗରେ ପିଡା ଯୋଗ ରହିବ, କର୍ମକ୍ଷେତ୍ରରେ ଅନୁକୂଳ ପରିବେଷ ରହିବ, ଆଥିକ ପରିସ୍ଥିତି ଭଲରହିବ, ଶିକ୍ଷାର୍ଥି ନୂତନ ଜ୍ଞାନକୌଶଳ ପ୍ରୟୋଗ କରିବେ, କର୍ମକ୍ଷେତ୍ରରେ ଉନ୍ନତି ହେବ, ଆର୍ଥିକ ସ୍ଥିତି ଭଲ ରହିବ ମାତ୍ର କିଛି ଭୁଲବୁଝାମଣାର ଶିକାର ହୋଇପାରନ୍ତି ସତର୍କ ରହିବେ ॥

ବିଛା – ଭ୍ରମଣ କଷ୍ଟ ଏବଂ ଶରୀରପିଡା ରହିବ ମାତ୍ର ଆର୍ଥିକ ସ୍ବଛଳତା ସହିତ ବ୍ୟବସାୟରେ ଉର୍ଣ୍ଣତି ହେବ, ସୂଖଶାନ୍ତି ପ୍ରାପ୍ତି, ଆର୍ଥିକ ଲାଭ ସହିତ କର୍ମକ୍ଷେତ୍ରରେ ଶୁଭଫଳର ସୂଚନା ରହିବ, ସମାଜକଲ୍ୟାଣ କାର୍ଯ୍ୟକରି ସମ୍ମାନିତ ହେବେ, ଯୋଜନାରେ ଆଶାତିତ ଫଳ ମିଳିବ,ଅର୍ଥଚିନ୍ତା ଦୁର ହେବ ॥

ଧନୁ – ବ୍ୟବସାୟ କିମ୍ବା ଚାକିରିରେ ଝଡଝଞ୍ଜା ଲାଗି ରହିବ, ଅର୍ଥାଭାବ ରହିବ, ମନ ଅଶାନ୍ତ ରହିବ, ସର୍ବବିଧ ସୁବିଧା ସୁଯୋଗ, ଲାଭ ହେବ, ମହିଳା ଏବଂ ପିଲାମାନଙ୍କୁ ମନମୁତାବକ ପରିବେଷ ମିଳିବ, ଯୋଗ୍ୟତା ଏବଂ ପରିଶ୍ରମ ଅନୁଯାୟୀ ଫଳ ମିଳିବ, ମନ ଶାନ୍ତ ରହିବ, ଧାର୍ମିକ ଅନୁଷ୍ଠାନରେ ଯୋଗ ଦେବେ॥

ମକର – ପୁରୁଣା ବକେୟା ମିଳିବ ଏବଂ ଲାଗିରହିଥିବା କୌଣସି ମାଲିମକୋଦ୍ଦମାର ସମାଧାନ ହେବ, ଧର୍ମ କର୍ମରେ ମନ ବଳିବ, ଭାତୃ ସହଯୋଗ ଦ୍ବାରା ଭୁମିକ୍ରୟର ସୁଯୋଗ ମିଳିବ,ଉଦ୍ୟମ ସିଦ୍ଧି ହେବ, ଥଣ୍ଡାଜନିତ ରୋଗରେ ଆକ୍ରାନ୍ତ ହେବେ, ବନ୍ଧୁପରିଜନଙ୍କର ସହଯୋଗରେ ଭବିଷ୍ୟତରେ ଶୁଭକର୍ମର ସୁଚନା ଷୃଷ୍ଟି ହେବ, ଜମିଜମା ସମ୍ବନ୍ଧିୟ ଶୁଭଫଳ ମିଳିବ॥

କୁମ୍ଭ – ଜୀବନସାଥି ସହ କିମ୍ବା କୁଟୁମ୍ବରେ ମତାନ୍ତର କିମ୍ବା ସ୍ବାସ୍ଥ୍ୟଚିନ୍ତା ରହିବ ଓ ଅଯଥା ଅର୍ଥବ୍ୟୟ ହେବ, ନୂତନ କର୍ମସଂସ୍ଥାନ ଆରମ୍ଭ କରିବେ, ପୂରାତନ ଋଣ ପରିଷୋଧ କରିବାର ସୁଯୋଗ ପାଇବେ, ଅସ୍ବାସ୍ଥ୍ୟକର ପରିସ୍ଥିତିରେ ମନ ଭାରାକ୍ରାନ୍ତ ରହିବ, ବ୍ୟବସାୟୀ ମାନ୍ଦାବସ୍ଥାର ସମ୍ମୁଖୀନ ହେବେ, ମନ ଭୟଭିତ ରହିବ॥

ମୀନ – ଆଜି କୌଣସି ଅଯଥା କଥାକୁ ନେଇ ମନ ଅଶାନ୍ତ ରହିବ, ପରିବାରରେ ଭୁଲ ବୁଝିବେ ତେଣୁ ଦିନଭରି ସତର୍କ ରୁହନ୍ତୁ, ଗୃହରେ ଶୁଭକର୍ମ ହେବ, ସନ୍ତାନ ବର୍ଗରେ ଉର୍ଣ୍ଣତି ହେବ, କର୍ମକ୍ଷେତ୍ରରେ ଆର୍ଥିକ ଲାଭର ସୂଚନା ରହିବ, କୌଣସି ପ୍ରକାରର ସରକାରୀ ସହାୟତା ପ୍ରାପ୍ତ ହେବ, ଅର୍ଥଚିନ୍ତା ଦୁର ହେବ, ପଶୁପାଳନରେ ଲାଭବାନ ହେବେ॥