fbpx

କାର୍ତ୍ତିକ ପୂର୍ଣ୍ଣିମା: ଆଜି ବନ୍ଦ ରହିବ ଶ୍ରୀମନ୍ଦିର, ମହାପ୍ରଭୁଙ୍କ ରାଜରାଜେଶ୍ୱର ବେଶ ଦର୍ଶନରୁ ବଞ୍ଚିତ ହେବେ ଭକ୍ତ

ପୁରୀ (ଭାସ୍କର ନ୍ୟୁଜ୍‌): ଆଜି କାର୍ତ୍ତିକ ପୂର୍ଣ୍ଣିମା। ଶ୍ରୀମନ୍ଦିରରେ  ବନ୍ଦ ରହିବ ଜଗା ଦର୍ଶନ । ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା ନେଇ ବୁଧବାର ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୂଆ ମାର୍ଗଦର୍ଶିକା ଜାରି କରିଥିଲେ । ପଞ୍ଚୁକ ଭିଡ଼କୁ ଦୃଷ୍ଟିରେ ରଖି ଗୁରୁବାର ସକାଳ ୭ଟାରୁ ରାତି ୧୧ଟା ଯାଏଁ ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା ରହିଥିଲା । ତେବେ ଶୁକ୍ରବାର କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀମନ୍ଦିରରେ ବନ୍ଦ ରହିବ ଦର୍ଶନ ବ୍ୟବସ୍ଥା । କରୋନା ଓ ଭିଡ଼କୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।

କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀଜିଉଙ୍କ ଅବକାଶ ନୀତି ପରେ ରାଜବେଶ ଅନୁଷ୍ଠିତ ହୋଇଥାଏ । ବିଭିନ୍ନ ପ୍ରକାର ରତ୍ନ ଅଳଙ୍କାର, ପୁଷ୍ପ ଅଳଙ୍କାର ଓ ମୂଲ୍ୟବାନ ପାଟବସ୍ତ୍ରରେ ସୁସଜ୍ଜିତ ହୋଇ ଠାକୁରମାନେ ରାଜରାଜେଶ୍ୱର ବେଶ ଧାରଣ କରିଥାନ୍ତି । ଏହି ବେଶ ସୁନା ବେଶ ହୋଇଥିବାରୁ ଏଥିରେ ସୁବର୍ଣ୍ଣ ଅଳଙ୍କାର ଲାଗି କରାଯାଏ । ଏହାକୁ ମହାପ୍ରଭୁଙ୍କର ରାଜା ବେଶ ବୋଲି କୁହାଯାଏ । ଜଗନ୍ନାଥ ଗୋପାଳ କୃଷ୍ଣ ଏବଂ ଦ୍ୱାରକା କୃଷ୍ଣ ଉଭୟଙ୍କର ସଂଯୋଗରେ ମାଧୁର୍ଯ୍ୟ ଓ ଐଶ୍ୱର୍ଯ୍ୟ ଭାବ ପ୍ରକାଶ କରୁଥିବାରୁ କାର୍ତ୍ତିକ ମାସରେ ରାଧା ଦାମୋଦର ବେଶରେ ମାଧୁର୍ଯ୍ୟ ଓ ରଜରାଜେଶ୍ୱର ବେଶରେ ପ୍ରଭୁଙ୍କର ଐଶ୍ୱର୍ଯ୍ୟ ଭାବ ପ୍ରକାଶ ପାଏ । ପୁଷ୍ପାଳକ ସେବକମାନେ ବିଭିନ୍ନ ରତ୍ନ ଅଳଙ୍କାର ଓ ପାଟବସ୍ତ୍ରରେ ଶ୍ରୀଜୀଉଙ୍କୁ ରାଜରାଜେଶ୍ୱର ବେଶରେ ସଜାନ୍ତି । କାର୍ତ୍ତିକ ମାସରେ ପଞ୍ଚୁକର ଶେଷ ଦିନରେ ସୁବର୍ଣ୍ଣ ବେଶ ମହାପ୍ରଭୁଙ୍କର ଏକ ପୂର୍ଣ୍ଣାଙ୍ଗ ବେଶ ଅଟେ । ଏହି ବେଶ ଦର୍ଶନ ପାଇଁ ପୁରୀରେ ପ୍ରବଳ ଭକ୍ତସମାଗମ ହୁଏ ।

Get real time updates directly on you device, subscribe now.